ETV Bharat / opinion

Declining Democratic Values: ହ୍ରାସ ପାଉଛି ଗଣତାନ୍ତ୍ରିକ ମୂଲ୍ୟବୋଧ, ସଂସଦର ସ୍ବତନ୍ତ୍ର ଅଧିବେଶନରେ ବିତର୍କ ଜରୁରୀ

author img

By ETV Bharat Odisha Team

Published : Sep 15, 2023, 9:19 PM IST

ଆସନ୍ତା ୧୮ ତାରିଖରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ ସେ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ହେଲେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦେଖିଲେ ଅଧିବେଶନରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବା କଥା ଉକ୍ତ ପ୍ରସଙ୍ଗକୁ ସ୍ଥାନିତ କରାଯାଇନାହିଁ । ଅମୃତ କାଳର ଏହି ସ୍ବତନ୍ତ୍ର ଅଧିବେଶନରେ ବାସ୍ତବରେ ଭାରତରେ ଗଣତନ୍ତ୍ର ବ୍ୟବସ୍ଥା ଲାଗୁ ହେଉଛି କି ନାହିଁ ସେ ନେଇ ଚର୍ଚ୍ଚା ହେବା ଆବଶ୍ୟକ । ଏ ନେଇ ନିଜ ଆଲେଖ୍ୟର ଉପସ୍ଥାପିତ କରିଛନ୍ତି ମିଜୋରାମ ସେଣ୍ଟ୍ରାଲ ୟୁନିଭର୍ସିଟି ବାଣିଜ୍ୟ ବିଭାଗର ପ୍ରଫେସର ଡ. ଏନଭିଆର ଜ୍ୟୋତି କୁମାର । ପଢନ୍ତୁ ତାଙ୍କ ଆଲେଖ୍ୟ

Declining Democratic Values
Declining Democratic Values

ଡକ୍ଟର ଏନଭିଆର ଜ୍ୟୋତି କୁମାର

(ପ୍ରଫେସର, ବାଣିଜ୍ୟ ବିଭାଗ, ମିଜୋରାମ ସେଣ୍ଟ୍ରାଲ ୟୁନିଭର୍ସିଟି)

ସେପ୍ଟେମ୍ବର ୨୫ ତାରିଖ ଆଜିର ଦିନରେ ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ । ଆସନ୍ତା ୧୮ ତାରିଖ ସୋମବାରଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାର କହିଛନ୍ତି ଯେ ଅମୃତ କାଳ ସମୟରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ସଭା ସମିତିରେ କହିଥିବା ଶୁଣିବାକୁ ମିଳିଛେ ଯେ 'ଗଣତନ୍ତ୍ର ଆମର ପ୍ରେରଣା ଓ ଏହା ଆମ ଶିରା ପ୍ରଶିରାରେ ପ୍ରବାହିତ ହେଉଛି' । ଭାରତ ଗଣତନ୍ତ୍ରର ଜନନୀ ବୋଲି ମଧ୍ୟ ସେ କୁହନ୍ତି । ଯେତେବେଳେ ଆମେ ଗଣତନ୍ତ୍ର ଉପରେ ଆଲୋଚନା କରୁଛନ୍ତି, ଏହା କେବଳ ଗଠନ ପ୍ରଣାଳୀ ନୁହେଁ, ବରଂ ଏହା ସମାନତାର ଝଲକକୁ ବି ଦର୍ଶାଏ । ଆମର ରାଜନେତାଙ୍କ ଦ୍ବାରା ବାରମ୍ବାର ଦୋହରାଯାଉଥିବା 'ସବକା ସାଥ୍, ସବକା ବିକାଶ' ପାଇଁ ଆମେ ପ୍ରକୃତରେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର ସଠିକ ଉପଯୋଗ କରୁଛୁ କି ? ତେବେ ଅମୃତ କାଳର ଏହି ସ୍ବତନ୍ତ୍ର ଅଧିବେଶନରେ ବାସ୍ତବରେ ଭାରତରେ ଗଣତନ୍ତ୍ର ବ୍ୟବସ୍ଥା ଲାଗୁ ହେଉଛି କି ନାହିଁ ସେ ନେଇ ଚର୍ଚ୍ଚା ହେବା ଆବଶ୍ୟକ ।

