ETV Bharat / science-and-technology

ଭାରତରେ 14ଟି ମୋବାଇଲ୍ ଆପ ବ୍ୟାନ, ପାକିସ୍ତାନକୁ ଗୁପ୍ତ ସୂଚନା ପଠାଉଥିଲେ ଆତଙ୍କବାଦୀ - ମୋବାଇଲ୍ ଆପ୍

ଭାରତରେ ବ୍ୟବହୃତ ହେଉଥିବା 14 ମୋବାଇଲ୍‌ ଆପ୍‌କୁ ରଦ୍ଦ କଲା କେନ୍ଦ୍ର । ପାକିସ୍ତାନକୁ ଗୁପ୍ତ ସୂଚନା ପ୍ରେରଣ ଓ ଗ୍ରହଣ ପାଇଁ ଆତଙ୍କବାଦୀ ବ୍ୟବହାର କରୁଥିବା ସୂତ୍ରରୁ ପ୍ରକାଶ । ଅଧିକ ପଢନ୍ତୁ

mobile messenger apps
mobile messenger apps
author img

By

Published : May 1, 2023, 1:57 PM IST

ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ 14 ମୋବାଇଲ୍ ଆପ୍(ଆପ୍ଲିକେସନ୍‌)କୁ ବ୍ଲକ୍ କଲେ କେନ୍ଦ୍ର ସରକାର । ଆଜି(ସୋମବାର) ଏ ସମସ୍ତ 14ଟି ମୋବାଇଲ୍ ମେସେଞ୍ଜର ଆପ୍ ବ୍ୟବହାରକୁ ରଦ୍ଦ କରାଯାଇଛି । ପାକିସ୍ତାନକୁ ବାର୍ତ୍ତା ପ୍ରେରଣ ଓ ପ୍ରାପ୍ତ ପାଇଁ ଆତଙ୍କବାଦୀମାନେ ଏସବୁ ଆପ୍‌ର ବ୍ୟବହାର କରୁଥିବା ସୂତ୍ରରୁ ପ୍ରକାଶ ପାଇଛି । ପ୍ରତିରକ୍ଷା ବାହିନୀ, ସୁରକ୍ଷା, ଗୁପ୍ତଚର ଏବଂ ଅନୁସନ୍ଧାନ ଏଜେନ୍ସିର ସୁପାରିଶ କ୍ରମେ ଏହି ବଡ ପଦକ୍ଷେପ ନିଆଯାଇଛି । ସୂତ୍ରରୁ ଅନୁସାରେ ରଦ୍ଦ ହୋଇଥିବା ଆପ୍‌ ଗୁଡ଼ିକ ହେଇଛି କ୍ରିପ୍‌ଭାଇଜର, ଏନିଗମା, ସେଫସ୍ୱିସ୍, ୱିକର୍ମ, ମିଡିଆଫାୟାର, ବ୍ରିଆର, ବିଚାଟ୍, ନ୍ୟାଣ୍ଡବକ୍ସ, କୋନିଅନ, ଆଇଏମଓ, ଏଲିମେଣ୍ଟ, ସେକଣ୍ଡ୍ ଲାଇନ, ଜାଙ୍ଗି, ଥ୍ରିମା ଅନ୍ତର୍ଭୁକ୍ତ ।

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000ର ସେକ୍ସନ୍ 69A ଅନୁଯାୟୀ ଏହି ଆପ୍‌ ଗୁଡିକୁ ରଦ୍ଦ କରାଯାଇଛି । ସୁରକ୍ଷା ଏଜେନ୍ସିମାନେ ପୂର୍ବରୁ ପରାମର୍ଶ ଦେଇଥିଲେ ଯେ, ଏହି ଆପ ଗୁଡିକ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀମାନେ କାଶ୍ମୀରରେ ସେମାନଙ୍କର ସମର୍ଥକ ଏବଂ ଅନ୍-ଗ୍ରାଉଣ୍ଡ ୱାର୍କର୍ସ(OGW)ଙ୍କ ସହ ଯୋଗାଯୋଗ କରିବା ପାଇଁ ବ୍ୟବହାର କରୁଥିଲେ । ଭାରତୀୟ ଆଇନ ପ୍ରଣୟନକାରୀ ସଂସ୍ଥା ଏହି ଆପ୍ ଡେଭଲପର୍ସଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ଭାରତରେ ଏସବୁ ଆପ୍‌ର କାର୍ଯ୍ୟାଳୟର କୌଣସି ସନ୍ଧାନ ପାଇପାରିଲେ ନାହିଁ । ଫଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଆପ୍‌ ଗୁଡିକ ବେଆଇନ ଦର୍ଶାଇ ରଦ୍ଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଚିନ୍ତାଜନକ ଖବର ! ବାୟୁ ପ୍ରଦୂଷଣ କରିପାରେ ହୃଦୟ ରୋଗ ଏରିଥ୍‌ମିଆ

ସୂଚନା ଅନୁସାରେ, ଏହି ନିକଟରେ(ଅପ୍ରେଲ 20)ରେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଥିଲା । ରଜୌରୀ ସେକ୍ଟରର ଭୀମବର୍ ଗଲି ଏବଂ ପୁଞ୍ଚ ମଧ୍ୟରେ ଏକ ସେନା ଟ୍ରକ ଯାତ୍ରା କରୁଥିବା ସମୟରେ ଗ୍ରେନେଡ୍ ମାଡ କରି ଉଡାଇ ଦେଇଥିଲେ ଆତଙ୍କବାଦୀ । ଫଳରେ 5 ଜଣ ସୈନିକ ଶହୀଦ ହୋଇଥିଲେ । ଏମାନଙ୍କ ମଧ୍ୟରେ ଜଣେ ଓଡିଆ ମଧ୍ୟ ଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର୍ କରିଛନ୍ତି । ସେହିପରି ଗୁଇନ୍ଦା ବିଭାଗ ମଧ୍ୟ ସମସ୍ତ ଦିଗ ଉପରେ ନଜର ରଖିଛି ।

ପ୍ରକାଶ ଥାଉ କି, ଗତ କିଛି ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ 200 ରୁ ଅଧିକ ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି । ଯେଉଁଥିରେ ସର୍ବାଧିକ ପ୍ରଚଳିତ ଗେମିଂ ଆପ୍ PUBG ଏବଂ ସର୍ଟ ଭିଡିଓ ଆପ୍ ଟିକ୍‌ଟକ୍‌ ଅନ୍ତର୍ଭୁକ୍ତ । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଏହି ଆପଗୁଡିକ ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଷ୍ଟ୍ରର ସୁରକ୍ଷା ତଥା ସାଧାରଣ ଶୃଙ୍ଖଳା ପ୍ରତି କ୍ଷତିକାରକ କାର୍ଯ୍ୟକଳାପରେ ନିୟୋଜିତ ବୋଲି ଦର୍ଶାଯାଇଥିଲା ।

ଏହି ପଦକ୍ଷେପ ଭାରତୀୟ ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ କୋଟି କୋଟି ଲୋକଙ୍କ ସ୍ୱାର୍ଥ ରକ୍ଷା କରିବ । ଭାରତୀୟ ସାଇବର ସ୍ପେସ୍‌ର ନିରାପତ୍ତା ଏବଂ ସାର୍ବଭୌମତ୍ୱକୁ ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଏକ ଲକ୍ଷ୍ୟମୂଳକ ପଦକ୍ଷେପ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.