ETV Bharat / science-and-technology

Aditya-L1 Solar Mission: ସୂର୍ଯ୍ୟ ମିଶନ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ, ଜାଣନ୍ତୁ L1 ପଏଣ୍ଟ କଣ? - ସୂର୍ଯ୍ୟ ମିଶନ

ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ୱାନରେ ରହିଛି ସୂର୍ଯ୍ୟ ଉପରେ ଅନୁଧ୍ୟାନ କରିବ ଆଦିତ୍ୟ L-1 ମହାକାଶଯାନ । ତେବେ ଜାଣନ୍ତୁ L1 ପଏଣ୍ଟ କଣ । ଅଧିକ ପଢନ୍ତୁ

Aditya-L1 Solar Mission
Aditya-L1 Solar Mission
author img

By ETV Bharat Odisha Team

Published : Aug 29, 2023, 12:18 PM IST

ହାଇଦ୍ରାବାଦ: ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୂର୍ଯ୍ୟ ମିଶନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଦିତ୍ୟ- L1ର ଲଞ୍ଚ ନେଇ ସମୟ ଏବଂ ତାରିଖ ଘୋଷଣା କରିଥିବା ବେଳେ ଏବେ ଆରମ୍ଭ ହୋଇଛି କାଉଣ୍ଟ୍‌ ଡାଉନ୍‌ ।

ଏନେଇ ଗତକାଲି(ସୋମବାର) ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ଯେ, "ଚନ୍ଦ୍ର ପରେ ଏହେ ସୂର୍ଯ୍ୟ ଉପରେ ଗବେଷଣା ଆରମ୍ଭ ହେବ । ସେପ୍ଟେମ୍ବର 2 ତାରିଖ ପୂର୍ବାହ୍ନ 11.50 ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଆଦିତ୍ୟ ଏଲ 1।" ISRO ଅନୁଯାୟୀ ଆଦିତ୍ୟ L1 ପୃଥିବୀ ଠାରୁ 15 ଲକ୍ଷ କିମି ପର୍ଯ୍ୟନ୍ତ ପଠାଯିବ। ଯେଉଁ ସ୍ଥାନକୁ ଆଦିତ୍ୟ L-1 ମହାକାଶଯାନ ଯିବ ସେହି ସ୍ଥାନକୁ L-1 ଅର୍ଥାତ୍ ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ୱାନ୍ (1) କୁହାଯାଏ। ଏହି ଦୂରତା ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତାର ମାତ୍ର ଏକ ପ୍ରତିଶତ ଅଟେ ।

ଲାଗ୍ରାଞ୍ଜିଆନ୍‌ ପଏଣ୍ଟ କଣ?: ପୃଥିବୀ ଏବଂ ସୂର୍ଯ୍ୟର ଦୂରତା ପ୍ରାୟ 15 କୋଟି କିଲୋମିଟର ଅଟେ । ଏହି ଦୂରତା ମଧ୍ୟରେ ଏପରି ଅନେକ ବିନ୍ଦୁ ଅଛି ଯେଉଁଠାରୁ ସୂର୍ଯ୍ୟ ସ୍ପଷ୍ଟ ଦେଖାଯାଏ। ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରୁ ସୂର୍ଯ୍ୟଙ୍କୁ ପରାଗ ବିନା ଦେଖିହେବ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ପାଞ୍ଚଟି ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ଅଛି । ଏହା ଉପରେ କୌଣସି ମହାକାଶଯାନର ମାଧ୍ୟାକର୍ଷଣ ସେଣ୍ଟ୍ରିପେଟାଲ୍ ଶକ୍ତି ସହିତ ସମାନ ହୋଇଥାଏ । ଫଳରେ ଯେକୌଣସି ମହାକାଶ ଯାନ ଦୀର୍ଘ ସମୟ ଧରି ଏଠାରେ ଅଟକି ରହି ଗବେଷଣା କରିପାରିବ । ଏହି ସ୍ଥାନକୁ ସ୍ପେସ୍ ପାର୍କିଂ ମଧ୍ୟ କୁହାଯାଏ। କାରଣ ମହାକାଶଯାନକୁ ବହୁତ କମ୍ ଇନ୍ଧନ ସହିତ ଏହି ସ୍ଥାନରେ ସ୍ଥିର କରାଯାଇପାରିବ। L1, L2 ଏବଂ L3 ପଏଣ୍ଟ ସ୍ଥିର ହୋଇନଥାଏ, ଏହାର ସ୍ଥିତି ବଦଳୁଥାଏ । କିନ୍ତୁ L4 ଏବଂ L5 ସ୍ଥିର ରହିଥାଏ ଏବଂ ସେମାନଙ୍କର ସ୍ଥିତି ପରିବର୍ତ୍ତନ ହୁଏ ନାହିଁ । ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ହେଉଛି ସୂର୍ଯ୍ୟ ଏବଂ ପୃଥିବୀର ମହାକର୍ଷଣ ଶକ୍ତି ଯୋଗୁଁ ଆକର୍ଷଣ ଏବଂ ବିକର୍ଷଣ ଅଞ୍ଚଳ ।

