ETV Bharat / science-and-technology

ଶସ୍ତାରେ ଉନ୍ନତମାନର କ୍ୟାମେରା ଲେନ୍ସ ଆଣିବ Panasonic

author img

By

Published : Jan 30, 2022, 6:30 PM IST

ଉନ୍ନତମାନର ଲେନ୍ସ ଆଣିବାକୁ ଯାଉଛି ପାନାସୋନିକ କମ୍ପାନୀ । ତେବେ ଏହାର ମୂଲ୍ୟ ଅନ୍ୟ ଉନ୍ନତମାନର ଲେନ୍ସ ଠାରୁ ଅପେକ୍ଷାକୃତ କମ ରହିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ଶସ୍ତାରେ ଉନ୍ନତମାନର କ୍ୟାମେରା ଲେନ୍ସ ଆଣିବ Panasonic
ଶସ୍ତାରେ ଉନ୍ନତମାନର କ୍ୟାମେରା ଲେନ୍ସ ଆଣିବ Panasonic

ଟୋକିଓ: ଉନ୍ନତମାନର ଲେନ୍ସ ଥିବା କ୍ୟାମେରା ଆଣିବାକୁ ଯାଉଛି ଜାପାନ କମ୍ପାନୀ ପାନାସୋନିକ୍‌ । ଏହି ଲେନ୍ସର ଦାମ ଅପେକ୍ଷାକୃତ କମ ରହିଥିବା ବେଳେ ଏଥିରେ ଉନ୍ନତମାନର ଟେକ୍ନୋଲୋଜି ରହିଥିବା ଜଣାପଡ଼ିଛି । ଏଥିରେ ଉନ୍ନତମାନର କ୍ୟାମେରା ଲେନ୍ସର କ୍ବାଲିଟି ରହିବା ସହିତ ସେନ୍ସର ଥିବା ଅନଲାଇନ ୱେବସାଇଟ GSM Arena ରିପୋର୍ଟରୁ ଜଣାପଡ଼ିଛି ।

ଏହି ଲେନ୍ସ ଉପରେ ଉନ୍ନତମାନର Chalcogenide ଗ୍ଲାସ ଲାଗିଥିବା ବେଳେ କ୍ୟାମେରାରେ ହାଇ ରିଜୋଲ୍ୟୁସନର ଫଟୋ ଉଠୁଛି । ଏହି ସମାନ ଲେନ୍ସ କ୍ବାଲିଟି ସହିତ ଭିନ୍ନ ପ୍ରକାରର କ୍ୟାମେରା ନିର୍ମାଣ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଏହାର ମୁଖ୍ୟ ବୈଶିଷ୍ୟ ହେଉଛି ଲେନ୍ସର ସୁରକ୍ଷା ଉପରେ କମ୍ପାନୀ ଅଧିକ ଗୁରୁତ୍ବ ଦେଇଛି । ଲେନ୍ସକୁ ସୁରକ୍ଷା ଦେବା ପାଇଁ ଏହାର ଚାରି ପାଖରେ ଏକ ପ୍ରୋଟେକ୍ଟର ଲାଗିଛି ।

ଅନେକ ଭଲ ବୈଶିଷ୍ଟ୍ୟ ରହିଥିବା ବେଳେ କ୍ୟାମେରାର ମୂଲ୍ୟକୁ ମଧ୍ୟ କମ ରଖାଯାଇଛି । ଲେନ୍ସ ୨୦-୬୬ ମିମି ହୋଇଥିବା ବେଳେ ଏଥିରେ ଅତିରିକ୍ତ ବ୍ୟାଟେରୀ ପାୱାର ରହିଛି । ଗ୍ରାହକ ଏହି ଲେନ୍ସକୁ ପସନ୍ଦ କରିବା ଆଶାରେ ଏହାର ଉତ୍ପାଦ କ୍ଷମତା ବଢାଇବା ପାଇଁ କମ୍ପାନୀ ଯୋଜନା କରୁଛି ବୋଲି ଜଣାପଡ଼ିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.