ETV Bharat / science-and-technology

Venus Mission: ସୂର୍ଯ୍ୟ ଏବଂ ଚନ୍ଦ୍ରର ଅଭିଯାନ ସଫଳ ପରେ ଏବେ ଇସ୍ରୋ ନଜରରେ ଶୁକ୍ର

ବର୍ତ୍ତମାନ ଇସ୍ରୋ ନଜରରେ ସୌରମଣ୍ଡଳ ବାହାରେ ରହିଥିବା ତାରା ଏବଂ ଉପଗ୍ରହମାନଙ୍କ ଉପରେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଖୁବ ଶୀଘ୍ର ଶୁକ୍ର ମିଶନ ଆରମ୍ଭ ହେବ ବୋଲି କହିଛନ୍ତି ଏସ ସୋମନାଥ। ଅଧିକ ପଢନ୍ତୁ

Venus Mission
Venus Mission
author img

By ETV Bharat Odisha Team

Published : Sep 28, 2023, 10:46 AM IST

ହାଇଦ୍ରାବାଦ: ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସୂର୍ଯ୍ୟ ମିଶନ ଲଞ୍ଚ୍‌ କରିଥିଲା । ବର୍ତ୍ତମାନ ସଫଳତା ଦିଗରେ ଆଗେଇ ଚାଲିଛି ଆଦିତ୍ୟ ଏଲ 1 । L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଆଦିତ୍ୟ ଏଲ1 । ଏହାରି ଭିତରେ ବର୍ତ୍ତମାନ ଇସ୍ରୋ ନଜରକୁ ଆସିଛି ଶୁକ୍ର । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, "ଶୁକ୍ରର ଗବେଷଣା ପାଇଁ ମିଶନ ପୂର୍ବରୁ ସୁନିଶ୍ଚିତ ରହିଥିଲା । ଭବିଷ୍ୟତକୁ ଲକ୍ଷ୍ୟ କରି ପେଲୋଡ ମଧ୍ୟ ବିକଶିତ କରାଯାଇଛି ।"

INSA କାର୍ଯ୍ୟକ୍ରମରେ ଏହା କହିଲେ ସୋମନାଥ: ଦିଲ୍ଲୀରେ ଇଣ୍ଡିଆନ୍ ନ୍ୟାସନାଲ ସାଇନ୍ସ ଏକାଡେମୀ (INSA)ର କାର୍ଯ୍ୟକ୍ରମରେ ଯୋଗଦେଇ ISRO ମୁଖ୍ୟ କହିଛନ୍ତି ଯେ," ଶୁକ୍ର ଏକ ଆକର୍ଷଣୀୟ ଗ୍ରହ। ଏହାର ଆବିଷ୍କାର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ପ୍ରଶ୍ନର ଉତ୍ତର ମିଳିପାରେ। ଶୁକ୍ର ଗ୍ରହର ବାୟୁମଣ୍ଡଳ ଅତ୍ୟନ୍ତ ଘନ ଅଟେ। ବାୟୁମଣ୍ଡଳୀୟ ଚାପ ପୃଥିବୀ ଠାରୁ 100 ଗୁଣ ଅଧିକ ଏବଂ ଏହା ଏସିଡରେ ପରିପୂର୍ଣ୍ଣ ରହିଛି।"

ଏହା ମଧ୍ୟ ପଢନ୍ତୁ: Chandrayaan-3: କେବେ ଉଠିବେ ବିକ୍ରମ ଓ ପ୍ରଜ୍ଞାନ ? ଏମିତି କହିଲେ ଇସ୍ରୋ ବୈଜ୍ଞାନିକ

