ETV Bharat / science-and-technology

World Digital Viewership Record: ଏହି ପ୍ଲାଟଫର୍ମରେ 3କୋଟିରୁ ଅଧିକ ଲୋକ ଦେଖିଲେ IPL ଫାଇନାଲ୍ ମ୍ୟାଚ

ଆଇପିଏଲର ଡିଜିଟାଲ ପାର୍ଟନର ଜିଓ ସିନେମା ଓ୍ବାର୍ଡ ଡିଜିଟାଲ ଭିୟ୍ୟୁରସିପ ରେକର୍ଡ ଭାଙ୍ଗିଛି । ସୋମବାର 3କୋଟିରୁ ଅଧିକ ଲୋକ ଦେଖିଲେ ଚେନ୍ନାଇ-ଗୁଜୁରାଟ ମ୍ୟାଚ ଦେଖିଥିବା ନେଇ ଏକ ତଥ୍ୟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

author img

By

Published : May 30, 2023, 3:53 PM IST

World Digital Viewership Record
World Digital Viewership Record

ହାଇଦ୍ରାବାଦ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) 2023ର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) 5 ଓ୍ବିକେଟରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ପଞ୍ଚମ ଥର ପାଇଁ ଟ୍ରଫି ହାତେଇଛି। ଅନେକ ବାଧାବିଘ୍ନ ସତ୍ତ୍ବେ ମଧ୍ୟ ଗୁଜୁରାଟକୁ ହରାଇ ବିଜୟ ମୁକୁଟ ପିନ୍ଧିଛି ସିଏସକେ ଟିମ। ତେବେ ଶେଷ ମ୍ୟାଚ ଦେଖିବା ପାଇଁ ବିଳମ୍ବିତ ରାତି ଯାଏଁ ଚାହିଁ ରହିଥିଲେ ଖେଳପ୍ରେମୀ । ଏହାରି ଭିତରେ ଡିଜିଟାଲ ପ୍ଲାଟଫର୍ମରେ ଭ୍ୟୁୟରସିପ ନେଇ ଏକ ତଥ୍ୟ ପ୍ରକାଶ ପାଇଛି। ଗତକାଲି(ସେମବାର) ଆଇପିଏଲର ଡିଜିଟାଲ ପାର୍ଟନର ଜିଓ ସିନେମା ଓ୍ବାର୍ଡ ଡିଜିଟାଲ ଭିୟ୍ୟୁରସିପ ରେକର୍ଡ ଭାଙ୍ଗିଛି। ଆଇପିଏଲ ଅନ୍ତିମ ମ୍ୟାଚକୁ ଏକାସଙ୍ଗରେ 3.2 କୋଟି ଲୋକ ଦେଖିଥିଲେ। ଯାହା ଦୁନିଆରେ ଲାଇଭ ଷ୍ଟ୍ରିମିଂ ଇଭେଣ୍ଟର ସର୍ବାଧିକ ଭ୍ୟୁୟରସିପ ଥିଲା ।

ଆଇପିଏଲ୍ 2023 ର କ୍ୱାଲିଫାୟର୍ ମ୍ୟାଚ ସମୟରେ, ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶିଭମନ ଗିଲର ସାନଦାର ଶତକ ଦେଖିବା ପାଇଁ ଏକାକାଳୀନ ଜିଓ ସିନେମାରେ 2.57 କୋଟି ଦର୍ଶକ ଦେଖିଥିଲେ। ସେହି ସମୟରେ ହିଁ ଏକ ରେକର୍ଡ ହୋଇଯାଇଥିଲା। ତେବେ ଏହା ପୂର୍ବରୁ ଆଇପିଏଲର ପୂର୍ବରୁ ଡିଜିଟାଲ ଷ୍ଟ୍ରିମିଂ ପାର୍ଟନର ଡିଜନି ହଟଷ୍ଟାରରେ 2019 ଜୁଲାଇ ମାସରେ ହୋଇଥିବା ମ୍ୟାଚକୁ 2.5 କୋଟି ଲୋକ ଦେଖିଥିଲେ। ତେବେ ସେହି ଦିନଠାରୁ ଏହି ରେକର୍ଡ ପାର ହୋଇନଥିଲା। ଏହାପରେ ସୋମବାରର ମ୍ୟାଚ ସବୁ ରେକର୍ଡକୁ ପାର କରିଛି।

କେବଳ ଏତିକି ନୁହେଁ, 17 ଏପ୍ରିଲରେ, ପ୍ରାୟ 2.4 କୋଟି ଦର୍ଶକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ହୋଇଥିବା ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏବଂ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ହୋଇଥିବା ମ୍ୟାଚ ଦେଖିଥିଲେ। ସେଥିରେ ଅଧିକ ଲୋକ କେବଳ ଚେନ୍ନାକୁ ସମର୍ଥନ କରିବା ପାଇଁ ଆସିଥିଲେ ବୋଲି ଜଣାପଡିଛି। ଜିଓ ସିନେମା ଡିଜିଟାଲ ଦ୍ବାରା ଖେଳ ଦେଖି୍ବା ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରିବାରେ ଲାଗିଛି। ଚଳିତ ବର୍ଷର ଆଇପିଏଲର ପ୍ରଥମ ସାତ ସପ୍ତାହରେ, 1,500 କୋଟିରୁ ଅଧିକ ଭିଡିଓ ଦେଖାଯାଇଥିଲା। ଆଇପିଏଲର 16 ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରି ପଞ୍ଚମ ଆଇପିଏଲ ଟାଇଟଲ ହୋତେଇଛି।

ଏହା ମଧ୍ୟ ପଢନ୍ତୁ: IPL 2023 Final: ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ, ଟାଇଟନ୍ସ ସ୍ବପ୍ନ ଧୂଳିସାତ୍

ପ୍ରକାଶଥାଇକି, ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 ର ଅନ୍ତିମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟାନ୍ସକୁ 5 ୱିକେଟରେ ପରାସ୍ତ କରି କପ୍ ହୋତେଇବାରେ ସକ୍ଷମ ହୋଇଛି। ସିଏସକେରୁ ରବିନ୍ଦ୍ର ଜାଡେଜା 2 ବଲରେ ମ୍ୟାଚକୁ ବଦଳାଇଦେଇଥିଲେ। ଶେଷ ଦୁଇଟି ବଲରେ 10ରନର ଆବଶ୍ୟକ ଥିଲା।

ଷ୍ଟାଇକରେ ଥିବା ଜାଡେଜା ପ୍ରଥମ ବଲରେ ଏକ ଛକା ମାରିଥିଲେ । ଯାହା ଫଳରେ ସିଏସକେ ଫ୍ୟାନ୍ସଙ୍କ ମନରେ ଏକ ପ୍ରକାର ଖୁସି ଦେଖିବାକୁ ମିଳିଥିଲା । ଏହାପରେ ପରବର୍ତ୍ତି ବଲରେ ଏକ ଚୌକା ମାରି ଦଳକୁ ଜିତାଇ ଦେଇଥିଲେ । ଶେଷ ଦୁଇବଲରେ ବିଜୟକୁ ନିଜର କରିନେଲେ ଜାଡେଜା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.