ETV Bharat / opinion

5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ କେବେ ପହଞ୍ଚିବ ଭାରତ ?

USD 5 Trillion Economy: ଭାରତ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଅଗ୍ରଣୀ ଅର୍ଥନୈତିକ ଶକ୍ତି ଭାବେ ରହିଆସିଛି । ହେଲେ ପଡ଼ୋଶୀ ଦେଶ ଚୀନର ଆର୍ଥିକ ବ୍ୟବସ୍ଥା ଦେଖିଲେ ଏହା ୧୯୯୮ ମସିହା ସୁଦ୍ଧା ୧ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପହଞ୍ଚିଥିଲା । ଭାରତଠାରୁ ୯ବର୍ଷ ଆଗରେ ଚୀନ ଏହି ଲକ୍ଷ୍ୟକୁ ହାସଲ କରିଥିଲା । ଏଥିଲାଗି ଚୀନ ଭାରତ ପାଇଁ ଏକ ପ୍ରତିଦ୍ବନ୍ଦ୍ବୀ ହୋଇ ରହିଛି । ଏହାସତ୍ତ୍ବେ ଭାରତ ଆଗାମୀ ୩ ବର୍ଷ ମଧ୍ୟରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଓ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୈତିକ ଦେଶରେ ପହଞ୍ଚିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଲେଖକ ଶ୍ରୀରାମ ଚେକୁରୀ । ପଢନ୍ତୁ ତାଙ୍କ ଆଲେଖ୍ୟ

Indian economy
Indian economy
author img

By ETV Bharat Odisha Team

Published : Jan 2, 2024, 8:28 PM IST

ଲେଖକ- ଶ୍ରୀରାମ ଚେକୁରୀ

ହାଇଦ୍ରାବାଦ: ଭାରତ ପ୍ରଥମ ସହସ୍ର ବର୍ଷର ପ୍ରଥମ ବର୍ଷରୁ ୧୭୫୦ AD ପର୍ଯ୍ୟନ୍ତ ବିଶ୍ବର ଅଗ୍ରଣୀ ଅର୍ଥନୈତିକ ଶକ୍ତି ଥିଲା । ଯାହାକି ପ୍ରଥମ ହଜାର ବର୍ଷରେ ବିଶ୍ବ ଜିଡିପିର ୩୨ ପ୍ରତିଶତ ଥିଲା । ତେବେ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତ ଏବଂ ଚୀନ ବିଶ୍ବର ଦୁଇଟି ଧନୀ ଦେଶ ଥିଲେ । ଆର୍ଥିକ ଦୃଷ୍ଟିକୋଣରୁ ଭାରତୀୟ ଉପମହାଦେଶ ପାଇଁ ଭୌଗୋଳିକ ଅବସ୍ଥିତି ଅନୁକୂଳ ଥିଲା । ଏହି କ୍ଷେତ୍ର ବାଣିଜ୍ୟ ନେଟୱାର୍କରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ବ ଜିଡିପିର ୫୦ ପ୍ରତିଶତରୁ ଅଧିକ ଭାରତ ଏବଂ ଚୀନ ରହିଥିଲା । ଇତିହାସକୁ ଦେଖିଲେ ଜଣାଯାଏ ଚୀନ ବିଶ୍ବର ସବୁଠୁ ଧନୀ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ।

୧୯୮୭ ସୁଦ୍ଧା ଉଭୟ ଦେଶର ଜିଡିପି ପ୍ରାୟତଃ ସମାନ ଥିଲା । ୨୦୨୩ରେ ଚୀନର ଜିଡିପି ଭାରତଠାରୁ ୫.୪୬ ଗୁଣା ଅଧିକ । ଚୀନ ୧୯୯୮ ମସିହାରେ ୧ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପହଞ୍ଚିଥିବା ବେଳେ ଭାରତ ଏହି ସ୍ଥାନରେ ପହଞ୍ଚିବାକୁ ୯ ବର୍ଷ ସମୟ ଲାଗିଥିଲା । ୨୦୦୭ରେ ଭାରତ ୧ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପହଞ୍ଚିଥିଲା । ୧୯୯୦ ପର୍ଯ୍ୟନ୍ତ ଉଭୟ ଅର୍ଥନୈତିକ ବ୍ୟବସ୍ଥାର ଅତି ନିକଟତର ଥିଲେ । ୧୯୯୦ରେ ଚୀନର ପ୍ରତି ମୁଣ୍ଡ ପିଛା ରାଙ୍କ ୬୩ତମ ସ୍ଥାନରେ ଥିବା ବେଳେ ଭାରତର ପ୍ରତି ମୁଣ୍ଡ ପିଛା ରାଙ୍କ ୧୪୭ତମ ସ୍ଥାନରେ ରହିଥିଲା । ହେଲେ ଏବେ ଚୀନ ଓ ଭାରତ ଯଥାକ୍ରମେ ୭୫ତମ ଓ ୧୩୯ତମ ସ୍ଥାନରେ ଅଛନ୍ତି ।

