ETV Bharat / science-and-technology

AIର ନୈତିକ ଉପଯୋଗ ପାଇଁ ପ୍ରତିବଦ୍ଧ ଭାରତ, ସରକାର ଶୀଘ୍ର ଆରମ୍ଭ କରିବେ ଏଆଇ ମିଶନ - ସ୍ଥାୟୀ ବିକାଶ କ୍ଷେତ୍ରରେ ବଡ ଭୂମିକା ଗ୍ରହଣ କରିବ ଏଆଇ

PM Modi on Artificial Intelligence: ଗ୍ଲୋବାଲ ପାର୍ଟନରସିପ ଅନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶିଖର ସମ୍ମିଳନୀରେ ଯୋଗ ଦେଇ ଏଆଇର ଅପବ୍ୟବହାର ନେଇ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ। ଅଧିକ ପଢନ୍ତୁ

PM Modi inaugurates GPAI Summit
PM Modi inaugurates GPAI Summit
author img

By ETV Bharat Odisha Team

Published : Dec 13, 2023, 10:49 AM IST

ହାଇଦ୍ରାବାଦ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ଅପବ୍ୟବହାରକୁ ନେଇ ପୁଣି ଥରେ ସମଗ୍ର ବିଶ୍ବକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ପାଇଁ ଏକ ଫ୍ରେମଓ୍ବାର୍କ ବା ନୀତି ଆଣିବା ପାଇଁ ମୋଦି ଅପିଲ କରିଛନ୍ତି।

ସୂଚନାଅନୁସାରେ, ଦିଲ୍ଲୀରେ ଆୟୋଜିତ ଗ୍ଲୋବାଲ ପାର୍ଟନରସିପ ଅନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ସେଠାରେ ସମ୍ବୋଧିତ କରି କହିଥିଲେ, "ଏକବିଂଶ ଶତାବ୍ଦୀର ବିକାଶରେ ଏଆଇ ସବୁଠାରୁ ବଡ଼ ଉତ୍ସ ହୋଇପାରେ କିନ୍ତୁ ଏକବିଂଶ ଶତାବ୍ଦୀକୁ ଧ୍ବସଂ କରିବାର ମଧ୍ୟ ସମାନ କ୍ଷମତା ଏଆଇ ପାଖରେ ରହିଛି। "

AIର ଦୂରୁପଯୋଗ ରୋକିବା ପାଇଁ ସଠିକ ନୀତି ପ୍ରଣୟନ କରିବା ଜରୁରୀ:

ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, "ଡିପଫେକ୍‌, ସାଇବର ସୁରକ୍ଷା ଏବଂ ଡାଟା ଚୋରି ଆହ୍ବାନ ବ୍ୟତୀତ ଆତଙ୍କବାଦୀଙ୍କ ହାତରେ ଏଆଇ ଟୁଲ ବ୍ୟବହାରର ଅଧିକ ସମ୍ଭାବନା ରହିଛି। ଯଦି ଆତଙ୍କବାଦୀଙ୍କ ହାତରେଏଆଇ ସଜ୍ଜିତ ଅସ୍ତ୍ର ପହଞ୍ଚେ ତାହେଲେ ସମଗ୍ର ବିଶ୍ବକୁ ଏକ ବଡ ବିପଦର ସାମ୍ନା କରିବାକୁ ହେବ। ତେଣୁ ଏଆଇର ଅପବ୍ୟବହାରକୁ ରୋକିବା ପାଇଁ ଏହା ଉପରେ ଦୃଷ୍ଟି ଦେବାକୁ ହେବ ଏବଂ ସଠିକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।"

AIର ନୈତିକ ବ୍ୟବହାର ପାଇ ଏକ ବିଶ୍ବସ୍ତରୀୟ ଫ୍ରେମଓ୍ବାର୍କର ରହିଛି ଆବଶ୍ୟକତା:

ଏହି ବିଷୟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଯେପରି ଆମ ଦେଶରେ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ପାଇଁ ପ୍ରୋଟୋକଲ ଏବଂ ଚୁକ୍ତିନାମା ରହିଛି, ସେହିଭଳି ଏଆଇର ନୈତିକ ବ୍ୟବହାର ପାଇଁ ଏକ ବିଶ୍ବସ୍ତରୀୟ ଫ୍ରେମଓ୍ବାର୍କ ପ୍ରସ୍ତୁତ କରିବା ଆବଶ୍ୟକ । ଏଥିରେ ବିପଦ, AI ଉପକରଣଗୁଡ଼ିକର ଏବଂ ନିୟୋଜନର ଏକ ପ୍ରଟୋକଲ ରହିବା ଉଚିତ ।"

ସରକାର ଶୀଘ୍ର ଆରମ୍ଭ କରିବେ ଏଆଇ ମିଶନ: କୃତ୍ରିମ ବୁଦ୍ଧିମତାର ଦାୟିତ୍ବ ଏବଂ ନୈତିକ ବ୍ୟବହାର ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହାସହ ସେ କହିଛନ୍ତି, "ଏହି ଟେକ୍‌ନିକ୍‌ରେ ଭାରତର ଟେକ୍ନୋଲୋଜିର ଦୃଶ୍ୟପଟକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଖୁବଶୀଘ୍ର ଏଆଇ ମିଶନ ଆରମ୍ଭ କରିବେ ।"

