ETV Bharat / science-and-technology

Adipurush: ବିବାଦ ଘେରରେ ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତା, ପରିବର୍ତ୍ତନ ହେବ ଫିଲ୍ମର ସଂଳାପ

author img

By

Published : Jun 18, 2023, 7:24 PM IST

ବିବାଦ ଘେରରେ ଜୁନ 16ରେ ରିଲିଜ୍ ହୋଇଥିବା ଫିଲ୍ମ 'ଆଦିପୁରୁଷ'। ସଂଳାପ ଯୋଗୁଁ ଫିଲ୍ମଟି ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛି । ଏହାରି ମଧ୍ୟରେ ଫିଲ୍ମକୁ ନେଇ ଏକ ବଡ଼ ଘୋଷଣା ହୋଇଛି । ପରିବର୍ତ୍ତନ କରାଯିବ ଫିଲ୍ମର ସଂଳାପ । ଅଧିକ ପଢନ୍ତୁ

ବିବାଦ ଘେରରେ ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତା, ପରିବର୍ତ୍ତନ ହେବ ଫିଲ୍ମର ସଂଳାପ

ମୁମ୍ବାଇ: ରିଲିଜ ପରେ ବିବାଦକୁ ଆସିଛି ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ' । ସଂଳାପ ଏବଂ ଭିଏଫଏକ୍ସ ପାଇଁ ଫିଲ୍ମକୁ ନେଇ ବହୁ ସମାଲୋଚନା କରାଯାଉଛି । ଏଣୁ ଫିଲ୍ମର ସଂଳାପ ପରିବର୍ତ୍ତନ କରି ପୁଣି ଚଳିତ ସପ୍ତାହରେ ରିଲିଜ କରାଯିବ । ଏନେଇ ଡାଇଲଗ୍‌ ରାଇଟର ସୂଚନା ଦେଇଛନ୍ତି ।

  • रामकथा से पहला पाठ जो कोई सीख सकता है, वो है हर भावना का सम्मान करना.
    सही या ग़लत, समय के अनुसार बदल जाता है, भावना रह जाती है.
    आदिपुरुष में 4000 से भी ज़्यादा पंक्तियों के संवाद मैंने लिखे, 5 पंक्तियों पर कुछ भावनाएँ आहत हुईं.
    उन सैकड़ों पंक्तियों में जहाँ श्री राम का यशगान…

    — Manoj Muntashir Shukla (@manojmuntashir) June 18, 2023 " class="align-text-top noRightClick twitterSection" data=" ">

ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କ ଟ୍ୱିଟ କରି କହିଛନ୍ତି ଯେ, ଯେଉଁ ସଂଳାପଗୁଡ଼ିକୁ ନେଇ ଆପତ୍ତି କରାଯାଇଛି । ସେହି ସଂଳାପଗୁଡିକୁ ପରିବର୍ତ୍ତନ କରାଯିବ । ଏହି ସପ୍ତାହରେ ସଂଶୋଧିତ ସଂଳାପ ସହ ଫିଲ୍ମ ରିଲିଜ କରିବ । ସେ ଲେଖିଛନ୍ତି, "ମୁଁ ପୁରା ଚଳଚ୍ଚିତ୍ର ପାଇଁ 4000ରୁ ଅଧିକ ସଂଳାପ ଲେଖିଥିଲି, କିନ୍ତୁ କେବଳ କିଛି ମନୋନୀତ ସଂଳାପକୁ ବିରୋଧ କରାଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଶହଶହ ଧାଡିରେ, "ଶ୍ରୀରାମଙ୍କୁ ଗୌରବାନ୍ୱିତ କରାଯାଇଥିଲା, ମାତା ସୀତାଙ୍କ ସଠିକତା ବର୍ଣ୍ଣନା କରାଯାଇଥିଲା, ମୁଁ ସେମାନଙ୍କ ପାଇଁ ପ୍ରଶଂସା ପାଇବାକୁ ଆଶା କରୁଥିଲି, ଯାହା ମୁଁ ପାଇଲି ନାହିଁ। ଏବଂ ଆଦିପୁରୁଷର ଗୀତ ମଧ୍ୟ ମୁଁ ଲେଖିଥିଲି କିନ୍ତୁ କାହାର ସେଥିପ୍ରତି ଧ୍ୟାନ ଦିଆ ଯାଇନାହିଁ ।"

ସେ ଆହୁରି କହିଛନ୍ତି, "ଆପଣମାନଙ୍କ ନିକଟରେ ମୋର କୌଣସି ଅଭିଯୋଗ ନାହିଁ । ଆପଣ ମୋର ନିଜର ଥିଲେ ଏବଂ ରହିବେ । ଯଦି ଆମେ ପରସ୍ପର ବିରୁଦ୍ଧରେ ଠିଆ ହେବା, ସନାତନ ହାରିଯିବ । ଆମେ ଆଦିପୁରୁଷ ସନାତନ ସେବା ପାଇଁ ପ୍ରସ୍ତୁତ କରିଛୁ, ଯାହାକୁ ଆପଣ ବହୁ ସଂଖ୍ୟାରେ ଦେଖୁଛନ୍ତି ଏବଂ ମୁଁ ନିଶ୍ଚିତ ଯେ ଆପଣ ଭବିଷ୍ୟତରେ ମଧ୍ୟ ଦେଖିବେ ।"

ସୂଚନା ଥାଉ କି, ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ଦର୍ଶକମାନେ ଫିଲ୍ମର କିଛି ସଂଳାପକୁ ବିରୋଧ କରିଥିଲେ । ଏହାପରେ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିର ଏକ ସାକ୍ଷାତକାରରେ ଏନେଇ ସ୍ପଷ୍ଟୀକରଣ ରଖିଥିଲେ । ସେ କହିଥିଲେ ଯେ,"ଆମେ ରାମାୟଣ କରି ନାହୁଁ, ଆମେ କେବଳ ରାମାୟଣ ଦ୍ୱାରା ଅନୁପ୍ରାଣିତ ଅଟୁ । ଯୁବ ପିଢିଙ୍କ ପାଇଁ ଏହାର ଏକ ମୁଖ୍ୟ ଅଂଶ କରିଛୁ ଯାହା ଦ୍ବାରା ସେମାନେ ଆମର ପ୍ରାଚୀନ ଇତିହାସକୁ ସହଜରେ ବୁଝିପାରିବେ ।"

500 କୋଟି ଟଙ୍କାର ବଜେଟ୍ ଉପରେ ଆଧାରିତ ଆଦିପୁରୁଷ ରିଲିଜ୍ ହେବାର ମାତ୍ର 2 ଦିନ ହୋଇଛି । ଏବଂ ଫିଲ୍ମଟି 2 ଦିନରେ 151 କୋଟି ରୋଜଗାର କରିଛି । ତେବେ ଫିଲ୍ମରେ ଅଭିନେତା ପ୍ରଭାସ ରାମ ଚରିତ୍ରରେ, କ୍ରିତି ସାନନ୍ ମାତା ଜାନକୀ ଏବଂ ସନ୍ନି ସିଂ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଦେବଦତ୍ତ ନାଗେ ହନୁମାନ ଏବଂ ସୈଫ ଅଲି ଖାନ ଲଙ୍କେଶ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.