ସେ ଆହୁରି ମଧ୍ୟ କହିଛନ୍ତି ଯେ," ଏବେ ଶୁକ୍ର ଉପରେ କିଛି ସ୍ପଷ୍ଟ କରିହେବ ନାହିଁ। କାରଣ ଏହାର ପୃଷ୍ଠ କଠିନ କି ନୁହେଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆମେ କାହିଁକି ଏସବୁ କରିବାକୁ ଚେଷ୍ଟା କରୁଛୁ? କାରଣ ପୃଥିବୀ ଦିନେ ଶୁକ୍ର ପରି ହୋଇପାରେ। ମୁଁ ଏହା ଦୃଢତାର ସହ କହିପାରିବି ନାହିଁ କିନ୍ତୁ ଏହା ସମ୍ଭବ ଯେ 10,000 ବର୍ଷ ପରେ ପୃଥିବୀର ବିଶେଷତା ବଦଳିପାରେ। ପୃଥିବୀ କେବେବି ଏହିପରି ନଥିଲା। ବହୁ ପୂର୍ବରୁ ଏହା ଏକ ବାସଯୋଗ୍ୟ ସ୍ଥାନ ଭାବେ ପରିଗଣିତ ହୋଇନଥିଲା। ଶୁକ୍ର ସୂର୍ଯ୍ୟଙ୍କ ନିକଟତମ ଗ୍ରହମାନଙ୍କ ମଧ୍ୟରେ ଦ୍ୱିତୀୟ ଏବଂ ପୃଥିବୀର ପଡୋଶୀ ଗ୍ରହ ଅଟେ। ଏହା ଚାରୋଟି ଆଭ୍ୟନ୍ତରୀଣ ଗ୍ରହ ମଧ୍ୟରୁ ଗୋଟିଏ, ଏବଂ ଏହାକୁ ପୃଥିବୀର ଯାଆଁଳା କୁହାଯାଏ କାରଣ ଏହା ପୃଥିବୀର ଆକାର ଏବଂ ଘନତା ସହିତ ସମାନ ଅଟେ।"

ଏହା ମଧ୍ୟ ପଢନ୍ତୁ: 'ବ୍ୟାଟେରୀରେ ଇନ୍ଧନ କଠିନ ହୋଇଥିବା କାରଣରୁ ସକ୍ରିୟ ହୋଇପାରୁନି ବିକ୍ରମ ଓ ପ୍ରଜ୍ଞାନ'

ଡିସେମ୍ବରରେ ଲଞ୍ଚ ପାଇଁ ଲକ୍ଷ୍ୟ: ଇଣ୍ଡିଆନ୍ ନ୍ୟାସନାଲ୍ ସାଇନ୍ସ ଏକାଡେମୀ (INSA)କାର୍ଯ୍ୟକ୍ରମରେ ଯୋଗ ଦେଇ ସୋମନାଥ ଆହୁରି ମଧ୍ୟ କହିଛନ୍ତି ଯେ,"ଅନ୍ତରୀକ୍ଷ ଏଜେନ୍ସି ଶୁକ୍ରଗ୍ରହର ଅଧ୍ୟକ୍ଷମ ପାଇଁ ମିଶନ ଏବଂ ମହାକାଶ ଜଳବାୟୁ ଏବଂ ପୃଥିବୀ ଉପରେ ଏହାର ପ୍ରଭାବ ଅଧ୍ୟୟନ କରିବା ପାଇଁ ଦୁଇଟି ଉପଦ୍ରହ ଲଞ୍ଚ କରିବା ପାଇଁ ଯୋଜନା କରାଯାଉଛି। ଏକ୍ସପୋସେଟ୍ କିମ୍ବା ଏକ୍ସ-ରେ ପୋଲାରାଇମିଟର ଉପଗ୍ରହ ଚଳିତ ବର୍ଷ ଡିସେମ୍ବରରେ ଲଞ୍ଚ ହେବାକୁ ଯାଉଛି। ଯେଉଁ ତାରା ଗୁଡିକ ବିଲୁପ୍ତ ପ୍ରକ୍ରିୟା ଦେଇ ଗତି କରୁଛନ୍ତି ଏହି ଉପଗ୍ରହ ସେ ବିଷୟରେ ଅଧ୍ୟୟନ କରିବ ।" ଆମେ Exoworlds ନାମକ ଏକ ଉପଗ୍ରହ ବିଷୟରେ ମଧ୍ୟ ଯୋଜନା କରୁଛୁ ଯାହା ସୌରମଣ୍ଡଳ ବାହାରେ ଥିବା ଗ୍ରହ ଏବଂ ଅନ୍ୟ ତାରାମାନଙ୍କୁ ପରିକ୍ରମା କରୁଥିବା ଗ୍ରହମାନଙ୍କୁ ଅଧ୍ୟୟନ କରିବ । ସୌରମଣ୍ଡଳ ବାହାରେ 5000ରୁ ଅଧିକ ଉପଗ୍ରହ ଅଛି, ସେଥିମଧ୍ୟରୁ ଅତି କମ୍‌ରେ 100ଟିରେ ବାୟୁମଣ୍ଡଳ ରହିଥିବା ଅନୁମାନ କରାଯାଉଛି। Exoworlds ଦ୍ବାରା ଉପଗ୍ରହମାନଙ୍କ ଉପରେ ଗବେଷଣା କରାଯିବ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.