ଇନାଡୁ ସମ୍ପାଦକୀୟ
ହାଇଦ୍ରାବାଦ: ଚୀନର ହାଙ୍ଗଝୋ ସହରରେ ଏସିଆନ୍ ଗେମ୍ସ ୨୦୨୩ ଶେଷ ହୋଇଛି । 72 ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଏସୀୟ ଗେମ୍ସରେ ଚୀନ ନିଜର ଐତିହାସିକ ପରମ୍ପରାକୁ ବଜାୟ ରଖିଛି । ଏହି ଏସୀୟ ଖେଳ ଅନେକ କ୍ଷେତ୍ରରେ ଭାରତ ପାଇଁ ମଧ୍ୟ ରହିଥିଲା ଉଲ୍ଲେଖନୀୟ । ଏସିଆନ୍ ଗେମ୍ସରେ ଚଳିତ ବର୍ଷ ଭାରତର ସର୍ବୋତ୍ତମ ପ୍ରଦର୍ଶନ ଥିଲା । ଭାରତ 28ଟି ସ୍ବର୍ଣ୍ଣ ପଦକ ହାସ କରିଥିବା ବେଳେ ମୋଟ 107 ପଦକ ଜିତି ତାଲିକାର ୪ର୍ଥ ସ୍ଥାନରେ ରହିଛି । ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ୟ ଓ ୩ୟ ସ୍ଥାନରେ ରହିଛି ଜାପାନ ଓ ଦକ୍ଷିଣ କୋରିଆ । ଏହି ଦେଶ ତୁଳନାରେ ଭାରତର ପ୍ରଦର୍ଶନ କିପରି ଥିଲା ସେ ସମ୍ପର୍କରେ ଆସନ୍ତୁ ଜାଣିବା ।
-
The final Medal standings of Hangzhou Asian Games.#Hangzhou #AsianGames #MedalStandings #HangzhouAsianGames #AsianGames2023 pic.twitter.com/r8RAslmGgd
— 19th Asian Games Hangzhou 2022 Official (@19thAGofficial) October 8, 2023 " class="align-text-top noRightClick twitterSection" data="
">The final Medal standings of Hangzhou Asian Games.#Hangzhou #AsianGames #MedalStandings #HangzhouAsianGames #AsianGames2023 pic.twitter.com/r8RAslmGgd
— 19th Asian Games Hangzhou 2022 Official (@19thAGofficial) October 8, 2023The final Medal standings of Hangzhou Asian Games.#Hangzhou #AsianGames #MedalStandings #HangzhouAsianGames #AsianGames2023 pic.twitter.com/r8RAslmGgd
— 19th Asian Games Hangzhou 2022 Official (@19thAGofficial) October 8, 2023
ଏସିଆନ ଗେମ୍ସରେ ଭାରତ ପ୍ରଦର୍ଶନ ଦେଖିଲେ ଏହା ଦେଶ ପାଇଁ ଏକ ବଡ଼ ସଫଳତା । ଭାରତ ପୂର୍ବ ରେକର୍ଡ ଅପେକ୍ଷା ଚଳିତ ବର୍ଷ ଉତ୍ତମ ପ୍ରଦର୍ଶନ କରିଛି । ଗତ ଥର ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଏସିଆନ୍ ଗେମ୍ସ ଅନୁଷ୍ଠିତ ହୋଇଥିଲା । ୨୦୧୮ରେ ଆୟୋଜିତ ଏସିଆନ ଗେମ୍ସରେ ଭାରତ ୭୦ଟି ପଦକ ଜିତିଥିଲା । ଏହି ସଫଳତାର ଶ୍ରେୟ ସେହି ଖେଳାଳିଙ୍କ ନିକଟକୁ ଯାଏ ଯେଉଁମାନେ କଠିନ ଆହ୍ବାନର ସମ୍ମୁଖୀନ କରି ଦେଶ ପାଇଁ ଗୌରବ ଆଣିଥିଲେ । ଏହା ସେମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତର ବିଜୟ ଥିଲା ।
ଏସିଆନ୍ ଗେମ୍ସରେ ଭାରତର ଡେବ୍ୟୁ ୧୯୫୧ ମସିହାରୁ ଆରମ୍ଭ ହୋଇଥିଲା । ଏହି ବର୍ଷ ଭାରତ ଦ୍ବିତୀୟ ସ୍ଥାନରେ ରହିଥିଲା । ୧୯୬୨ ଜାକର୍ତ୍ତା ଏସିଆନ୍ ଗେମ୍ସରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଥିଲା । ହେଲେ ଚଳିତ ଥର ଭାରତ ଚତୁର୍ଥ ସ୍ଥାନ ହାସଲ କରି ୧୦୦ରୁ ଅଧିକ ପଦକ ନିଜ ନାମରେ କରିଛି । ଏଥିରେ ଭାରତୀୟ ତୀରନ୍ଦାଜ ଜ୍ୟୋତି ସୁରେଖା ଓ ପ୍ରବୀଣ ଓଜାସଙ୍କର ବିଶେଷ ଅବଦାନ ରହିଛି । ଉଭୟ ୩ଟି ଲେଖାଏଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଯାହାକି ତାଙ୍କର ପ୍ରତିଭା ଏବଂ ନିଷ୍ଠାର ଫଳ ଥିଲା । ଏହାପରେ ଭାରତର ତାରକା ବ୍ୟାଡ୍ମିଣ୍ଟନ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।
