ETV Bharat / science-and-technology

ସୂର୍ଯ୍ୟର ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଲା ଆଦିତ୍ୟ L1

author img

By ETV Bharat Odisha Team

Published : Dec 9, 2023, 7:27 AM IST

Aditya L1 Clicks Sun Images: ସୂର୍ଯ୍ୟର ପ୍ରଥମ ଫୁଲ୍ ଡିସ୍କ ଫଟୋ ପଠାଇଲା ଆଦିତ୍ୟ L1 । ଏହାକୁ ଇସ୍ରୋ ପକ୍ଷରୁ ଏକ୍ସରେ ସେୟାର କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L1ରେ ବଡ ସଫଳତା ମିଳିଛି । ପ୍ରଥମ ଥର ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ପଠାଇଛି ଆଦିତ୍ୟ-L1 । ଆଦିତ୍ୟ ସାଟେଲାଇଟରେ ଲାଗିଥିବା ସୋଲାର ଆଲଟ୍ରାଭାଓଲେଟ ଇମୋଜିଂ ଟେଲିସ୍କୋପ ସୂର୍ଯ୍ୟର ପ୍ରଥମ ଫୁଲ୍ ଡିସ୍କ ଫଟୋ ଉତ୍ତୋଳନ କରିଛି । ଏହିସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥ(ତରଙ୍ଗଦୈଘ୍ୟ)କୁ କଭର କରୁଛି । ଫଟୋରେ ଆପଣ ସୂର୍ଯ୍ୟକୁ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖିପାରିବେ । ଏହାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଛି ।

  • Aditya-L1 Mission:
    The SUIT payload captures full-disk images of the Sun in near ultraviolet wavelengths

    The images include the first-ever full-disk representations of the Sun in wavelengths ranging from 200 to 400 nm.

    They provide pioneering insights into the intricate details… pic.twitter.com/YBAYJ3YkUy

    — ISRO (@isro) December 8, 2023 " class="align-text-top noRightClick twitterSection" data=" ">

ଇସ୍ରୋ ଫଟୋ ଜାରି କରି ଲେଖିଛି, ''ଆଦିତ୍ୟ L1 ମିଶନର ସୁଟ୍ ପେଲୋଡ ଅଲଟ୍ରାଭାଓଲେଟ ୱେଭଲେନ୍ଥ ନିକଟରେ ସୂର୍ଯ୍ୟର ଫୁଲ ଡିସ୍କ ଫଟୋ ଉତ୍ତୋଳନ କରିଛି । ୨୦୦ରୁ ୪୦୦ ଏନଏମ ଯାଏଁ ତରଙ୍ଗଦୈଘ୍ୟକୁ କଭର କରୁଥିବା ଏହି ଫଟୋଗୁଡିକୁ ସୂର୍ଯ୍ୟର ଫଟୋସ୍ଫିୟର ଓ କ୍ରୋମସ୍ଫିୟର ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରେ ।''

ସୂଚନା ଥାଉକି, ନଭେମ୍ବର ୨୦ ତାରିଖରେ ଆଦିତ୍ୟ L1ର ସୁଟ୍ ପେଲୋଡକୁ ଅନ୍ କରାଯାଇଥିଲା । ଏହି ଟେଲିସ୍କୋପ ସୂର୍ଯ୍ୟଙ୍କ ଫୋଟୋସ୍ଫିୟର ଏବଂ କ୍ରୋମୋସ୍ଫିୟର ଫଟୋ ଉତ୍ତୋଳନ କରିଛି । ଫଟୋସ୍ଫିୟର ଅର୍ଥର ସୂର୍ଯ୍ୟର ଦୃଶ୍ୟମାନ ପୃଷ୍ଠ ଏବଂ କ୍ରୋମୋସ୍ଫିୟର ହେଉଛି ସୂର୍ଯ୍ୟ ପୃଷ୍ଠ ସହିତ ଏହାର ବାହ୍ୟ ବାୟୁମଣ୍ଡଳ କରୋନା ମଧ୍ୟରେ ଥିବା ପତଳା ଆସ୍ତରଣ । ସୂର୍ଯ୍ୟଙ୍କ ଦୃଶ୍ୟମାନ ପୃଷ୍ଠରୁ ୨୦୦୦ କିଲୋମିଟର ଉପର ପର୍ଯ୍ୟନ୍ତ କ୍ରୋମୋସ୍ଫିୟର ରହିଛି ।

ଏହା ମଧ୍ୟ ପଢନ୍ତୁ: Aditya-L1: 9 ଲକ୍ଷ କିମି ଅତିକ୍ରିମ କଲାଣି ଆଦିତ୍ୟ ଏଲ-1

ଏହାପୂର୍ବରୁ ଡିସେମ୍ବର ୬ ତାରିଖରେ ସୂର୍ଯ୍ୟର ଫଟୋ ଉତ୍ତୋଳନ ହୋଇଥିଲା । ହେଲେ ତାହା ପ୍ରଥମ ଲାଇଟ୍ ସାଇନ୍ସ ଇମୋଜୀ ଥିଲା । କିନ୍ତୁ ଏଥର ଆଦିତ୍ୟ L1 ସୂର୍ଯ୍ୟର ପ୍ରଥମ ଫୁଲ୍ ଡିସ୍କ ଫଟୋ ପଠାଇଛି । ଅର୍ଥାତ୍ ସୂର୍ଯ୍ୟର ଯେଉଁ ଭାଗ ସମ୍ପୂର୍ଣ୍ଣ ଭାବେ ସାମ୍ନାରେ ଅଛି ବା ଦୃଶ୍ୟମାନ, ତାହାର ଫଟୋ । ଏହି ଫଟୋଗୁଡିକରେ ସୂର୍ଯ୍ୟରେ ଥିବା ଦାଗ, ପ୍ଲେଗ ଦେଖିବାକୁ ମିଳୁଛି । ଏହାଦ୍ବାରା ବୈଜ୍ଞାନିକମାନେ ସୂର୍ଯ୍ୟ ଉପରେ ଆହୁରି ଭଲ ଭାବେ ଗବେଷଣା କରିପାରିବେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟ୍ ସମୟରେ ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ L1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ପୋଲାର ସାଟେଲାଇଟ ଲଞ୍ଚ ଭେହିକିଲ (PSLV-C57) ରକେଟ ସହାୟତାରେ ଏହି ସାଟେଲାଇଟକୁ ପ୍ରକ୍ଷେପଣ କରାଯାଇଥିଲା । L1 କକ୍ଷପଥରୁ ସୂର୍ଯ୍ୟର ବାହ୍ୟସ୍ତର (କରୋନା) ଓ କ୍ରୋମୋସ୍ଫିୟର ଉପରେ ଅଧ୍ୟୟନ କରିବ ଏହି ସାଟେଲାଇଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.