ଶାସକ ଡେଙ୍ଗ ସିଓ ପିଙ୍ଗ (Deng Xiao Ping)ଙ୍କ ସମୟରେ ଚୀନର ଆର୍ଥିକ ବ୍ୟବସ୍ଥାରେ ଅଭିବୃଦ୍ଧି ଘଟିଥିଲା । ପ୍ରାୟ ୨ ଦଶନ୍ଧି ଧରି ଚୀନ ଆଉ ପଛକୁ ଚାହିଁନଥିଲା । ଏହାସହିତ ଚୀନ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପହଞ୍ଚି ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥନୈତିକ ଦେଶ ହୋଇଥିଲା । ଜାପାନକୁ ପଛରେ ପକାଇ ୨୦୧୦ରେ ଏହି ସଫଳତା ହାସଲ କରିଥିଲା ଚୀନ । ଏହି ସମୟରେ ଚୀନର ମୁଖ୍ୟ ଶିଳ୍ପାନୁଷ୍ଠାନରେ ଅଭିବୃଦ୍ଧି ସାଙ୍ଗକୁ ସର୍ଭିସ ସେକ୍ଟର, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିଥିଲା । ଏବେ ବି ଚୀନ ବିଶ୍ବର ସର୍ବବୃହତ ରପ୍ତାନିକାରୀ ଏବଂ ଆମଦାନୀକାରୀ ରାଷ୍ଟ୍ର ରହିଛି । ଚୀନ ଅନ୍ୟ ଦେଶରୁ କଞ୍ଚାମାଲ ଆମଦାନୀ କରୁଥିବା ବେଳେ ଏହାର ନିମ୍ନ ମାନକୁ ବଢାଇ ଉଚ୍ଚ ମାନର ଦ୍ରବ୍ୟରେ ପରିଣତ କରୁଛି ।

ଏହା ବି ପଢନ୍ତୁ- ପ୍ରଧାନମନ୍ତ୍ରୀଙ୍କ ଉଚ୍ଚାଭିଳାଷୀ 'ଭିଜନ ଇଣ୍ଡିଆ@2047', $୩୦ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପହଞ୍ଚିବ ଦେଶ

ଅର୍ଥନୈତିକ ସଂସ୍କାର ଆଣିବାରେ ଚୀନ ଭାରତକୁ ପଛରେ ପକାଇ ଦେଇଛି, କାରଣ (୧) ଚୀନ ଗୋଟିଏ ସନ୍ତାନ ଆଦର୍ଶ ଏବଂ ପରିବାର ଯୋଜନାକୁ ଅଧିକ ଗୁରୁତ୍ବ ଭାବରେ ଗ୍ରହଣ କରିଛି ଏବଂ ସେହି ଅନୁଯାୟୀ ବଢୁଥିବା ଜନସଂଖ୍ୟାକୁ ଖାଦ୍ୟ, ବସ୍ତ୍ର ଏବଂ ବାସ ଯୋଗାଇ ଦିଆଯାଉଛି (୨) ଚୀନ ଏହାର ଜନସଂଖ୍ୟାକୁ ଉନ୍ନତ ଶିକ୍ଷା ଦେଇପାରେ ଏବଂ ଯାହାଦ୍ବାରା ରାଷ୍ଟ୍ରର ମାନବ ସମ୍ବଳର ଗୁଣବତ୍ତାର ବୃଦ୍ଧି ଘଟିବ (୩) ଅର୍ଥନୀତିକୁ ଶୀଘ୍ର ଘରୋଇକରଣ କରିବା (୪) ଶ୍ରମ ବଜାରରେ ସଂସ୍କାର ଆଣିବା (୫) ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା ।

