ETV Bharat / opinion

Navigating The Legal Realm: ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇନସେବାରେ ପରିବର୍ତ୍ତନ ଆବଶ୍ୟକ

ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ୧୯୯୫ ମସିହା ନଭେମ୍ବର ୯ ତାରିଖରୁ ଆରମ୍ଭ କରି ପ୍ରତିବର୍ଷ ଏହି ଦିନକୁ 'ଜାତୀୟ ଆଇନ ସେବା ଦିବସ 'ଭାବେ ପାଳନ କରାଯାଉଛି । ଏହି ନ୍ୟାୟିକ ବ୍ୟବସ୍ଥାରୁ ଅନେକ ବଞ୍ଚିତ ହୋଇଥିବାବେଳେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇନସେବାରେ ପରିବର୍ତ୍ତନ ଆବଶ୍ୟକ ଥିବା ନେଇ ମତ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

evolution of legal service authority
ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଲକ୍ଷ୍ୟ
author img

By ETV Bharat Odisha Team

Published : Nov 9, 2023, 5:33 PM IST

(ଲେଖକ- ପିଭିଏସ ଶୈଳଜା, ସହକାରୀ ପ୍ରଫେସର, ଡକ୍ଟର ଆମ୍ବେଦକର ଆଇନ ମହାବିଦ୍ୟାଳୟ ,ହାଇଦ୍ରାବାଦ)

ହାଇଦ୍ରାବାଦ: ଆମର ନ୍ୟାୟିକ ବ୍ୟବସ୍ଥାରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ହେଉଛି ଗୁରୁତ୍ବପୂର୍ଣ୍ଣ । ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ୧୯୯୫ ମସିହା ନଭେମ୍ବର ୯ ତାରିଖରୁ ଆରମ୍ଭ କରି ପ୍ରତିବର୍ଷ ଏହି ଦିନକୁ 'ଜାତୀୟ ଆଇନ ସେବା ଦିବସ 'ଭାବେ ପାଳନ କରାଯାଉଛି । ଏହି ଦିନ ବିଭିନ୍ନ ସ୍ଥାନରେ ଆଇନଗତ ସଚେତନତା ଶିବିର ଅନୁଷ୍ଠିତ ହୋଇଥାଏ । ମାଗଣା ଆଇନ ସହାୟତା ଉପଲବ୍ଧତା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଦେଶବ୍ୟାପୀ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି ।

୧୯୯୫ ମସିହା ନଭେମ୍ବର ୯ ତାରିଖରେ ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଗୃହୀତ ହୋଇଥିଲା । ଏଦି ଦିନକୁ ସ୍ମରଣୀୟ କରିବା ସହ ଦେଶବାସୀଙ୍କ ମଧ୍ୟରେ ଆଇନ ସଚେତନତାର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ 'ଜାତୀୟ ଆଇନ ସେବା ଦିବସ' ପାଳିତ ହୋଇଆସୁଛି । ବିଶେଷ କରି ଦଳିତ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପରି ସମାଜର ଅନଗ୍ରସର ଲୋକଙ୍କ ମଧ୍ୟରେ ଆଇନଗତ ସଚେତନତା ନଥିବା ଦେଖିବାକୁ ମିଳିଥାଏ । ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ଓ ମାଗଣା ଆଇନ ସେବା ସମ୍ପର୍କରେ ଅବଗତ କରାଯାଇଥାଏ ।

ଭାରତର ସମ୍ବିଧାନର ଧାରା 39A ଅନୁସାରେ, ଯେକୌଣସି ପୃଷ୍ଠଭୂମିରୁ ଆସିଥା’ନ୍ତୁ ନା କାହିଁକି, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତ୍ୟେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ଏହି ଦିବସ ସମସ୍ତଙ୍କୁ ମନେ ପକାଇ ଦେଇଥାଏ । ବିଭିନ୍ନ ସ୍ଥାନରେ ଲୋକ ଅଦାଲତ ଆୟୋଜନ ମାଧ୍ୟମରେ ପଡ଼ିରହିଥିବା ମାମଲା ଗୁଡ଼ିକର ଆଶୁ ସମାଧାନ, ନ୍ୟାୟିକ ପ୍ରକ୍ରିୟା ବାବଦରେ ସଚେତନତାର ପ୍ରସାର ଏବଂ ଆଇନ ସହାୟତା ଶିବିର କରି ବିପନ୍ନଙ୍କ ପାଖରେ ସିଧାସଳଖ ସହାୟତା ପହଞ୍ଚାଯାଉଛି। ଚଳିତବର୍ଷ ଏହି 'ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ଶ୍ରେଣୀର ସଶକ୍ତୀକରଣ' ହେଉଛି ଚଳିତ ବର୍ଷର ଥିମ୍।