L3 ପଏଣ୍ଟ ସୂର୍ଯ୍ୟଙ୍କର ପଛ ଭାଗରେ ରହିଛି । କିନ୍ତୁ L1 ଏବଂ L2 ପଏଣ୍ଟଗୁଡ଼ିକ ସିଧାସଳଖ ସୂର୍ଯ୍ୟଙ୍କ ସମ୍ମୁଖରେ ରହିଥାଏ । L2 ପଏଣ୍ଟ ପୃଥିବୀ ପଛରେ ଅଛି, ଯାହାର ଅର୍ଥ ହେଉଛି ଉଭୟ ପୃଥିବୀ ଏବଂ ସୂର୍ଯ୍ୟ L2 ବିନ୍ଦୁ ସମ୍ମୁଖରେ ରହିଥାଆନ୍ତି । ଅନୁସନ୍ଧାନ ଦୃଷ୍ଟିକୋଣରୁ ଏହି ବିନ୍ଦୁ ମଧ୍ୟ ଅତ୍ୟନ୍ତ ଅନୁକୂଳ ବୋଲି ବିବେଚନା କରାଯାଏ । କାରଣ ଏହା ପୃଥିବୀର ନିକଟବର୍ତ୍ତୀ ଏବଂ ଏହି ପଏଣ୍ଟରୁ ଯୋଗାଯୋଗ ମଧ୍ୟ ବହୁତ ସହଜ ସାଧ୍ୟ ଅଟେ ।

ଏହା ମଧ୍ୟ ପଢନ୍ତୁ: Aditya-L1 Mission: 2ସେପ୍ଟେମ୍ବର ପୂର୍ବାହ୍ନ 11.50ରେ ଶ୍ରୀହରିକୋଟାରୁ ଉତକ୍ଷେପଣ

ସୂର୍ଯ୍ୟ ମିଶନ ପାଇଁ ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ମଧ୍ୟରୁ 1 ଫଏଣ୍ଟ କାହିଁକି ସ୍ଥିର କରାଗଲା?

ସୂଚନା ଅନୁସାରେ, ଇସ୍ରୋ ସୌରପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼, ବିକିରଣ ଏବଂ କଣିକା ଉପରେ ଅଧ୍ୟୟନ କରିବା ନେଇ ଲକ୍ଷ୍ୟ ରଖିଛି । ସେଥିପାଇଁ ଲାଗ୍ରେଞ୍ଜ ପଏଣ୍ଟ (L-1) ଏହି ଅର୍ଥରେ ଏକ ସ୍ୱତନ୍ତ୍ର ସ୍ଥାନ, କାରଣ ସୂର୍ଯ୍ୟଙ୍କଠାରୁ ବାହାରୁଥିବା କରୋନାଲ ମାସ ଇଜେକ୍ସନ ଏବଂ ସୌର ଝଡ଼ ଏହି ପଥ ଦେଇ ପୃଥିବୀ ଆଡ଼କୁ ଯାଇଥାଏ।

ଆଦିତ୍ୟ L-1ମିଶନର ଫାଇଦା: ସୂର୍ଯ୍ୟଙ୍କ ବାୟୁମଣ୍ଡଳରୁ ମହାକାଶକୁ ବ୍ୟାପିଥିବା କରୋନାଲ୍ ମାସ ଇଜେକ୍ସନ ଏବଂ ସୌରଝଡରେ ଅନେକ ପ୍ରକାରର ରେଡିଓଆକ୍ଟିଭ୍ ଉପାଦାନ ରହିଥାଏ, ଯାହା ପୃଥିବୀ ପାଇଁ କ୍ଷତିକାରକ ହୋଇଥାଏ। ସୌରଝଡ ଏବଂ କରୋନାଲ ମାସ ଅଡେକ୍ସନ ହେତୁ ପୃଥିବୀର ବାହ୍ୟ ବାୟୁମଣ୍ଡଳରେ ପରିକ୍ରମା କରୁଥିବା ଉପଗ୍ରହଗୁଡିକ ତ୍ରୁଟି ହୋଇପାରେ। ଏହା ବ୍ୟତୀତ, ଯଦି କରୋନାଲ୍ ମାସ୍ ଇଜେକସନ ଏବଂ ସୌରଝଡ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରେ ତେବେ ପୃଥିବୀର ସର୍ଟ ୱେବ୍ ଯୋଗାଯୋଗ, ମୋବାଇଲ୍ ସିଗ୍ନାଲ୍, ଇଲେକ୍ଟ୍ରିକ୍ ପାୱାର୍ ଗ୍ରୀଡ୍ ସିଷ୍ଟମ୍ ସମ୍ପୂର୍ଣ୍ଣ ରୂପେ ଠପ ହୋଇଯିବ ବୋଲି ଜଣାପଡିଛି। ସୂର୍ଯ୍ୟ ଉପରେ ଅନୁଧ୍ୟାନ କରିବାରେ ଭାରତର ପ୍ରଥମ ସ୍ପେସ ମିଶନ ହେବ। କହିରଖୁଛୁ କି, ସୂର୍ଯ୍ୟଙ୍କର ଫଟୋସ୍ପିୟର, କ୍ରୋମୋସ୍ପିଅର ଏବଂ ବାହ୍ୟସ୍ତର କୋରୋନାର ଅନୁଧ୍ୟାନ ପାଇଁ ଆଦିତ୍ୟ ଏଲ 1ରେ 7ଟି ପ୍ଲେଲୋଡ ରହିବ। ତେବେ ଏହି ମିଶନ ସମ୍ପୁର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.