ସ୍ଥାୟୀ ବିକାଶ କ୍ଷେତ୍ରରେ ବଡ ଭୂମିକା ଗ୍ରହଣ କରିବ ଏଆଇ: ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ସ୍ବାସ୍ଥ୍ୟସେବା ସମେତ ଏନେଇ ସେକ୍ଟରରେ ପରିବର୍ତ୍ତନ ଆଣିବାରେ ଏଆଇର ଭୂମକା ରହିଛି ଏବଂ ଏହା ସ୍ଥାୟୀ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । କିନ୍ତୁ ଏହି ବିଷୟ ଉପରେ ଅଧିକ ସତର୍କ ରହିବା ଆବଶ୍ୟକ । AI ର ଦିଗ ମାନବୀୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ନିର୍ଭର କରିବ । ଯଦି ଏହା ସହିତ ଜଡ଼ିତ ନୈତିକ, ଆର୍ଥିକ ଏବଂ ସାମାଜିକ ଚିନ୍ତାଧାରା ପ୍ରତି ଧ୍ୟାନ ଦିଆଯାଏ ତାହାଲେ ଏଆଇ ଉପରେ ଭରସା ବୃଦ୍ଧି ପାଇବ । ଡାଟା ସୁରକ୍ଷିତ ହେଲେ ଗୋପନୀୟ ସମ୍ବନ୍ଧୀୟ ଚିନ୍ତା ଦୂର ହେବ । ତେବେ ଆମକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଶ୍ବସ୍ତରୀୟ ଫ୍ରେମଓ୍ବାର୍କ ସମ୍ପୁର୍ଣ୍ଣ କରିବାକୁ ହେବ । ବିଶ୍ବ, ମାନବିକତାର ସୁରକ୍ଷା ଏବଂ ପ୍ରଗତି ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ ଅଟେ ।"

ଏହା ମଧ୍ୟ ପଢନ୍ତୁ: AI ବ୍ୟବହାର ପାଇଁ କେତେଦୂର ପ୍ରସ୍ତୁତ ଭାରତୀୟ କମ୍ପାନୀ ?

AI କେବଳ ଏକ ଟେକନିକ ନୁହଁ, ଏକ ବିଶ୍ବବ୍ୟାପୀ ଆନ୍ଦୋଳନ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ସୁରକ୍ଷିତ ଏବଂ ବିଶ୍ବସନୀୟ କରିବା ପାଇଁ ଆହ୍ବାନ ଦେଇ କହିଛନ୍ତି, "ଏଆଇ ସୂଚନାକୁ କିଭଳି ବିଶ୍ବସନୀୟ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହେବା ଆବଶ୍ୟକ । AI କେବଳ ଏକ ନୂତନ ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ଅଟେ ।"

AI ସହିତ ବିଶ୍ୱ ଏକ ନୂଆ ଯୁଗରେ ପ୍ରବେଶ କରୁଛି: ଏନେଇ ପ୍ରଧାନ୍ତ୍ରୀ କହିଛନ୍ତି, "ଡାଟା ଏବଂ ଆଲଗୋରିଦମର ଉପଯୋଗ ସମସ୍ତ ପ୍ରକାର ପକ୍ଷପାତରୁ ମୁକ୍ତ ହେବା ଆବଶ୍ୟକ । ଏଆଇ ସହିତ ଜଡ଼ିତ ନକରାତ୍ମକ ଦିଗଗୁଡିକ ଚିନ୍ତାର ବିଷୟ । ଏଆଇ ପରିବର୍ତ୍ତନଶୀଳ, ତେଣୁ ଏହାକୁ ସ୍ବଚ୍ଛ କରିବା ଆମର ଦାୟିତ୍ୱ । ଏଆଇ ସହିତ ବିଶ୍ବ ଏକ ନୂତନ ଯୁଗରେ ପ୍ରବେଶ କରୁଛି ।"

ଭବିଷ୍ୟତ ସ୍ଥିର କରିବା ପାଇଁ ଏହି ଟେକ୍ନୋଲୋଜି ସବୁଠାରୁ ବଡ ଆଧାର ହୋଇପାରେ : ଭବିଷ୍ୟତ ସ୍ଥିର କରିବା ପାଇଁ ଏହି ଟେକ୍ନୋଲୋଜି ସବୁଠାରୁ ବଡ ଆଧାର ହୋଇପାରେ ମୋଦି କହିଛନ୍ତି। ଭାରତ ଏଆଇର ଦାୟିତ୍ବ ଏବଂ ନୈତିକ ଉପଯୋଗ ପାଇଁ ଭାରତ ପ୍ରତିବଦ୍ଧ। ଆଜି ଭାରତ AI ପ୍ରତିଭା ଏବଂ AI ସହ ଜଡିତ ନୂତନ ଚିନ୍ତାଧାରାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲେୟାର । ଯୁବ ଭାରତୀୟ ଟେକ୍ନୋକ୍ରାଟ ଏବଂ ଅନୁସନ୍ଧାନକାରୀମାନେ AIର ସୀମା ଅନୁସନ୍ଧାନ କରୁଛନ୍ତି। ସରକାର ସାମାଜିକ ବିକାଶ ପାଇଁ ଏଆଇର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବାକୁ ଚେଷ୍ଟା କରିବେ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.