ETV Bharat / science-and-technology

ରାମ ମନ୍ଦିରର ସୁରକ୍ଷାରେ ଯୋଡି ହେବ AI ସର୍ଭିଲାନ୍ସ

Ayodhya to be Under AI Surveillance: ଅଯୋଧ୍ୟାରେ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ସର୍ଭିଲାନ୍ସର ପାଇଲଟ ପ୍ରୋଜେକ୍ଟ । ଜାଣନ୍ତୁ କିଭଳି କରିବ କାମ

author img

By ETV Bharat Odisha Team

Published : Jan 4, 2024, 1:23 PM IST

Ayodhya to be Under AI Surveillance
Ayodhya to be Under AI Surveillance

ଲକ୍ଷ୍ନୌ: ଆଉ ମାତ୍ର କେଇ ଦିନର ଅପେକ୍ଷା । ଆସନ୍ତା ମାସ 22 ତାରିଖରେ ସିଂହାସନରେ ବିରାଜିବେ ରାମଲାଲା । ଏହି ଭବ୍ୟ ସମାରୋହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । 16 ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ 7 ଦିନ ପର୍ଯ୍ୟନ୍ତ ଉତ୍ସବମୁଖର ହେବ ଅଯୋଧ୍ୟା ନଗରୀ । ତେବେ ରାମ ମନ୍ଦିରର ଉଦାଘାଟନୀ ପରେ ତୀର୍ଥଯାତ୍ରୀଙ୍କର ସଂଖ୍ୟାରେ ମଧ୍ୟ ବୃଦ୍ଧି ହେବା ନେଇ ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିରର ସୁରକ୍ଷା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ସର୍ଭିଲାନ୍ସ ଆରମ୍ଭ ହେବା ନେଇ ସୂଚନା ମିଳିଛି । ପ୍ରଥମ ଥର ପାଇଁ ରାମ ମନ୍ଦିରରେ ଏହି ବ୍ୟବସ୍ଥା ହେବାକୁ ଯାଉଛି ।

ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ଏଆଇ ସର୍ଭିଲାନ୍ସର ପାଇଲଟ ପ୍ରୋଜେକ୍ଟ ଆଯୋଧ୍ୟାରେ ଲଞ୍ଚ ହେବାର ସମ୍ଭାବନା ରହିଛି । ଯଦି ଏହା ସମ୍ଭବ ହୁଏ ତାହେଲେ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ଡ୍ରିଲ ପାଇଁ ଏକ ଅଭିଚ୍ଛେଦ୍ୟ ଅଙ୍ଗ ହେବ ।" ପ୍ରାଣ ପ୍ରତିଷ୍ଠା ଦିନ ରାମଲାଲାଙ୍କ ସୁରକ୍ଷା ପାଇଁ ଏଆଇ ସର୍ଭିଲାନ୍ସ ବ୍ୟତୀତ 11 ହଜାର ପୋଲିସ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ନେଇ ସୂଚନା ରହିଛି ।

ସମସ୍ତ ଗତିବିଧି ଉପରେ ରହିବ ନଜର: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ସୁରକ୍ଷା ବ୍ୟବସ୍ଥା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ଏଆଇ ସର୍ଭିଲାନ୍ସର ପାଇଲଟ ପ୍ରୋଜେକ୍ଟକୁ ଅଯୋଧ୍ୟାରେ ଲଞ୍ଚ କରାଯାଇପାରିବ । ରାମ ମନ୍ଦିର ପ୍ରତି ବିପଦ ଅଧିକ ରହିଛି । ଏହି ସ୍ଥିତିରେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଆବଶ୍ୟକ । ଏଆଇ ସର୍ଭିଲାନ୍ସର ବ୍ୟବହାର କରିବା ଦ୍ବାରା ମନ୍ଦିର ପରିସରରେ ସନ୍ଦିଗ୍ଧ ଏବଂ ଭିଡ ସମୟରେ ମଧ୍ୟ କୌଣସି ଅପ୍ରତିକର ପରିସ୍ଥିତି ଉପୁଜିବ ନାହିଁ । ଏହାଦ୍ବାରା ଏଜେନ୍ସି ମଧ୍ୟ ଆଲର୍ଟରେ ରହିବ ଏବଂ ଉପଯୁକ୍ତ ପଦକ୍ଷେପ ନେବାକୁ ସକ୍ଷମ ହେବେ ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, ଦୁଇ ଗିରଫ

ୟୁପି ପୋଲିସର କଡାକଡି ଯାଞ୍ଚ: ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ପୋଲିସ ମାନୁଆଲ ତଥା ସୋସିଆଲ ମିଡିଆ ଉପରେ ନଜର ରଖିଛି । ଜାନୁଆରୀ 22 ତାରିଖ ପାଇଁ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ନେଇ ରୋଡମ୍ୟାପ ତିଆରି କରାଯାଇ ନଥିବା ବେଳେ ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ବିଶ୍ଳେଷଣ ଜାରି ରଖିଛନ୍ତି । ଯେଉଁଠାରେ ରାମଲାଲା ରହିଛନ୍ତି ସେହି ରେଡ ଜୋନ ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଉଛି ।

ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଇଣ୍ଟେଲିଜେନ୍ସ ୟୁନିଟର 38 ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ନେଇ ଅଯୋଧ୍ୟାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଟ୍ୟାକ୍ସି ଡ୍ରାଇଭର, ଇ-ରିକ୍ସା ଡ୍ରାଇଭର, ହୋଟେଲ କର୍ମଚାରୀ, ଭିକ୍ଷୁକ, ପୁରୋହିତଙ୍କ ସହିତ ସାଧାରଣ ଜନତାଙ୍କର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

22 ଜାନୁଆରୀରେ କଡାକଡି ସୁରକ୍ଷା ବ୍ୟବସ୍ଥା: ସରକାରୀ ସୂତ୍ର ଅନୁସାରେ, ଆସନ୍ତା ଜାନୁଆରୀ 22 ତାରିଖରେ ପ୍ରାୟ 8000 ପୋଲିସ କର୍ମଚାରୀ ଏବଂ 26ଟି ପାରାମିଲିଟାରୀ ଫୋର୍ସ ଏବଂ ପିଏସି ନିୟୋଜିତ ହେବାର ସମ୍ଭାବନା ରହିଛି । ଏହାସହିତ ୟୁପି ଆଣ୍ଟି ଟେରର ସ୍କ୍ବାର୍ଡ(ATS) ଏବଂ ସ୍ସେସାଲ ଟାସ୍କ ଫୋର୍ସ ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଭଳି କେନ୍ଦ୍ରୀୟ ଏଜେନ୍ସିର ଟିମ୍ ମଧ୍ୟ ନିୟୋଜିତ ହେବା ନେଇ ସୂଚୀ ପ୍ରସ୍ତୁତ ହୋଇଛି । ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ଦିନ ଯାତାୟତ ଗତିପଥରେ ମଧ୍ୟ ପରିବର୍ତ୍ତନ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.