ETV Bharat / science-and-technology

AIIMS ପରେ ହ୍ୟାକର୍‌ଙ୍କ ନଜରରେ ICMR, ଗୋଟିଏ ଦିନରେ 6000 ଥର ହ୍ୟାକ୍ ଉଦ୍ୟମ

ଦିଲ୍ଲୀ AIIMS ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟ ପରେ ଏବେ ହ୍ୟାକର୍‌ଙ୍କ ନଜରରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) । ଗୋଟିଏ ଦିନରେ 6000 ଥର ହ୍ୟାକ୍ କରିବାକୁ ଉଦ୍ୟମ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Dec 6, 2022, 5:22 PM IST

AIIMS ପରେ ହ୍ୟାକର୍‌ଙ୍କ ନଜରରେ ICMR, ଗୋଟିଏ ଦିନରେ 6000 ଥର ହ୍ୟାକ୍ ଉଦ୍ୟମ
AIIMS ପରେ ହ୍ୟାକର୍‌ଙ୍କ ନଜରରେ ICMR, ଗୋଟିଏ ଦିନରେ 6000 ଥର ହ୍ୟାକ୍ ଉଦ୍ୟମ

ନୂଆଦିଲ୍ଲୀ: ଦିଲ୍ଲୀ AIIMS ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟ ପରେ ଏବେ ହ୍ୟାକର୍‌ଙ୍କ ନଜରରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) । ହ୍ୟାକରମାନେ 24 ଘଣ୍ଟା ମଧ୍ୟରେ 6000 ଥର ହ୍ୟାକ୍ କରିବାକୁ ଉଦ୍ୟମ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ସୂତ୍ର ଅନୁସାରେ ନଭେମ୍ବର 30 ରେ ହ୍ୟାକିଂ ପାଇଁ ଉଦ୍ୟମ କରିଥିଲେ ସାଇବର ଅପରାଧୀ ।

ସୂତ୍ର ମୁତାବକ, ଆଇପି ଠିକଣା(IP address), ଯାହା ଏକ ୟୁନିକ୍ ଆଡ୍ରେସ୍ ଏବଂ ଏହା ଇଣ୍ଟରନେଟରେ ଏକ ଉପକରଣ ଚିହ୍ନଟ କରେ, ହଂକଂରେ ଅବସ୍ଥିତ ଏକ ବ୍ଲାକ୍ ତାଲିକାଭୁକ୍ତ IP ଚିହ୍ନିତ ହୋଇଥିଲା । ଯାହା ଫଳରେ ICMR ୱେବସାଇଟ୍କୁ ହ୍ୟାକ୍ ପାଇଁ ହ୍ୟାକରମାନେ ଉଦ୍ୟମ କରୁଥିବା ଜଣା ପଡିଥିଲା । ତେବେ କହି ରଖୁଛୁ ଯେ, ଅପଡେଟ୍ ଫାୟାରୱାଲ୍(updated firewall) ଏବଂ ଉନ୍ନତ ମେଡିକାଲ୍ ସଂସ୍ଥା ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ICMR ୱେବସାଇଟ୍ ହ୍ୟାକ୍ ହୋଇପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ:- AIIMS Hacking: ଚୀନର ସମ୍ପୃକ୍ତି ସନ୍ଦେହ, ହ୍ୟାକରଙ୍କ ଟାର୍ଗେଟରେ ଆହୁରି 4 ସର୍ଭର

ଅନ୍ୟପଟେ ଗତ କିଛି ଦିନ ମଧ୍ୟରେ, ଦେଶରେ ସାଇବର ଆଟାକ୍ ମାମଲା ଦୃତ ଗତିରେ ବଢିବାରେ ଲାଗିଛି । ନଭେମ୍ବର 23 ରେ ଦିଲ୍ଲୀର ସରକାରୀ ଡାକ୍ତରଖାନା AIIMS ଉପରେ ଆକ୍ରମଣ କରିଥିଲେ ହ୍ୟାକର । ଫଳରେ 6 ଦିନ ଧରି ଡାକ୍ତରଖାନାର ସର୍ଭର୍ ଡାଉନ୍ ରହିଥିଲା ଚୀନର ହ୍ୟାକରମାନେ ଏପରି କରିଥିବା ସନ୍ଦେହ କରାଯାଉଛି । ତେବେ ବିଦେଶ ହ୍ୟାକରମାନେ ଆମ ଦେଶର ଏହି ପ୍ରମୁଖ ଚିକିତ୍ସାଳୟ ଉପରେ ହମଲା କରିବାକୁ ଉଦ୍ୟମ କରୁଥିବାରୁ ଏ ଉପରେ ସତର୍କ ରହିବାର ନିଶ୍ଚିତ ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.