ETV Bharat / science-and-technology

Chandrayaan-3: ଲ୍ୟାଣ୍ଡିଂର ନିକଟତର ଚନ୍ଦ୍ରଯାନ-3, ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର

ଜଟିଳ ପ୍ରକ୍ରିୟା ଅତିକ୍ରମ କଲା ଚନ୍ଦ୍ରଯାନ-3 । ଇସ୍ରୋକୁ ମିଳିଲା ବଡ ସଫଳତା । ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ଠାରୁ ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର । ଅଧିକ ପଢନ୍ତୁ

author img

By

Published : Aug 17, 2023, 2:46 PM IST

Updated : Aug 17, 2023, 3:09 PM IST

Chandrayaan-3
Chandrayaan-3

ହାଇଦ୍ରାବାଦ: ଗୋଟିଏ ପରେ ଗୋଟିଏ ଅଗ୍ନି ପରୀକ୍ଷା ପାସ କରି ସଫଳତା ଆଡକୁ ଅଗ୍ରସର ହେଉଛି ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରାୟନ-3 । ଏହାରି ଭିତରେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଉ ଏକ ବଡ ସଫଳତା ମିଳିଛି । ଚନ୍ଦ୍ରଯାନ-3ରୁ (ପ୍ରୋପଲସନ୍ ମଡ୍ୟୁଲ) ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ । ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହୋଇଥିବା ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି । ତେବେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରଯାନ-3 ଆଉ ଏକ ପାଦ ବଢିଲା ।

  • Chandrayaan-3 Mission:

    ‘Thanks for the ride, mate! 👋’
    said the Lander Module (LM).

    LM is successfully separated from the Propulsion Module (PM)

    LM is set to descend to a slightly lower orbit upon a deboosting planned for tomorrow around 1600 Hrs., IST.

    Now, 🇮🇳 has3⃣ 🛰️🛰️🛰️… pic.twitter.com/rJKkPSr6Ct

    — ISRO (@isro) August 17, 2023 " class="align-text-top noRightClick twitterSection" data=" ">

ISROର କହିବା ଅନୁଯାୟୀ, "ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ 6 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ବର୍ତ୍ତମାନ ଲ୍ୟାଣ୍ଡରକୁ ବହୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିବାକୁ ପଡିବ । ପ୍ରୋପଲିସନ୍ ମଡ୍ୟୁଲ୍ କ୍ରମାଗତ ଭାବରେ ଏହି ଅକ୍ଷରେ ଘୂର୍ଣ୍ଣନ କରିବ ଏବଂ ପୃଥିବୀ ବିଷୟରେ ଇସ୍ରୋକୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବ।"

Chandrayaan-3
Chandrayaan-3

34 ଦିନର ମିଳିତ ଗତି ପରେ ଆଜି ଚନ୍ଦ୍ରଯାନ-3ରୁ ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର। ଏବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ବର୍ତ୍ତମାନ ସମସ୍ତଙ୍କର ନଜର ଲ୍ୟାଣ୍ଡିଂ ଉପରେ ରହିଛି। ଯଦି ସବୁକିଛି ସଠିକ ଭାବେ ହୁଏ ତେବେ ଆଗାମୀ 23 ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3। ଏହାପରେ ଲ୍ୟାଣ୍ଡରରୁ ରୋଭର ଅଲଗା ହୋଇ 14 ଦିନ ଯାଏଁ ବିଚରଣ କରିବା ନେଇ ସୂଚନା ରହିଛି । ପ୍ରୋପଲସନ୍ ମଡ୍ୟୁଲ ଚନ୍ଦ୍ର କକ୍ଷରେ ରହି ପୃଥିବୀରୁ ଆସୁଥିବା ରେଡିଏସନକୁ ଅଧ୍ୟୟନ କରିବ ।