ଭାରତୀୟ ଅର୍ଥନୈତିକ ପ୍ରତିଷ୍ଠାନ ଅନୁଯାୟୀ ଭାରତ ଆସନ୍ତା ୩ ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୈତିକ ଦେଶ ଓ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ ବୋଲି ଆଶା କରାଯାଉଛି । ତେବେ ୨୦୨୭ ସୁଦ୍ଧା ବଜାର ବିନିମୟ ମୂଲ୍ୟ ଦ୍ବାରା ଭାରତ ୫ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବାର ସମ୍ଭାବନା ରହିଛି । ଯାହା ଜନସଂଖ୍ୟାଗତ ସୁବିଧା ଏବଂ ଆର୍ଥିକ କ୍ଷେତ୍ର ବିକାଶର ଗତି ଦ୍ବାରା ସମ୍ଭବ ହୋଇପାରିବ । ଏହା ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ଭାବରେ ଭାରତର ସ୍ଥିତିକୁ ଦୃଢ କରିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ।

ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା ଭାରତର ସେକ୍ଟର ଅନୁଯାୟୀ ଜିଡିପି କମ୍ପୋଜିସନ ଏପରି ଥିଲା:- ଶିଳ୍ପ କ୍ଷେତ୍ରରେ ୨୮.୫%, ସେବା ୫୩% । ମାତ୍ର ୨୦୧୭ରେ ଜିଡିପି କମ୍ପୋଜିସନ ଯଥାକ୍ରମେ ୧୫.୫, ୨୩, ୬୧.୫୦ ପ୍ରତିଶତରେ ଥିଲା । ଶିଳ୍ପ ଏବଂ ସେବା କ୍ଷେତ୍ରରେ ଜିଡିପି ଅନୁପାତରେ ଉନ୍ନତି ଆଣିବାକୁ ପ୍ରୟାସ କରାଯିବା ଆବଶ୍ୟକ, ଯାହାଦ୍ବାରା ନିଯୁକ୍ତି ସୃଷ୍ଟି ଏବଂ ଭାରତରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇବ । ୨୦୨୩ ରେ ଚୀନର ସେକ୍ଟର ଅନୁଯାୟୀ ଜିଡିପି କମ୍ପୋଜିସନ ୨୦୧୭ ତୁଳନାରେ ସମାନ ଥିଲା । କିନ୍ତୁ କୃଷି କ୍ଷେତ୍ରରେ ୧% ହ୍ରାସ ପାଇଥିବାବେଳେ ଶିଳ୍ପ ଓ ସେବା କ୍ଷେତ୍ରରେ ସାମାନ୍ୟ ଉନ୍ନତି ଆସିଥିଲା । ଆଜି ଚୀନର ଉତ୍ପାଦନ ଭାରତ ତୁଳନାରେ ପ୍ରାୟ ୨ଗୁଣ ଅଧିକ । ଚୀନ ଭାରତ ତୁଳନାରେ ବିଶ୍ବ ବଜାରରେ ବିଶେଷ ଭାବରେ ବୈଦ୍ୟୁତିକ ଯାନ ଉତ୍ପାଦନରେ ଏକ ପ୍ରମୁଖ ଶକ୍ତି ହୋଇପାରିଛି ।

ଚୀନରେ ଘରୋଇ ପୁଞ୍ଜି ବିନିଯୋଗ ଏବଂ ରପ୍ତାନୀ କରିବା ଦ୍ବାରା ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି । ଚୀନ ଉତ୍ପାଦନ କ୍ଷେତ୍ରରେ ବିଶ୍ବର ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ହୋଇପାରିଛି । ଏଠାରୁ ଅନ୍ୟ ରାଷ୍ଟ୍ରକୁ ବୈଦ୍ୟୁତିକ ଯନ୍ତ୍ର ଓ ଏହାର ସାମଗ୍ରୀ, କମ୍ପ୍ୟୁଟର, ଆସବାବପତ୍ର, ଲାଇଟ୍‌ ଭଳି ଜିନିଷ ରପ୍ତାନୀ କରୁଥିବା ବେଳେ ଆମ ଦେଶ ଭାରତ ଶୋଧିତ ପେଟ୍ରୋଲ, ହୀରା, ଜୁଏଲାରୀ, ଚାଉଳ ଓ ମେଡିକାଲ ସାମଗ୍ରୀ ରପ୍ତାନୀ କରୁଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.