ETV Bharat / opinion

Eenadu Editorial: ବଢୁଛି ରାଜନେତାଙ୍କ କ୍ରିମିନାଲ ରେକର୍ଡ, ଏବେ ଆହ୍ବାନ 'ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା' - ବଢୁଛି ରାଜନେତାଙ୍କ କ୍ରିମିନାଲ ରେକର୍ଡ

ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ରାଜନେତାଙ୍କ ସଂଖ୍ୟା । ହତ୍ୟା ଠାରୁ ଆରମ୍ଭ କରି ଦୁର୍ନୀତି ପର୍ଯ୍ୟନ୍ତ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭାରତର ଭାଗ୍ୟ ଗଠନ ଦାୟିତ୍ବ ଦିଆଯାଇଛି। ଆଗକୁ ଅନେକ ରାଜ୍ୟର ବିଧାନସଭା ନିର୍ବାଚନ ପାଖଉଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ (EC) ଏକ ନିରପେକ୍ଷ ତଥା ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା ଦିଗରେ ଗୁରୁତ୍ବାରୋପ କରିଛନ୍ତି । ଅଧିକ ପଢନ୍ତୁ

Election Commission of India
Election Commission of India
author img

By ETV Bharat Odisha Team

Published : Oct 6, 2023, 10:24 PM IST

Updated : Oct 6, 2023, 10:34 PM IST

ଇନାଡୁ ସମ୍ପାଦକୀୟ

ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ (EC) ଏକ ନିରପେକ୍ଷ ତଥା ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରୀୟ ନିର୍ବାଚନ କମିଶନର (CEC) ରାଜୀବ କୁମାର ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ପ୍ରାର୍ଥୀ ଚୟନରେ ଉତ୍ତରଦାୟିତ୍ବକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡିକ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମନୋନୀତ କଲେ, ଏନେଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି । ଭାରତୀୟ ରାଜନୀତିରେ ଏକ ନିରାଶଜନକ ଧାରା ଜାରି ରହିଛି । ଯେଉଁଥିରେ ବହୁ ସଂଖ୍ୟକ ରାଜନେତାଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ୍ସ (ADR) ରିପୋର୍ଟ ଅନୁସାରେ 763 ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ମଧ୍ୟରୁ 40% ବା 306 ଜଣ ଅପରାଧିକ ମାମଲାରେ ଜଡ଼ିତ ।

ସେଥିମଧ୍ୟରୁ 194 ଜଣ ଗୁରୁତର ଅପରାଧିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଏହି ଉଦବେଗଜନକ ତଥ୍ୟ ଭାରତୀୟ ଗଣତନ୍ତ୍ରକୁ ବିପଦରେ ପକାଇଛି । ଦିନକୁ ଦିନ ଅପରାଧିକ ପୃଷ୍ଠଭୂମି ଥିବା ଜନ ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2004ରେ 128 ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଅପରାଧିକ ରେକର୍ଡ ରହିଥିବା ବେଳେ 2019ରେ 233କୁ ବୃଦ୍ଧି ପାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଦେଶର 44% ବା 4000 ସାଂସଦଙ୍କ ବିରୋଧରେ ସନ୍ଦେହଜନକ ପୃଷ୍ଠଭୂମି ରହିଛି । ଯାହାକି ବିଧାନସଭାରେ ପ୍ରତିନିଧିତ୍ବର ଗୁଣବତ୍ତାକୁ ନେଇ ଚିନ୍ତା ବଢାଇଛି । କାରଣ ହତ୍ୟା ଠାରୁ ଆରମ୍ଭ କରି ଦୁର୍ନୀତି ପର୍ଯ୍ୟନ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଭାରତର ଭାଗ୍ୟ ଗଠନ ଦାୟିତ୍ବ ଦିଆଯାଇଛି ।

ବିଧାନସଭାରେ ଏଭଳି ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ଯୋଗୁଁ ଗଣତନ୍ତ୍ର ଉପରୁ ଲୋକେ ଆସ୍ଥା ହରାଇଛନ୍ତି । ଏଭଳି ସ୍ଥିତିରେ ଦେଶ ବିପଦର ସମ୍ମୁଖୀନ ହୋଇଛି । କାରଣ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ରାଜନୈତିକ ଦୃଶ୍ୟପଟ୍ଟ ମଧ୍ୟରେ କ୍ଷମତା ଜାରି ରଖିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଆଇନ ଆୟୋଗ ଏକ କଠୋର ପଦକ୍ଷେପ ପାଇଁ ସୁପାରିଶ କରିଛନ୍ତି । ତେବେ ଯଦି କୌଣସି ରାଜନେତା ପାଞ୍ଚ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିଥିବେ ତେବେ ସେ ଅଯୋଗ୍ୟ ବିବେଚିତ ହେବେ । ଏହି ସୁପାରିଶକୁ କାର୍ଯ୍ୟକାରୀ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଅପରାଧୀଙ୍କୁ ବିଧାନସଭାରେ ପ୍ରବେଶ କରି ଜନତାଙ୍କ ସେବା କରିବାକୁ ବାରଣ କରିବା ଦିଗରେ ଏଭଳି ଏକ ନିରପେକ୍ଷ ତଥା ସ୍ବଚ୍ଛ ପ୍ରକ୍ରିୟା ସୁନିଶ୍ଚିତ ହେବା ଆବଶ୍ୟକ ।

