ETV Bharat / science-and-technology

ଏଣିକି ଗୋଟିଏ ରକ୍ତ ପରୀକ୍ଷାରେ ଚିହ୍ନଟ ହେବ କର୍କଟର ବିଭିନ୍ନ ପ୍ରକାର

ଏଣିକି କର୍କଟ ରୋଗ ଚିହ୍ନଟରେ ବିଳମ୍ବ ହେବ ନାହିଁ । ବିଭିନ୍ନ ପ୍ରକାରର କର୍କଟ ରୋଗ ଲକ୍ଷଣ ଚିହ୍ନଟ କରିବାର ସ୍ବତନ୍ତ୍ର ରକ୍ତ ପରୀକ୍ଷା ଆରମ୍ଭ କଲେ ଆମେରିକାର ବୈଜ୍ଞାନିକ(A blood test that detects many types of cancer) । ଅଧିକ ପଢନ୍ତୁ

author img

By

Published : Sep 15, 2022, 9:59 AM IST

ଏଣିକି ଗୋଟିଏ ରକ୍ତ ପରୀକ୍ଷାରେ ଚିହ୍ନଟ ହେବ କର୍କଟର ବିଭିନ୍ନ ପ୍ରକାର
ଏଣିକି ଗୋଟିଏ ରକ୍ତ ପରୀକ୍ଷାରେ ଚିହ୍ନଟ ହେବ କର୍କଟର ବିଭିନ୍ନ ପ୍ରକାର

ୱାଶିଂଟନ୍: ବିଭିନ୍ନ ପ୍ରକାରର କର୍କଟ ରୋଗ ଲକ୍ଷଣ ଚିହ୍ନଟ କରିବାର ସ୍ବତନ୍ତ୍ର ରକ୍ତ ପରୀକ୍ଷା ଆରମ୍ଭ କଲେ ଆମେରିକାର ବୈଜ୍ଞାନିକ(A blood test that detects many types of cancer) । କର୍କଟ ରୋଗ ସମ୍ବନ୍ଧୀୟ କୌଣସି ଲକ୍ଷଣ ନଥିଲେ ମଧ୍ୟ ଏହା ରୋଗୀମାନଙ୍କ ମଧ୍ୟରେ ଥିବା ବିକୃତିର ଚିହ୍ନରୁ ଜଣାପଡିଥାଏ । ଏହି ଉଦ୍ଦେଶ୍ୟରେ 'ମଲ୍ଟି କ୍ୟାନ୍ସର ଆର୍ଲି ଡିଟେକ୍ସନ' (Multi Cancer Early Detection, MCED) ନାମକ ଏକ ରକ୍ତ ପରୀକ୍ଷା କରାଯାଇଥାଏ । ମାତ୍ର ବର୍ତ୍ତମାନ ବୈଜ୍ଞାନିକମାନେ ଯେଉଁ ରକ୍ତ ପରୀକ୍ଷା ଚିହ୍ନଟ କରିଛନ୍ତି, ସେଥିରେ ସମସ୍ତ ପ୍ରକାରର କର୍କଟ ରୋଗ ଲକ୍ଷଣ ବାବଦରେ ଜଣାପଡିପାରିବ ।

ଅନୁସନ୍ଧାନର ଏକ ଅଂଶ ଭାବରେ ଏହା 6,662 ଲୋକଙ୍କ ଉପରେ ପରୀକ୍ଷା କରାଯାଇଥିଲା, ଯେଉଁମାନେ 50 ବର୍ଷରୁ ଅଧିକ ଥିଲେ । ସେମାନଙ୍କ ମଧ୍ୟରୁ ଏକ ପ୍ରତିଶତ କର୍କଟରେ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହି ପରୀକ୍ଷା କର୍କଟ ପ୍ରକାର ପାଇଁ ମଧ୍ୟ ପ୍ରଯୁଜ୍ୟ ଯେଉଁଥି ପାଇଁ ବର୍ତ୍ତମାନ କୌଣସି ସ୍କ୍ରିନିଂ ପଦ୍ଧତି ଉପଲବ୍ଧ ନାହିଁ ।

ବୈଜ୍ଞାନିକମାନେ ଏହାକୁ ମାନକ ମୌଳିକ ପର୍ଯ୍ୟବେକ୍ଷଣ ପ୍ରଣାଳୀ ସହିତ ତୁଳନା କରିଛନ୍ତି । ବର୍ତ୍ତମାନ କର୍କଟ ଚିହ୍ନଟ ପାଇଁ କରାଯାଉଥିବା ପରୀକ୍ଷା ତୁଳନାରେ ଲାଟେଷ୍ଟ ବ୍ଲଡ ଟେଷ୍ଟ ପ୍ରକ୍ରିୟା ଦୁଇ ଗୁଣା କାର୍ଯ୍ୟକାରୀ ହେଉଛି । ଏଥିରେ ଯକୃତର ଷ୍ଟେଜ୍ -1 କର୍କଟ, କ୍ଷୁଦ୍ର ଅନ୍ତନଳୀ, ଗର୍ଭାଶୟ ଏବଂ ଅଗ୍ନାଶୟ, ହାଡ ଏବଂ ଗଳାର ଷ୍ଟେଜ୍-୨ କର୍କଟ ପରୀକ୍ଷା କରାଯାଉଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ପ୍ରକ୍ରିୟା ରୋଗକୁ କମ୍ ସମୟରେ ଚିହ୍ନଟ କରିବା ସାଙ୍ଗକୁ ରୋଗୀଙ୍କୁ ଠୁକ୍ ସମୟରେ ଚିକିତ୍ସା ଯୋଗାଇବାରେ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.