ହ୍ରାସ ପାଉଛି ଗଣତାନ୍ତ୍ରିକ ମୂଲ୍ୟବୋଧ:- ରାଜନୈତିକ ଏବଂ ସାମ୍ବିଧାନିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଭାରତ ସ୍ବାଧୀନତା ପରଠାରୁ ୨ଟି ଗୁରୁତ୍ବପୂର୍ଣ୍ଣ ଗଣତାନ୍ତ୍ରିକ ହ୍ରାସର ସାକ୍ଷୀ ହୋଇଛି । ପ୍ରଥମେ ଜୁନ ୧୯୭୫ରୁ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ୨୧ ମାସର ଜରୁରୀକାଳୀନ ପରିସ୍ଥିତି ଓ ଦ୍ବିତୀୟଟି ହେଉଛି ୨୦୧୪ଠାରୁ NDA ଶାସନ ଆରମ୍ଭରୁ ଏକ ସମସାମୟିକ ଅବନତି । ବିଶ୍ବର ଗଣତନ୍ତ୍ରର ସମୀକ୍ଷା କରୁଥିବା ସଂଗଠନଗୁଡିକ ମତରେ ଯେତେବେଳେ ଇନ୍ଦିରା ଗାନ୍ଧୀ ପ୍ରାୟ ସମସ୍ତ ଗଣତାନ୍ତ୍ରିକ ସଂସ୍ଥାକୁ ଆନୁଷ୍ଠାନିକ ଭାବରେ ରଦ୍ଦ କରିଦେଲେ । ଯେପରିକି ଦେଶରେ ନିର୍ବାଚନ ନିଷେଧ, ବିରୋଧୀଦଳର ନେତାଙ୍କୁ ଗିରଫ, ଗଣମାଧ୍ୟମ ଉପରେ ଚାପ ପକାଇବା ଏବଂ ୩ଟି ସାମ୍ବିଧାନିକ ସଂଶୋଧିତ ବିଲ୍‌ ପାସ୍ କରିବା ଯାହା ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଦୁର୍ବଳ କରିଥିଲା ।

'ନିର୍ବାଚନୀ ସ୍ବାଧୀନତା'ରେ ଭାରତର ଅବନତି:- ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ବିଶେଷଜ୍ଞ ଭାରତକୁ 'ଗଣତାନ୍ତ୍ରିକ ବ୍ୟବସ୍ଥା' ଓ 'ସ୍ବାଧୀନତା'କୁ ନେଇ ନିମ୍ନ ସ୍ଥାନରେ ସ୍ଥାନିତ କରିଛି । ଉଦାହରଣ ସ୍ବରୂପ ଆମେରିକା ସରକାର ଅନୁଦାନ ପ୍ରାପ୍ତ ସଂଗଠନ 'ଫ୍ରିଡମ୍ ହାଉସ୍' ଗତ ୩ ବର୍ଷ ଧରି ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନକାରାତ୍ମକ ବୋଲି ଦର୍ଶାଇଛି । ଏପରିକି ଏହାକୁ ଏକ 'ଆଂଶିକ ମୁକ୍ତ' ଦେଶ ବୋଲି କହିଛି । ଏହା ସରକାରଙ୍କୁ ହିନ୍ଦୁ ଜାତୀୟତାବାଦୀ ସରକାର ବୋଲି କହିଛି । ତାଙ୍କ କହିବାନୁସାରେ ସେମାନଙ୍କର ସହଯୋଗୀମାନେ ହିଂସା ଏବଂ ଭେଦଭାବ ନୀତି ମାଧ୍ୟମରେ ଅଳ୍ପ ସଂଖ୍ୟକ ମୁସଲିମ ସମ୍ପ୍ରଦାୟକୁ ପ୍ରଭାବିତ କରୁଛନ୍ତି ।

ଲଣ୍ଡନ ସ୍ଥିତ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ ଭାରତକୁ ୨୦୨୦ ଗଣତାନ୍ତ୍ରିକ ସୂଚକାଙ୍କରେ 'ମିଥ୍ୟା' ଗଣତନ୍ତ୍ରର ଦେଶ ବୋଲି ବର୍ଣ୍ଣନା କରିଛି । ୧୬୭ ଦେଶ ତାଲିକାରେ ଭାରତ ୫୩ତମ ସ୍ଥାନରେ ରହିଛି । ଏବେ ପ୍ରଶ୍ନ ଉଠିଛି ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧ କିପରି ହ୍ରାସ ପାଉଛି ? ଏହାକୁ ବନ୍ଦ କରାଯାଇପାରିବ କି ? ବିଶ୍ବ ସ୍ତରରେ ଗଣତନ୍ତ୍ରର ବିଶ୍ବସନୀୟତା ଏବଂ ପ୍ରସାରକୁ ମୂଲ୍ୟାଙ୍କନ କରାଯାଏ । ଯେପରିକି ନିର୍ବାଚନର ନିରପେକ୍ଷତା, ସୁସ୍ଥ ରାଜନୈତିକ ପ୍ରତିଯୋଗିତା, ନାଗରିକ ସ୍ବାଧୀନତା ଏବଂ ସଂସଦୀୟ କମିଟିର କାର୍ଯ୍ୟକାରିତା ଆଦି ।

ଜନତାଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବା:- ଆସୋସିଏସନ ଫର୍‌ ଡେମାକ୍ରାଟିକ ରିଫର୍ମସ (ADR)ର ରିପୋର୍ଟ ଅନୁସାରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ପାଖରେ ଅର୍ଥର ଶକ୍ତି ରହିଥାଏ । ମୋଟ ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ସମ୍ପତ୍ତି ଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ତାଙ୍କର ସମ୍ପତ୍ତି ୫୧୦ କୋଟିରୁ ଅଧିକ । ତେବେ ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ରହିଛି । ଏହା ପରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମ ଖନ୍ଦୁ (ବିଜେପି) ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ସମ୍ପତ୍ତି ୧୬୩ କୋଟି ଟଙ୍କା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ୬୩ କୋଟି ଟଙ୍କା ରହିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସମ୍ପତ୍ତି ୨୩ କୋଟିରୁ ଅଧିକ । ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କ ସମ୍ପତ୍ତି ୧ କୋଟିରୁ କମ ରହିଛି । ହାରାହାରି ଜଣେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ମୂଲ୍ୟ ୩୪ କୋଟି ଟଙ୍କା ରହିଛି । ସେପଟେ ଦେଶର ୧୩ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଯେପରିକି ଡବଲ ମର୍ଡର, ଅପହରଣ ଓ ହତ୍ୟା ଉଦ୍ୟମ ଅନ୍ତର୍ଭୁକ୍ତ । ଏହି ତାଲିକାରେ ଦକ୍ଷିଣ ରାଜ୍ୟର ତିନିଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ସାମିଲ ।

ଏବେ ଉଚ୍ଚ ସଦନ ରାଜ୍ୟସଭାର ସାଂସଦଙ୍କ ମଧ୍ୟରେ ବିଜେପିର ୨୭% ସାଂସଦ ଓ କଂଗ୍ରେସର ୪୦% ସଦସ୍ୟଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ନିମ୍ନ ସଦନ ଲୋକସଭାରେ ସଦସ୍ୟଙ୍କ ଅପରାଧିକ ମାମଲା ଦେଖିଲେ ୨୦୧୪ ମସିହାଠାରୁ ଏହା ୨୬% ଅଧିକ ରହିଛି । ଏହାବାଦ ଅନେକ ରାଜନେତା ଭୋଟ୍ କିଣିବା, ମଦ ବଣ୍ଟନ ଏବଂ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଘୃଣା ସୃଷ୍ଟି କରିବା ଭଳି ମାମଲାରେ ଅପରାଧୀ ରହିଛନ୍ତି । ଭୋଟରଙ୍କଠାରୁ ବହୁ ସଂଖ୍ୟାରେ ଯୋଗ୍ୟ ଭୋଟରଙ୍କ ନାମ ହଟାଇବା ବିଷୟରେ ଖବର ମଧ୍ୟ ପ୍ରକାଶ ପାଇଛି । ଏହି ତାଲିକାରେ ଆନ୍ଧ୍ରପ୍ରଦେଶର ନେତାଙ୍କ ସଂଖ୍ୟା ସର୍ବାଧିକ । ଏହିପରି ଏକ ବ୍ୟବସ୍ଥିତ ଭାବେ ନିର୍ବାଚନ ତାଲିକାରେ ଅନିୟମିତତା କେବଳ ରାଜନୈତିକ ମୈଦାନରେ ଲଢେଇକୁ ପ୍ରଭାବିତ କରିବ ନାହିଁ, ବରଂ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତିକୁ ମଧ୍ୟ ଖଣ୍ଡନ କରିବ ।

