ETV Bharat / opinion

'ଭାରତୀୟ ଉଦ୍ୟୋଗ' ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମୁଖ୍ୟ ସହାୟକ

author img

By ETV Bharat Odisha Team

Published : Jan 17, 2024, 8:06 PM IST

National Startup Day: ନୂଆ ନୂଆ ଉଦ୍ୟୋଗ ଯୋଗୁଁ ଭାରତୀୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ତେଣୁ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ଆହ୍ୱାନ ଦେଇଛନ୍ତି ଶ୍ରୀ ଭେଙ୍କଟେଶ୍ବର ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ହିମାଚଳମ ଦାସରାଜୁ । ତାଙ୍କ ଆଲେଖ୍ୟ ପଢନ୍ତୁ

ଜାତୀୟ ଉଦ୍ୟୋଗ ଦିବସ
National Startup Day

ଲେଖକ- ଡକ୍ଟର ହିମାଚଳମ ଦାସରାଜୁ

ଅବସରପ୍ରାପ୍ତ ପ୍ରଫେସର, ଅର୍ଥନୀତି ବିଭାଗ

ଶ୍ରୀ ଭେଙ୍କଟେଶ୍ବର ବିଶ୍ବବିଦ୍ୟାଳୟ

ହାଇଦ୍ରାବାଦ: ନୂଆ ଉଦ୍ୟୋଗ ଭାରତୀୟ ଅର୍ଥନୀତିରେ ଆଣିଛି ପରିବର୍ତ୍ତନ । ୨୦୧୬ ମସିହା ଜାନୁଆରୀ ୧୬ ତାରିଖରେ କେନ୍ଦ୍ର ସରକାର 'ଷ୍ଟାର୍ଟ୍ ଅପ୍ ଇଣ୍ଡିଆ' ଫ୍ଲାଗସିପ୍ ଆରମ୍ଭ କରିଥିଲେ । ଯାହାକି ଭାରତର ଆର୍ଥିକ ସ୍ଥିତି ମଜବୁତ କରିବା ଦିଗରେ ସହାୟକ ହେବା ସହ ବହୁ ପରିମାଣରେ ନିଯୁକ୍ତି ସୃଷ୍ଟି କରିଥିଲା । ସେହିପରି ୨୦୧୬ ମସିହାରେ 'ଷ୍ଟାଣ୍ଡ ଅପ୍ ଇଣ୍ଡିଆ' ସ୍କିମ୍ ୨୦୧୬ ମସିହାରେ ଲଞ୍ଚ ହୋଇଥିଲା । ଏଥିରେ ୧୦ଲକ୍ଷ ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଲୋନ୍ ପ୍ରଦାନ କରାଯାଇଥିଲା । 'ଷ୍ଟାର୍ଟ୍ ଅପ୍ ଇଣ୍ଡିଆ' ଅଧୀନରେ ଯୋଗ୍ୟ କମ୍ପାନୀ ଗୁଡ଼ିକ ଡିପାର୍ଟମେଣ୍ଟ ଅଫ୍ ପ୍ରମୋସନ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ୍ (DPIIT) ।

ନ୍ୟାସନାଲ ଷ୍ଟାର୍ଟ ଅପ୍ ଡେ (ଜାନୁଆରୀ ୧୬,୨୦୨୪): ପ୍ରତିବର୍ଷ ଜାନୁଆରୀ ୧୬ ତାରିଖରେ ନ୍ୟାସନାଲ ଷ୍ଟାର୍ଟ ଅପ୍ ଡେ(ଜାତୀୟ ଉଦ୍ୟୋଗ ଦିବସ) ପାଳନ କରାଯାଉଛି । ଏହି ଦିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଉଦ୍ୟୋଗ ଦିବସ ଭାବେ ଘୋଷଣା କରିଥିଲେ । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଦ୍ୟୋଗକୁ ପ୍ରୋତ୍ସାହନ କରିବା, ଯୋଜନା କରିବା ଏବଂ ସମସ୍ୟା ଓ ସମାଧାନ ବିଷୟରେ ଆଲୋକପାତ କରିବା ।