ଏହା ବାଦ ଅର୍ଥ ରାଜନୀତି, ଭୋଟ୍ କ୍ରୟ ଭଳି ଘଟଣା ଆମର ନିର୍ବାଚନ ବ୍ୟବସ୍ଥାକୁ ପ୍ରଭାବିତ କରୁଛି । ନିର୍ବାଚନ ଆୟୋଗ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରି ନାହାଁନ୍ତି ହେଲେ ଭୋଟ୍ କିଣିବା ଏକ ନିନ୍ଦନୀୟ ଅପରାଧ ଯାହା ଆମ ଗଣତନ୍ତ୍ରର ମୂଳଦୁଆକୁ କ୍ଷୁର୍ଣ୍ଣ କରୁଛି । କାରଣ ଅର୍ଥ ଦେଇ କିଣାଯାଇଥିବା ଭୋଟ୍‌ ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି । ଫଳରେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଦେଶକୁ କେବଳ ଧନୀ ଶ୍ରେଣୀର ରାଜନେତା ଜନ ପ୍ରତିନିଧି ଭାବେ ନିର୍ବାଚିତ ହେବେ । ଏ ଦିଗରେ ସ୍ବଚ୍ଛତା ରହିବା ନିତାନ୍ତ ଆବଶ୍ୟକ ।

ସ୍ବଚ୍ଛ ନିର୍ବାଚନୀ ପ୍ରକ୍ରିୟା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଉଛି ଲୋକ ପ୍ରତିନିଧୀ ନିୟମରେ ସଂଶୋଧନ । ଚୟନକର୍ତ୍ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯିବା ଲାଗି ଶାସକ ଦଳ ମଧ୍ୟ ପ୍ରତିଶୃତିବଦ୍ଧ ହେବା ଆବଶ୍ୟକ । ଅନ୍ୟପଟେ ନିର୍ବାଚନ ପ୍ରଚାର ସମୟରେ ରାଜନୈତି ଦଳଗୁଡ଼ିକ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ବେଳେ ପରବର୍ତ୍ତୀ ସମୟରେ ଭୋଟରଙ୍କ ସହ ବିଶ୍ବାସଘାତକତା କରିବା ନିହାତି ଚିନ୍ତାଜନକ ବିଷୟ । ଜନତା ଜନାର୍ଦ୍ଦନଙ୍କୁ ନିର୍ବାଚନୀ ସମୟରେ ଦିଆଯାଇଥିବା ପ୍ରତିଶୃତିକୁ ଦଳ କେତେ ପୂରଣ କରିଛି ସେ ଦିଗରେ ମଧ୍ୟ ନିର୍ବାଚନ ଆୟୋଗ ଦୃଷ୍ଟି ଦେବା ଆବଶ୍ୟକ ।

ସମସ୍ତ ରାଜନୈତିକ ଦଳ ସ୍ପଷ୍ଟ ଭାବରେ ସେମାନଙ୍କର ନିର୍ବାଚନୀ ଇସ୍ତାହାର ଉଲ୍ଲେଖ କରିବା ଉଚିତ ଯେ ସେମାନେ କ୍ଷମତାକୁ ଆସିବା ପରେ କେତେ ସମୟ ମଧ୍ୟରେ ନିଜର ପ୍ରତିଶୃତି ପୂରଣ କରିବେ । ଯଦି ଦଳଗୁଡିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୁଅନ୍ତି, ସେମାନେ କ୍ଷମତା ଛାଡିବାକୁ ବାଧ୍ୟ ହେବା ଉଚିତ । ଏହି ସମସ୍ୟାର ସମାଧାନ ପାଇଁ ଏକ ସ୍ବତନ୍ତ୍ର ଆଇନଗତ ଢାଞ୍ଚାର ସୃଷ୍ଟି ହେଉଛି ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ । ଗଣତନ୍ତ୍ର କେବଳ ସେତେବେଳେ ଉନ୍ନତି କରିପାରିବ, ଯେତେବେଳେ ଚୟନକର୍ତ୍ତା ବା ଜନତାଙ୍କ ବିଶ୍ବାସକୁ ବଜାୟ ରଖିପାରିବେ ନିର୍ବାଚିତ ପ୍ରତିନିଧି ।

Last Updated : Oct 6, 2023, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.