ଏହା ମଧ୍ୟ ପଢନ୍ତୁ: Chandrayaan-3 Mission: ସଫ୍ଟ ଲ୍ୟାଣ୍ଡିଂର ଆଉ ଗୋଟିଏ କକ୍ଷପଥ ଦୂରରେ ଚନ୍ଦ୍ରଯାନ-3, କାଲି ଅଲଗା ହେବ ଲ୍ୟାଣ୍ଡର

ଏହା ମଧ୍ୟ ପଢନ୍ତୁ: ଭାରତର ଚନ୍ଦ୍ରଯାନ-3 ଋଷର ଲୁନା-25 ଠାରୁ ଭିନ୍ନ: ଇସ୍ରୋ ବୈଜ୍ଞାନିକ

ଏହାପରେ ପରିବର୍ତ୍ତୀ ପର୍ଯ୍ୟାୟ କଣ ରହିଛି: ISROର କହିବା ଅନୁଯାୟୀ, ପ୍ରୋପଲସନ୍ ମଡ୍ୟୁଲ ଅଲଗା ହେବା ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠକୁ ଗତି କରିବା ସମୟରେ ଏକ ଟର୍ଣ୍ଣ ନେବ। ଚନ୍ଦ୍ରକୁ ଯିବା ସମୟରେ ଲ୍ୟାଣ୍ଡରକୁ ବର୍ତ୍ତମାନର କକ୍ଷପଥରୁ 90 ଡିଗ୍ରୀ ମୋଡ଼ ନେବାକୁ ହେବ। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଏହି ସମୟରେ ଲ୍ୟାଣ୍ଡରର ଗତି ବହୁତ ଅଧିକ ରହିଥାଏ। ତେବେ ଚନ୍ଦ୍ରଯାନର ଗତିକୁ କମ କରିବା ସହିତ ଏହାର ସଫ୍ଟ ଲ୍ୟାଣ୍ଡି ପାଇଁ ଚେଷ୍ଟା କରିବ ଇସ୍ରୋ । ଦକ୍ଷିଣ ମେରୁରେ ଆଜି ପର୍ଯ୍ୟନ୍ତ କୌଣସି ଦେଶର ଯାନ ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିବା ବେଳେ ଭାରତ ପାଇଁ ଏକ ପ୍ରକାର ଚାଲେଞ୍ଜ ରହିଛି। ଯଦି ଚନ୍ଦ୍ରଯାନ ସଫଳତାର ସହ ଲ୍ୟାଣ୍ଡି କରିବ ତାହେଲେ ଭାରତର ଇତିହାସ ପୃଷ୍ଠରେ ଆଉ ଏକ ସଫଳତା ଯୋଡିହେବ।

କହିରଖୁଛୁ କି, ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେବା ପରେ ବିକ୍ରମ ଲ୍ୟାଣ୍ଡର ବୃତ୍ତାକାର କକ୍ଷପଥରେ ଘୂର୍ଣ୍ଣନ କରିବ ନାହିଁ। ଏହା 30 କିଲୋମିଟର x 100 କିଲୋମିଟରର ବୃତ୍ତାକାର କକ୍ଷପଥରେ ଘୂରିବା ପାଇଁ ଦୁଇଥର ଡିଅର୍ବିଟିଂ କରିବ। ଏହାର ଅର୍ଥ ଉଚ୍ଚତା ହ୍ରାସ ପାଇବା ସହ ଗତି ମଧ୍ୟ ମନ୍ଥର ହେବ। ଏଥିପାଇଁ ଏହାର ଇଞ୍ଜିନଗୁଡିକର ରିଟ୍ରୋଫାୟାରିଂ କରାଯିବ। ଅର୍ଥାତ୍ ଏହା ବିପରୀତ ଦିଗରେ ଘୂର୍ଣ୍ଣନ କରିବ। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ-3 ମହାକାଶଯାନକୁ ଚନ୍ଦ୍ରର ଚାରିପାଖରେ 153 କିମିx163କିମି ବୃତ୍ତାକାର କକ୍ଷପଥରେ ରହିଛି। ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ 6 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2023, 3:09 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.