ହାଇଦ୍ରାବାଦ: ଅଗଷ୍ଟ 23 ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡି କରିଥିଲା ଭାରତର ମୁନ ମିଶନ ଚନ୍ଦ୍ରଯାନ-3। ତେବେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ନିଜର କାର୍ଯ୍ୟ ଶେଷ କରି ସ୍ଲିପମୋଡକୁ ଚାଲିଯାଇଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ଭିତରେ ଆଜି ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-3ର ଲ୍ୟାଣ୍ଡରର ଫଟୋ ସେୟାର କରାଯାଇଛି। ତେବେ ଚନ୍ଦ୍ରପୃଷ୍ଠରେ ରହିଥିବା ଚନ୍ଦ୍ରଯାନ-2ର ଅର୍ବିଟର ଏହି ଫଟୋ ଉତ୍ତୋଳନ କରିଥିବା ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି। 6 ସେପ୍ଟେମ୍ବର 2023ରେ ଡୁଆଲ ଫ୍ରିକ୍ବେନ୍ସି ସିନ୍ଥେଟିକ ଏପର୍ଚର ରାଡର(DFSAR) ଉପକରଣ ଏହି ଫଟୋ ଉଠାଇଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
-
Chandrayaan-3 Mission:
— ISRO (@isro) September 9, 2023 " class="align-text-top noRightClick twitterSection" data="
Here is an image of the Chandrayaan-3 Lander taken by the Dual-frequency Synthetic Aperture Radar (DFSAR) instrument onboard the Chandrayaan-2 Orbiter on September 6, 2023.
More about the instrument: https://t.co/TrQU5V6NOq pic.twitter.com/ofMjCYQeso
">Chandrayaan-3 Mission:
— ISRO (@isro) September 9, 2023
Here is an image of the Chandrayaan-3 Lander taken by the Dual-frequency Synthetic Aperture Radar (DFSAR) instrument onboard the Chandrayaan-2 Orbiter on September 6, 2023.
More about the instrument: https://t.co/TrQU5V6NOq pic.twitter.com/ofMjCYQesoChandrayaan-3 Mission:
— ISRO (@isro) September 9, 2023
Here is an image of the Chandrayaan-3 Lander taken by the Dual-frequency Synthetic Aperture Radar (DFSAR) instrument onboard the Chandrayaan-2 Orbiter on September 6, 2023.
More about the instrument: https://t.co/TrQU5V6NOq pic.twitter.com/ofMjCYQeso
ସ୍ପେସ୍ ଏଜେନ୍ସି ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, DFSAR ହେଉଛି ଚନ୍ଦ୍ରଯାନ-2 ଅର୍ବିଟରରେ ସ୍ଥାପିତ ଏକ ପ୍ରମୁଖ ବୌଜ୍ଞାନିକ ଉପକରଣ। ଏହା L ଏବଂ S ବ୍ୟାଣ୍ଡରେ ମାଇକ୍ରୋୱେଭରେ ବ୍ୟବହୃତ ହୋଇଛି। ଏହି ଅତ୍ୟାଧୁନିକ ଯନ୍ତ୍ର ବର୍ତ୍ତମାନ ଯେକୌଣସି ଗ୍ରହ ମିଶନରେ ସର୍ବୋଚ୍ଚ ରେଜୋଲ୍ୟୁସନ ପୋଲାରାଇମେଟ୍ରିକ୍ ପ୍ରତିଛବି ପ୍ରଦାନ କରେ। DFSAR ଗତ ଚାରି ବର୍ଷ ଧରି ଚନ୍ଦ୍ର ପୃଷ୍ଠରୁ ହାଇ ରେଜୋଲ୍ୟୁସନର ଛବି ବା ଫଟୋ ପଠାଇ ଆସୁଅଛି।
ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରରେ କେଉଁଠି ପାଦ ରଖିଥିଲା ଚନ୍ଦ୍ରଯାନ-3, ଫଟୋ ଉଠାଇ ପଠାଇଲା NASA ସାଟେଲାଇଟ
ପ୍ରକାଶଥାଉକି, ସିନ୍ଥେଟିକ୍ ଏପର୍ଚର ରାଡାର (SAR) ହେଉଛି ଏକ ଶକ୍ତିଶାଳୀ ରିମୋଟ ସେନ୍ସିଂ ଯନ୍ତ୍ର। ଯାହା ଗ୍ରହ ପୃଷ୍ଠ ଉପରେ ଅଧ୍ୟୟନ କରିବା ପାଇଁ ରାଡାର ସଙ୍କେତର ଭୂପୃଷ୍ଠକୁ ପ୍ରବେଶ କରିବାର କ୍ଷମତା ରହିଛି। ରାଡାର କାରଣରୁ ଏହା ସୂର୍ଯ୍ୟ କିରଣ ବିନା ମଧ୍ୟ ଫଟୋ ଉତ୍ତୋଳନ କରିବାର କ୍ଷମତା ରହିଥାଏ।
ଗତ ଅଗଷ୍ଟ 23 ତାରିଖ ସଂଧ୍ୟା 6ଟା 4ମିନିଟ ସମୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ(ଶିବଶକ୍ତି ପଏଣ୍ଟ) ବିକ୍ରମ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା । ଏହାପରେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରରରୁ ଅଲଗା ହୋଇ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସହିତ ସଲଫର ଓ ଅକ୍ସିଜେନ୍ ସମେତ ଏକାଧିକ ଉପାଦନ ଚନ୍ଦ୍ରପୃଷ୍ଠରେ ଥିବା ନେଇ ସୂଚନା ଦେଇସାରିଛି । ତେବେ ବର୍ତ୍ତମାନ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ସ୍ଲିପମୋଡରେ ରହିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୁଣି ସେପ୍ଟେମ୍ବର 22 ତାରିଖରେ ଚନ୍ଦ୍ରପୃଷ୍ଠର ଏହି ଦକ୍ଷିଣ ମେରୁରେ ପୁଣି ସୂର୍ଯ୍ୟାଲୋକ ପଡ଼ିବ । ରୋଭର ପ୍ରଜ୍ଞାନର ସମସ୍ତ ସୌର ପ୍ୟାନେଲକୁ ଆସନ୍ତା ଚନ୍ଦ୍ର ଦିବସ ପାଇଁ ସକ୍ରିୟ ରଖାଯାଇଛି । ଏହା ସେତେବେଳେ ପୁଣି ସୂର୍ଯ୍ୟାଲୋକ ଅବଶୋଷଣ କରି କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଇସ୍ରୋ ଆଶାବ୍ୟକ୍ତ କରିଛି । ପୁଣି ନିଦରୁ ଉଠି ପ୍ରଜ୍ଞାନ ଏବଂ ବିକ୍ରମ ସକ୍ରୟ ହେବେ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