ନାଗରିକ ସ୍ବାଧୀନତାର ସ୍ଥାୟୀ କ୍ଷୟ:- ବିଶ୍ବ ନାଗରିକ ସ୍ବାଧୀନତାକୁ ଟ୍ରାକ୍ କରୁଥିବା ସଂସ୍ଥା ସିଭିକସ୍ ମନିଟର (CIVICUS Monitor) ଅନୁଯାୟୀ ବର୍ତ୍ତମାନର ସରକାର ଏହାର ବିରୋଧୀଙ୍କ ସ୍ବରକୁ ଦମନ କରିବା ପାଇଁ ଖୋଲାଖୋଲି ଭାବେ UAPA ଏବଂ ଦେଶଦ୍ରୋହ ଆଇନ ବ୍ୟବହାର କରିଛନ୍ତି । ଏହି ସଂସ୍ଥା ୧୯୭ଟି ଦେଶକୁ ଟ୍ରାକ୍ କରିଥାଏ । ୨୦୨୩ ମସିହାରେ ୱାର୍ଲ୍ଡ ପ୍ରେସ ଫ୍ରିଡମ୍ ଇଣ୍ଡେକ୍ସରେ ୧୮୦ ଦେଶ ମଧ୍ୟରେ ଭାରତ ୧୬୧ ତମ ସ୍ଥାନରେ ରହିଛି । ଏହି ତାଲିକାରେ ପାକିସ୍ତାନ ସ୍ଥାନ ୧୫୦ ତମ ସ୍ଥାନରେ ରହିଛି ।

ସଂସଦୀୟ କମିଟିର ଭୂମିକା ହ୍ରାସ:- ଦେଶବାସୀଙ୍କ ହିତ ସହ ଜଡିତ ବିଲ୍‌କୁ ବିସ୍ତୃତ ବିଚାର କରିବା ଲାଗି ସଂସଦୀୟ କମିଟି ନିକଟକୁ ପଠାଯାଏ । କିନ୍ତୁ ଏବେ ଏହାକୁ ମଧ୍ୟ ଅଣଦେଖା କରାଯାଉଛି । ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ଲୋକସଭା କେବଳ ୪୩ ପ୍ରତିଶତ ସମୟ ଏବଂ ରାଜ୍ୟସଭା ମାତ୍ର ୫୫ ପ୍ରତିଶତ ସମୟକୁ ବ୍ୟବହାର କରିପାରିଛି । ଏହା ସତ୍ତ୍ବେ ୨୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାରିତ ହୋଇଛି । ଏହି ବିଲ୍‌ଗୁଡ଼ିକ ଉପରେ କେବଳ ନାମମାତ୍ର ଆଲୋଚନା ହୋଇଥିବା ଦେଖିବାକୁ ମିଳିଥିଲା । କମିଟିଗୁଡିକ ୨୦୦୯-୧୪ ମଧ୍ୟରେ ୭୧% ବିଲ୍ ଯାଞ୍ଚ କରିଥିବା ବେଳେ ୨୦୧୪-୧୯ ମଧ୍ୟରେ କେବଳ ୨୫% ବିଲ୍ ଯାଞ୍ଚ କରିଛି । ଏହା ପ୍ରାୟ ୧୩% କୁ ହ୍ରାସ ପାଇଛି । ସଂସଦ ଏକ ବାଧ୍ୟତାମୂଳକ ପ୍ରଣାଳୀ ଭାବେ ଏହାକୁ ବିଚାରକୁ ନେବା ଉଚିତ । ରାଜନୈତିକ ବିଚାରଧାରାକୁ ଆଇନରେ ପ୍ରଣୟନ କରିବାକୁ ଦିଆଯିବା ଉଚିତ ନୁହେଁ ।