1851 ମସିହାରେ ସର୍ବପ୍ରଥମ ଆଇନଗତ ସହାୟତା ଆନ୍ଦୋଳନ କରାଯାଇ ନିୟମ ପ୍ରଣୟନ କରାଯାଇଥିଲା । ଏଥିରେ ଅସହାୟ ଲୋକଙ୍କୁ ଆଇନଗତ ସହାୟତା ପାଇଁ ଫ୍ରାନ୍ସ । ବିଟ୍ରେନରେ ଗରିବ, ଅସହାୟଙ୍କୁ ଆଇନ ସେବା ଯୋଗାଇବା ପାଇଁ 1944 ମସିହାରୁ ପ୍ରୟାସ ଆରମ୍ଭ ହୋଇଥିଲା । ସେହି ସମୟରେ ଲର୍ଡ ଚାନ୍ସେଲର, ରୁସକ୍ଲିଫ କମିଟି (Rushckliffe Commitee) ଗଠନ କରିଥିଲେ । ସେହିପରି ୧୯୫୨ ମସିହାରେ ଭାରତ ସରକାର ଗରିବଙ୍କ କଲ୍ୟାଣ ତଥା ନ୍ୟାୟ ପ୍ରଦାନ ପାଇଁ ଲ କମିଶନ(Law Commission) ଗଠନ କରିଥିଲେ । ଗରିବଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇନ ମନ୍ତ୍ରୀମାନଙ୍କୁ ନେଇ ବିଭିନ୍ନ ସମ୍ମିଳନୀ ମଧ୍ୟ କରାଯାଉଥିଲା । ୧୯୫୮ ମସିହାରେ ୧୪ତମ ଲ କମିଶନ(Law Commission) ରିପୋର୍ଟରେ ସମସ୍ତଙ୍କୁ ସମାନ ପରିମାଣରେ ନ୍ୟାୟ ମିଳିବାର ଅଧିକାର ଉପରେ ଗୁରୁତ୍ବ ଦିଆଯାଇଥିଲା ।

ଆଇନଗତ ସହାୟତା ପ୍ରଦାନ ଉପରେ ଗୁରୁତ୍ବ ଦେଇ ବିଭିନ୍ନ ପ୍ରାକର ସ୍କିମ୍ କରିବା କେରଳ ଅଗ୍ରଣୀ ରାଜ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଛି । ଏହାର ପଛକୁ ରହିଛି ତାମିଲନାଡୁ ଏବଂ ମହାରାଷ୍ଟ୍ର । ଏହି ରାଜ୍ୟମାନଙ୍କରେ ମଧ୍ୟ ଆଇନଗତ ବ୍ୟବସ୍ଥା ବାବଦରେ ଲୋକଙ୍କୁ ସଚେତନ କରାଇବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବା ସହ ଆଇନ ସେବାରୁ ବଞ୍ଚିତ ବ୍ୟକ୍ତିବିଶେଷଙ୍କୁ ମାଗଣା ଆଇନ ସହାୟତା ପ୍ରଦାନ କରାଯାଉଛି । ଏନେଇ 1973 ରେ ଜଷ୍ଟିସ ଭି ଆର କୃଷ୍ଣ ଆୟରଙ୍କ ଅଧୀନରେ ଗଠିତ ବିଶେଷଜ୍ଞ କମିଟି "ଗରିବଙ୍କୁ ପ୍ରକ୍ରିୟାଗତ ନ୍ୟାୟ" ଅର୍ଥାତ୍ (Processual Justice to the Poor) ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଥିଲେ ।

