ETV Bharat / science-and-technology

ଲଞ୍ଚ ହେଲା ବ୍ଲୁଟୁଥ ସଂଯୋଗ କ୍ଷମତା ବିଶିଷ୍ଟ ନୂଆ ଟିଭିଏସ ମୋଟର ସାଇକେଲ - ଟିଭିଏସ ମୋଟର ସାଇକେଲ

TVS ମୋଟର କମ୍ପାନୀ ସ୍ମାର୍ଟ କନେକ୍ଟ ସିଷ୍ଟମ ବ୍ୟବସ୍ଥା ସମ୍ପନ୍ନ ଏକ ନୂତନ ମୋଟର ସାଇକେଲ ଲଞ୍ଚ କରିଛି । ଅଧିକ ପଢନ୍ତୁ...

ଲଞ୍ଚ ହେଲା ବ୍ଲୁଟୁଥ ସଂଯୋଗ କ୍ଷମତା ବିଶିଷ୍ଟ ନୂଆ ଟିଭିଏସ ମୋଟର ସାଇକେଲ

author img

By

Published : Jan 19, 2021, 4:44 PM IST

Updated : Feb 16, 2021, 7:53 PM IST

ଢାକା: ଦୁଇ ଚକିଆ ଓ ତିନି ଚକିଆ ଯାନ ନିର୍ମାଣ କ୍ଷେତ୍ରରେ TVS ମୋଟର କମ୍ପାନୀ ଖୁବ ପ୍ରତିଷ୍ଠିତ ଅଟେ । ଗତ 29 ତାରିଖରେ ଏହି କମ୍ପାନୀ ବାଲାଂଦେଶରେ ସ୍ମାର୍ଟ କନେକ୍ଟ ସିଷ୍ଟମ ବ୍ୟବସ୍ଥା ସମ୍ପନ୍ନ ଏକ ନୂତନ ମୋଟର ସାଇକେଲ ଲଞ୍ଚ କରିଛି । ଯାହାର ନାମ ରହିଛି 2021 TVS Apache RTR 160 4V । ଏହି ମୋଟର ସାଇକେଲରେ ବ୍ଲଟୁଥ ସଂଯୋଗ ହୋଇପାରିବ ।

ଏଥିରେ ରେସ ଟେଲିମେଟ୍ରି, କଲ ଏବଂ ମେସେଜ ଆଲର୍ଟ, କଣ୍ଟ୍ରୋଲ ସୁଇଚ, ଲୋ ଫୁଏଲ ଓ୍ବାଙ୍ଗିଂ, ଲିନ ଏଞ୍ଜଲ ମୋଡ ଭଳି ଅନେକ ସ୍ମାର୍ଟ ଫିଚର ରହିଛି । ଏହାସହ ଏଥିରେ ଦୀର୍ଘ ସ୍ଥାୟୀତ୍ବ ବହନ କରୁଥିବା ଟାୟାର ମଧ୍ୟ ରଖାଯାଇଛି । ଏହି ସ୍କାର୍ଟ କନେକ୍ଟ ଗାଡିଟି ତିନୋଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ ଯେପରିକି, ରେସିଙ୍ଗ ରେଡ, ମେଟାଲିକ ବ୍ଲୁ ଏବଂ ନାଇଟ ବ୍ଲାକ ।

ଏହି ଅତ୍ୟାଧୁନିକ ମୋଟର ସାଇକେଲ ଲଞ୍ଚ ସମୟରେ କମ୍ପାନୀର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଆର ଦିଲ୍ଲୀପ କହିଛନ୍ତି, ଦୁଇ ଚକିଆ ଯାନ କ୍ଷେତ୍ରରେ ସ୍ମାର୍ଟ କନେକ୍ଟ ସିଷ୍ଟମ ଯୁକ୍ତ ଏଭଳି ଗାଡିଟି ବାଂଲାଦେଶର ପ୍ରଥମ । ଏହାସହ ବର୍ତ୍ତମାନ TVS apache ସାରା ବିଶ୍ବରେ 4 ମିଲିୟନ ଉପଭୋକ୍ତାଙ୍କ ସହ ଏକ ମାଇଲଷ୍ଟୋନ ଅତିକ୍ରମ କରିଛି । ଏଣୁ ଆମେ ନିଜ ଉପଭୋକ୍ତାଙ୍କ ନିକଟରେ କୃତଜ୍ଞ ଅଟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.