ନିର୍ବାଚନୀ ମୈଦାନ ଲାଗି ପ୍ରଭାବଶାଳୀ ନିୟମ:- ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏକ ଗୁରୁତପୂର୍ଣ୍ଣ ପରାମର୍ଶ ଦେଇଥିଲେ । ନିର୍ବାଚନ ଖର୍ଚ୍ଚ ଏବଂ ଜନପ୍ରିୟ ପ୍ରତିଶ୍ରୁତିକୁ ରୋକିବା ପାଇଁ ଏକ ଆଇନ ପ୍ରସ୍ତୁତ କରିବାକୁ ସେ କହିଥିଲେ । ଅର୍ଥ ବଳ (ବେଆଇନ ଭାବେ ଜମା ରାଶି) ପ୍ରସଙ୍ଗରେ ସେ ଚିନ୍ତା ପ୍ରକଟ କରିଥିଲେ । ସେ ଉଠାଇଥିବା ଦ୍ବିତୀୟ ପ୍ରସଙ୍ଗଟି ହେଉଛି ଭୋଟରଙ୍କ ଉପରେ ଅଯଥା ପ୍ରଭାବ । ପ୍ରାୟତଃ ଦେଖାଯାଇଛି ଯେ ରାଜନୈତିକ ଦଳଗୁଡ଼ିକ ତୁରନ୍ତ ଲାଭ ପାଇଁ ପ୍ରଲୋଭନକାରୀ ପ୍ରତିଶୃତି ଦିଅନ୍ତି । ଏହା କିପରି ସମ୍ପନ୍ନ ହେବ ତାହା କେହି ପଚାରିବାକୁ ଯାଉ ନାହାଁନ୍ତି । ଏଥିପାଇଁ ବଜେଟ୍ କେଉଁଠୁ ଆସିବ ସେ ନେଇ କୌଣସି ଆଲୋଚନା ହୁଏ ନାହିଁ। ଏହାକୁ ପୂରଣ କରିବା ପ୍ରକ୍ରିୟାରେ ମୌଳିକ ଭିତ୍ତିଭୂମି, ମୌଳିକ ସୁବିଧା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ରୋଜଗାରର ପ୍ରତିଶ୍ରୁତି ପୂରଣ ହୁଏ ନାହିଁ । ଏହି ପ୍ରସଙ୍ଗରେ ସ୍ବଚ୍ଛତା ବଜାୟ ରଖିବାକୁ ନାଇଡୁ ରାଜନୈତିକ ଦଳଗୁଡିକୁ ନିବେଦନ କରିଥିଲେ । ସେ ଉତ୍ତରଦାୟିତ୍ବକୁ ଗୁରୁତ୍ବ ଦେବା ଲାଗି ପରାମର୍ଶ ଦେଇଥିଲେ।

ଭାରତରେ ନିର୍ବାଚନ ​​ବ୍ୟୟ ବିଶ୍ବରେ ସର୍ବାଧିକ:- ସେଣ୍ଟର ଫର୍‌ ମିଡିଆ ଷ୍ଟଡି (CMS)ର ରିପୋର୍ଟ ଅନୁସାରେ ୧୯୯୮ରୁ ୨୦୧୯ ମଧ୍ୟରେ ନିର୍ବାଚନ ଖର୍ଚ୍ଚ ଭାରତରେ ୬ ଗୁଣା ବୃଦ୍ଧି ପାଇଛି । ୯୦୦୦ କୋଟିରୁ ପ୍ରାୟ ୫୫ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨୦୧୯ରେ କେବଳ ବିଜେପି ଏହି ରାଶିର ଅଧା ଖର୍ଚ୍ଚ କରିଛି । ଆଜ୍ଞା ହଁ, ବାସ୍ତବେର ଏତେ ଟଙ୍କା ଖର୍ଚ୍ଚ ହୋଇଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ଏତେ ଟଙ୍କା ଖର୍ଚ୍ଚ ହୁଏ ନାହିଁ । ୧୨ ପ୍ରତିଶତ ଭୋଟର ସ୍ବୀକାର କରିଛନ୍ତି ଯେ ସେମାନେ ନଗଦ ଅର୍ଥ ଗ୍ରହଣ କରିଛନ୍ତି । ଏଥି ମଧ୍ୟରୁ ଦୁଇ ତୃତୀୟାଂଶ କହିଛନ୍ତି ଯେ ସେମାନଙ୍କ ଆଖପାଖରେ ଥିବା ଭୋଟରମାନେ ମଧ୍ୟ ଟଙ୍କା ପାଇଛନ୍ତି ।

ପରିଶେଷରେ, ସମୟ ଆସିଛି । ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ଗମ୍ଭୀର ପ୍ରସଙ୍ଗ ଉପରେ ବିତର୍କ ହେବା ଉଚିତ । ଯାହାଦ୍ବାରା ଆମେ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିଚାର କରିବାକୁ ସୁଯୋଗ ପାଇବା । ଯାହାଦ୍ବାରା 'ଏକ ଦେଶ, ଏକ ନିର୍ବାଚନ' ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବଜାୟ ରଖପାରିବ ।

( ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ....)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.