ପରବର୍ତ୍ତୀ ସମୟରେ, 1977 ମସିହାରେ ଜଷ୍ଟିସ ପି ଏନ ଭଗବତୀ ଏବଂ ଜଷ୍ଟିସ୍ କୃଷ୍ଣ ଆୟର ମିଳିତ ଭାବେ ଏକ ରିପୋର୍ଟ ଦାଖଲ କରିଥିଲେ । ଯାହା 'National Juridicare: Equal Justice and Social Justice' ଅର୍ଥାତ୍ 'ନ୍ୟାସନାଲ ଜୁରିଡିକେୟାର: ସମାନ ନ୍ୟାୟ ଏବଂ ସାମାଜିକ ନ୍ୟାୟ' ଉପରେ ପର୍ଯ୍ୟବେସିତ ଥିଲା । ଏହି ସମାନ ନ୍ୟାୟ ଦାବିର ସ୍ବୀକୃତି ପ୍ରଦାନ ପାଇଁ ରିପୋର୍ଟରେ ଉଲ୍ଲେଖ ରହିଥିଲା । 1976 ରେ 42 ତମ ସାମ୍ବିଧାନିକ ସଂଶୋଧନ ନିର୍ଦ୍ଦେଶନାମା ମଧ୍ୟରେ ଧାରା 39A ଅନୁଯାୟୀ,"ସମାନ ନ୍ୟାୟ ଏବଂ ମାଗଣା ଆଇନ ସହାୟତା" ଉପରେ ଧ୍ୟାନ ଦେଇ Directive Principles Of State Policy (DPSP) ଗଠନ ହେଲା । ସେହିପରି୧୯୮୦ ମସିହାରେ ଆଇନ ସହାୟତା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜଷ୍ଟିସ ପି ଏନ ଭଗବତୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । Committee For Implementation Of Legal Aid Scheme (CILAS)ରେ ବିବାଦର ସମାଧାନ ଏବଂ ନ୍ୟାୟ ପ୍ରଦାନର ତଦାରଖ କରାଗଲା । ଏହାପରେ ୧୯୯୫ ମସିହାରେରେ ନ୍ୟାସନାଲ ଲିଗାଲ ସର୍ଭିସେସ ଅଥୋରିଟି (NALSA)ଗଠନ ହେଲା ।

NALSAର ତଥ୍ୟ ଅନୁସାରେ, ଶିକ୍ଷା, ଯୋଜନାର ସଠିକକ ରୂପାୟନ, ଅର୍ଥ ବ୍ୟବସ୍ଥା ଆଦି ଦିଗରେ ଗୁରୁତ୍ବ ଦିଆଯିବା ଦରକାର । ଆର୍ଥିକ ଅନଗ୍ରସର ବର୍ଗର ଲୋକେ ଯେପରି ଅର୍ଥାଭାବରୁ ନ୍ୟାୟ ପାଇବାରୁ ବଞ୍ଚିତ ନହୁଅନ୍ତି ସେ ଦିଗରେ ସରକାର ଯତ୍ନବାନ ହେବା ଜରୁରୀ । ଏହାସହ ଆଇନଗତ ସେବା ପ୍ରଦାନ ପାଇଁ ନିୟୋଜିତ ହୋଇଥିବା ଆଇନଜୀବୀ ମଧ୍ୟ ତାଲିମପ୍ରାପ୍ତ ହେବା ଆବଶ୍ୟକ । ଶିକ୍ଷା ଆର୍ଥିକ ବ୍ୟବସ୍ଥା ଦିଗରେ ସରକାର ଧ୍ୟାନ ଦେବା ସହ ଅଭିଜ୍ଞ ଆଇନଜୀବୀ ନିୟୋଜିତ ହୋଇପାରିଲେ ନ୍ୟାୟ ପାଇବାରୁ କେହି ବଞ୍ଚିତ ହେବେ ନାହିଁ ।

ଏହା ବି ପଢନ୍ତୁ...ଭାରତ ପାଇଁ ଓ୍ବେକଅପ କଲ୍, କ୍ୟାନ୍ସରକୁ ନେଇ ସଚେତନତା ଜରୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.