ETV Bharat / science-and-technology

IMFର ଚେତାବନୀ, 40% ଚାକିରି ଉପରେ ପ୍ରଭାବ ପକାଇବ AI - ଚାକିରି ଉପରେ ପ୍ରଭାବ ପକାଇବ ଏଆଇ

IMF on AI: ବୈଶିକ ବିକାଶରେ ସହାୟକ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । କିନ୍ତୁ 40 ପ୍ରତିଶତ ଚାକିରି ଉପରେ ପ୍ରଭାବ ପକାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

AI will affect almost 40 percent jobs
AI will affect almost 40 percent jobs
author img

By ETV Bharat Odisha Team

Published : Jan 15, 2024, 5:25 PM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ବୃଦ୍ଧି ପାଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଚାହିଦା । ଆଜିକା ସମୟରେ ହେଡଲାଇନ ସାଜିଛି ଏଆଇ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କୃତ୍ରିମ ବୁଦ୍ଧିମତା ମଧ୍ୟ କୁହାଯାଏ । ଜଟିଳ କାର୍ଯ୍ୟକୁ ସରଳ କରିବାରେ ସାହାଯ୍ୟ କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଟେକନିକାଲ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ଭୂମିକା ଗ୍ରହଣ କରିଛି ।

AIକୁ ନେଇ IMFର ବୟାନ: ପ୍ରତ୍ୟେକ ଆଧୁନିକ ଜ୍ଞାନକୌଶଳର ଉଭୟ ସୁବିଧା ଏବଂ ଅସୁବିଧା ରହିଥାଏ । ଏହି କ୍ରମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସୁବିଧା ଏବଂ ଅସୁବିଧା ରହିଛି । ଏଆଇକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଏକ ରିପୋର୍ଟ ପ୍ରକାଶ କରିଛି । ସମଗ୍ର ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ 40 ପ୍ରତିଶତ ଚାକିରି ଉପରେ ପ୍ରଭାବ ପକାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି, "ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମଗ୍ର ବିଶ୍ବରେ ଅସମାନତାକୁ ଆହୁରି ପ୍ରଭାବିତ କରିବ । ତେଣୁ ନିତୀ ନିର୍ଦ୍ଦାରଣକାରୀମାନେ ଏଭଳି ପ୍ରବୃତ୍ତି ଉପରେ ଧ୍ୟାନ ଦେବା ଉଚିତ । ଯାହା ଦ୍ବାରା ଟେକ୍ନୋଲୋଜିକୁ ନେଇ ଚିନ୍ତା ବୃଦ୍ଧି ପାଇବ ନାହିଁ ।" ଏହି ରିପୋର୍ଟ ଅନୁସାରେ, ଅର୍ଥବ୍ୟବସ୍ଥାରେ ପ୍ରାୟ 60 ପ୍ରତିଶତ ଚାକିରି ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଭାବ ପକାଇବ ବୋଲି ଆଇଏମଏଫ ରିପୋର୍ଟ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ 2023: ସ୍ବପ୍ନରେ ଡେଣା ଲଗାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ବେକାରୀ ଏବଂ ଅସମାନତା ବୃଦ୍ଧି ପାଇବ:

ବର୍ତ୍ତମାନ ଯେଉଁ ସମସ୍ତ କାର୍ଯ୍ୟ ମନୁଷ୍ୟ କରୁଛି, ଭବିଷ୍ୟତରେ ସେହି ସମସ୍ତ କାର୍ଯ୍ୟ କରିପାରିବ ଏଆଇ । ଏହା ଦ୍ବାରା ଶ୍ରମର ଚାହିଦା ହ୍ରାସ ପାଇବା ସହିତ ଦରମ ଉପରେ ପ୍ରଭାବ ପକାଇବ । ଫଳରେ ଅନେକଙ୍କ ଚାକିରି ମଧ୍ୟ ଯାଇପାରେ। ତେବେ ସ୍ବଳ୍ପ ଆୟକାରୀ ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ 26 ପ୍ରତିଶତ ଚାକିରିକୁ ପ୍ରଭାବିତ କରିବା ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ କରିଛି । ଏଆଇର ଫାଇଦା ଉଠାଇବା ପାଇଁ ଅନେକ ଦେଶ ପାଖରେ ଭିତ୍ତିଭୂମି କିମ୍ବା କୁଶଳୀ କର୍ମଜୀବୀ ନାହାନ୍ତି । ଏହା ଦ୍ବାରା ବିଶ୍ବର ଅନେକ ଦେଶରେ ଅସମାନତା ବୃଦ୍ଧି ପାଇବ ବୋଲି କୁହାଯାଇଛି । ସ୍ୱଳ୍ପ ଆୟକାରୀ ଏବଂ ବୟସ୍କାଧିକ ଶ୍ରମିକମାନେ ଏହା ଦ୍ବାରା ଉପକୃତ ହୋଇନପାରନ୍ତି । ଦେଶ ତଥା ଦୁର୍ବଳ ଦେଶ ପାଇଁ ବ୍ୟାପକ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.