ଲସ୍ ଆଞ୍ଜେଲ୍ସ: ବୈଜ୍ଞାନିକମାନେ ବିଭିନ୍ନ ଆଣ୍ଟିବଡି ଚିହ୍ନଟ କରିଛନ୍ତି, ଯାହା SARS-CoV-2 ପ୍ରକାର ଭାରିଏଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ । ଏହି ଆଣ୍ଟିବଡି ଦ୍ବାରା ପରବର୍ତ୍ତୀ ଟିକା ପ୍ରସ୍ତୁତ ହେବ, ଯାହା COVID-19 ଷ୍ଟ୍ରେନରୁ ରକ୍ଷା କରିପାରିବ । ଆମେରିକାର ସାନ ଡିଏଗୋରେ ଥିବା ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଏକ ଦଳ ମାଙ୍କଡ଼ ଶରୀରରୁ ଏହି ଆଣ୍ଟିବଡି ଚିହ୍ନଟ କରିଛନ୍ତି । ଏହା ମଧ୍ୟ SARS-CoV-1 ପରି ଅନ୍ୟ SARS(Severe acute respiratory syndrome) ଭୂତାଣୁ ବିରୁଦ୍ଧରେ ମଧ୍ୟ ପ୍ରଭାବଶାଳୀ ଅଟେ ।
ଏହି ମାରାତ୍ମକ ଭୂତାଣୁ 2003ରେ ବିସ୍ତାର କରିଥିଲା । କେତେକ ପ୍ରାଣୀ ଏହି ପ୍ରକାରର "pan-SARS virus" ଆଣ୍ଟିବଡି ତିଆରି କରିବାରେ ଅଧିକ ସକ୍ଷମ ଏବଂ ଏଥିରୁ କିପରି ଭ୍ୟାକ୍ସିନ ପ୍ରସ୍ତୁତ କରିହେବ ତାହା ବୈଜ୍ଞାନିକମାନଙ୍କୁ ଜଣାପଡିଯାଇଥାଏ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ଆଣ୍ଟିବଡିଗୁଡିକ ସ୍ପାଇକ୍ ପ୍ରୋଟିନରେ ଏକ ଭାଇରାଲ୍ ଅଞ୍ଚଳକୁ ଚିହ୍ନିଥାଏ- ଯାହା ଭୂତାଣୁ କୋଷକୁ ପ୍ରବେଶ ଏବଂ ସଂକ୍ରମିତ କରିବା ପାଇଁ ବ୍ୟବହାର କରିଥାଏ ।
ଏହାର ଅର୍ଥ ହେଉଛି ଯେ, ଏହି ଅଞ୍ଚଳ ବିଭିନ୍ନ SARS ଜୀବାଣୁ ମଧ୍ୟରେ ଉପସ୍ଥିତ ଅଛି ଏବଂ ସମୟ ସହିତ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ବୋଲି ସେମାନେ କହିଛନ୍ତି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହି ଅନୁସନ୍ଧାନ ପରବର୍ତ୍ତୀ ପିଢିର ଟିକା ବିକଶିତ କରିବାରେ ସାହାଯ୍ୟ କରିପାରିବ, ଯାହା SARS-CoV-2 ପ୍ରକାର ଏବଂ ଅନ୍ୟାନ୍ୟ SARS ସମ୍ବନ୍ଧୀୟ ଭୂତାଣୁଙ୍କ ଠାରୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିପାରିବ ବୋଲି ସ୍କ୍ରାପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନକାରୀ ବରିଷ୍ଠ ଅଥର୍ ରୈଜ ଅନ୍ଦାବି କହିଛନ୍ତି । ଅନୁସନ୍ଧାନକାରୀମାନେ SARS-CoV-2 ସ୍ପାଇକ୍ ପ୍ରୋଟିନ୍ ସହିତ Rhesus Macaque ମାଙ୍କଡମାନଙ୍କୁ Immunized କରିଥିଲେ । ଦୁଇଟି ଶଟ୍ ପରିଚାଳନା କରାଯାଇଥିଲା, ଯାହା ବର୍ତ୍ତମାନ ମଣିଷ ଶରୀରରେ ବ୍ୟବହୃତ ହେଉଥିବା ଟିକା ସହ ସମାନ ଥିଲା ।
କୋଭିଡ ଭାରିଏଣ୍ଟ ଓମିକ୍ରନ ଭଳି ଭାଇରସ ସହ ଲଢିବା ପାଇଁ Macaques ଦରକାରୀ ବୋଲି ଅଧ୍ୟୟନରେ ଜଣାପଡିଛି । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ଆଣ୍ଟିବଡିଗୁଡିକ ସାଇଟର ଧାରରେ ଏକ ସଂରକ୍ଷିତ ଅଞ୍ଚଳକୁ ଚିହ୍ନିଥାଏ ଯେଉଁଠାରେ ସ୍ପାଇକ୍ ପ୍ରୋଟିନ୍ ହୋଷ୍ଟ କୋଷଗୁଡିକ ସହିତ ରହିଥାଏ, ଯାହାକୁ ଆଙ୍ଗିଓଟେନସିନ୍ ରୂପାନ୍ତରକାରୀ ଏନଜାଇମ୍ 2 (ACE2) ରିସେପ୍ଟର ବାଇଣ୍ଡିଂ ସାଇଟ୍ କୁହାଯାଏ । ଅଧିକାଂଶ ହ୍ୟୁମାନ ଆଣ୍ଟିବଡି ଲକ୍ଷ୍ୟ କରୁଥିବା ଅଞ୍ଚଳଠାରୁ ଏହା ଭିନ୍ନ ଅଟେ ।
Macaques ରେ ଏକ ଆଣ୍ଟିବଡି ଜିନ୍ ଅଛି, ଯାହା ସେମାନଙ୍କୁ SARS ଭୂତାଣୁଙ୍କଠାରୁ ଅଧିକ ସୁରକ୍ଷା ପ୍ରଦାନ କରିଥାଏ ବୋଲି co-senior Author Dennis Burton କହିଛନ୍ତି । ଏହି ଅଧ୍ୟୟନ ମାଙ୍କଡ ଶରୀରରେ ଭ୍ୟାକ୍ସିନ କିପରି କାମ କରେ ଶିକ୍ଷା ଦେବା ସହ ଆମର ଭ୍ୟାକ୍ସିନ ପ୍ରସ୍ତୁତ ପ୍ରୟାସ ପାଇଁ ଏକ ନୂତନ ଲକ୍ଷ୍ୟ ଦେଖାଇଛି ବୋଲି ବର୍ଟନ୍ କହିଛନ୍ତି ।