ଷ୍ଟାର୍ଟ ଅପ୍ ଷ୍ଟାଟସ ଇନ ଇଣ୍ଡିଆ: ଭାରତ ସରକାର ଷ୍ଟାର୍ଟ ଅପ୍ ସ୍କିମ ଗୁଡ଼ିକୁ ସବୁବେଳେ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ଯାହାର ପ୍ରମୁଖ ଉଦାହରଣ ହେଉଛି 'ଆତ୍ମ ନିର୍ଭର ଭାରତ' । ଉଦ୍ୟୋଗ କ୍ଷେତ୍ରରେ ଭାରତ ବିଶ୍ବରେ ଅଗ୍ରଣୀ ଦେଶ ଭାବେ ୩ ନମ୍ବର ସ୍ଥାନ ହାସଲ କରିଛି । ଭାରତୀୟ ଉଦ୍ୟୋଗୀଙ୍କ ସଫଳତା ବିଶ୍ବ ଦରବାରରେ ପରିୟତ ଲାଭ କରିଛି । ଷ୍ଟାର୍ଟ୍ ଅପ୍ କ୍ଷେତ୍ରରେ ଆମେରିକା ଓ ଚୀନ ପରେ ପରେ ରହିଛି ଭାରତ । ତେବେ ଭାରତ ତୃତୀୟ ସ୍ଥାନରେ ରହିଥିବାବେଳେ ୭୬୩ଟି ଜିଲ୍ଲାରେ ୧ ଲକ୍ଷ ୧୨ ହଜାର ୭୧୮ଟି DPIIT ପରିଚୟପ୍ରାପ୍ତ ଉଦ୍ୟୋଗ ସ୍ଥାନ ପାଇଛି । ଷ୍ଟେଟ୍ ଅଫ୍ ଦ ଇଣ୍ଡିଆନ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ରିପୋର୍ଟ ୨୦୨୨-୨୩ ଅନୁସାରେ, ୨୦୧୬ ମସିହା ତୁଳନାରେ ୨୦୨୨ରେ ୮୪ ହଜାର ୦୧୨ଟି ଉଦ୍ୟୋଗ ବୃଦ୍ଧି ପାଇଛି । ସେହିପରି ୯ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହୋଇଛି ।

୨୦୨୨ରେ ମହାରାଷ୍ଟ୍ରରେ ୪ ହଜାର ୮୦୧ଟି ଉଦ୍ୟୋଗ ପଞ୍ଜିକୃତ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୨ହଜାର ୫୭୨ ଏବଂ ଦିଲ୍ଲୀରେ ୨ ହଜାର ୫୬୭ଟି ନୂଆ ଉଦ୍ୟୋଗ ସୃଷ୍ଟି ହୋଇପାରିଛି । ଏହାସହ କର୍ଣ୍ଣାଟକ ଏବଂ ଗୁଜରାଟରେ ମଧ୍ୟ ଉଦ୍ୟୋଗ ସଂଖ୍ୟାରେ ବୃଦ୍ଧି ଘଟିଛି । ଖାଲି ସେତିକି ନୁହେଁ, କୃତ୍ରିମ ବୁଦ୍ଧିମତା (Artificial intelligence) ବା ମେସିନ ଲର୍ଣ୍ଣିଂ (Machine Learning) ଦିଗରେ ମଧ୍ୟ ବ୍ୟାପକ ଅଭିବୃଦ୍ଧି ହୋଇଛି। ସ୍କାଏ କ୍ବେଷ୍ଟ ରିପୋର୍ଟ ମୁତାବକ, ୨୦୨୮ ବେଳକୁ ଗ୍ଲୋବାଲ ଇ-କମର୍ସ ସେଲସ $୫୮.୭୪ ଟ୍ରିଲିୟନ ଛୁଇଁବ ବୋଲି ଆଶା କରାଯାଉଛି । କୋଭିଡ ମହାମାରୀ ସମୟରୁ ଇ-କମର୍ସର ଚାହିଦା ବଢିଛି ।

ସୃଷ୍ଟି ହୋଇଥିବା ଆହ୍ବାନ: ଉଦ୍ୟୋଗ କ୍ଷେତ୍ରରେ ସଫଳତା ମିଳିଛି ସତ । ହେଲେ ଏଥିପାଇଁ ବହୁ ବାଧାବିଘ୍ନର ସାମ୍ନା କରିବାକୁ ପଡିଛି । କୋରୋନା ମହାମାରୀ ସମୟରେ ଅନେକ ଉଦ୍ୟୋଗ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ନୂଆ ଉଦ୍ୟୋଗ ପାଇଁ ସପ୍ଲାଏ ଚେନ୍ ମେକାନିଜମ, କ୍ୟାସ ଫ୍ଲୋ ମ୍ୟାନେଜମେଣ୍ଟ, କର୍ମଚାରୀ ଚୟନ, ମାର୍କେଟିଂ ପ୍ରତି ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଥାଏ ।

ଦେଖିବାକୁ ଗଲେ ଦେଶରେ ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କର ଏକ ସୁସ୍ଥ ବାତାବରଣ ରହିଛି । ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ଯୋଗୁ ଉଦ୍ୟୋଗ କ୍ଷେତ୍ରରେ ଉନ୍ନତି ଆସୁଛି । ୧୬ ଜାନୁଆରୀ ୨୦୨୪ରେ ପାଳିତ ହୋଇଛି 'ଜାତୀୟ ଉଦ୍ୟୋଗ ଦିବସ' । ଏହି ଅବସରରେ ଆସନ୍ତୁ ଯୁବ ଏବଂ ସଫଳ ଉଦ୍ୟୋଗୀଙ୍କ ପ୍ରଚେଷ୍ଟା ପାଇଁ ପ୍ରେରଣା ଯୋଗାଇବା ।

ଏହା ମଧ୍ୟ ପଢନ୍ତୁ...ଯୁବ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ସଶକ୍ତ ଭାରତ ଗଠନ ପାଇଁ ଶକ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.