ତୀରନ୍ଦାଜ, କବାଡି, କ୍ରିକେଟ୍, ବ୍ୟାଡମିଣ୍ଟନ୍, ସୁଟିଂ, ଆଥଲେଟିକ୍ସ ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ଭାରତୀୟ କ୍ରୀଡାବିତମାନେ ଜିତିବାକୁ ଦୃଢ ଇଚ୍ଛା ଶକ୍ତି ପ୍ରଦର୍ଶନ କରିଥିଲେ । ଏଠାରେ ଉଲ୍ଲେଖ କରିବା ମଧ୍ୟ ଜରୁରୀ ଯେ ଏହି ଖେଳାଳିମାନେ ନିଜ ଉଦ୍ୟମରେ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । କାରଣ ଘରୋଇ ସ୍ତରରେ ଖେଳାଳିଙ୍କୁ କେତେ ସୁବିଧା ଯୋଗାଇ ଦିଆଯାଉଛି ତାହା କାହାଠାରୁ ଅଛପା ନୁହେଁ ।
୨୦୧୮ରେ ଚୀନ ଜାକର୍ତ୍ତାରେ ୨୮୯ ପଦକ ଜିତିଥିଲା, ଯେଉଁଥିରେ ୧୩୨ ସ୍ବର୍ଣ୍ଣ ଅନ୍ତର୍ଭୁକ୍ତ ଥିଲା । ନିଜ ପରମ୍ପରା ବଜାୟ ରଖି ହାଙ୍ଗଝୋରେ ମଧ୍ୟ ଚୀନ ୨୦୧ ସ୍ବର୍ଣ୍ଣ ପଦକ ସହିତ ମୋଟ ୩୮୩ ପଦକ ହାସଲ କରିଛି । ଯଦି ଆପଣ ଏହାକୁ ଭଲ ଭାବରେ ବୁଝିବାକୁ ଚାହାଁନ୍ତି, ତେବେ ଜାଣି ରଖନ୍ତୁ ଯେ ଜାପାନର ଜନସଂଖ୍ୟା ୧୨ କୋଟି ହୋଇଥିବାବେଳେ ଭାରତରେ କେବଳ ବିହାରର ଜନସଂଖ୍ୟା ୧୩ କୋଟି । ତେବେ ଜାପାନ ୫୨ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୧୮୮ଟି ପଦକ ଜିତିଛି । ସେହିଭଳି ଓଡ଼ିଶାର ଜନସଂଖ୍ୟା ୫ କୋଟି ଥିବା ବେଳେ ଏହି ଜନସଂଖ୍ୟା ଥିବା ଦକ୍ଷିଣ କୋରିଆ ୪୨ଟି ସ୍ବର୍ଣ୍ଣ ପଦକ ସହ ମୋଟ ୧୯୦ଟି ପଦକ ଜିତିଛି । ତେବେ ଭାରତର ଜନସଂଖ୍ୟା ୧୪୦ କୋଟିରୁ ଅଧିକ ଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଦେଶ ସଂଘର୍ଷ କରିଛି ।
୧୯୮୨ ଏସିଆନ୍ ଗେମ୍ସଠାରୁ ଚୀନ ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ୧୯୮୨ ମସିହାରେ ଭାରତ ଏସିଆନ୍ ଗେମ୍ସ ଆୟୋଜନ କରିଥିଲା । ଏହାପୂର୍ବରୁ ଭାରତ ୧୯୫୧ରେ ମଧ୍ୟ ଆୟୋଜକ ଥିଲା । ତେବେ ଚୀନର ଏହି ସଫଳତା ପଛରେ କଠିନ ପରିଶ୍ରମ ମଧ୍ୟ ରହିଛି । ଏଥିପାଇଁ ଏକ ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ୍ ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ଜିମ୍ନାସିୟମ ଖୋଲାଯାଇଛି, ଯେଉଁଠାରେ ଯୁବାବସ୍ଥାରୁ ପ୍ରତିଭା ଚିହ୍ନଟ ହୋଇ ସେମାନଙ୍କୁ ତାଲିମ ଦିଆଯାଏ । ଜାପାନରେ ମଧ୍ୟ ଛୋଟ ପିଲାଙ୍କୁ ଖୁବ କମ ବୟସରୁ କ୍ରୀଡା ଲାଗି ଉତ୍ସାହିତ କରାଯାଏ । ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡା ପାଇଁ ଭିତ୍ତିଭୂମି ମଧ୍ୟ ସୁଦୃଢ ରହିଛି । ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ର ଖୋଲା ଯାଇଛି । ସେମାନେ ଅଳ୍ପ ବୟସରେ ବେସବଲ୍, ଗଲ୍ଫ, ମୋଟର ସ୍ପୋର୍ଟ୍ସ ଏବଂ ଟେନିସ୍ ଖେଳିବା ଶିଖିଥାନ୍ତି । ଏହା ପରେ ସେମାନଙ୍କ ଆଗ୍ରହ ଅନୁଯାୟୀ ସେମାନଙ୍କୁ ନିର୍ଦ୍ଦିଷ୍ଟ କ୍ରୀଡା ଲାଗି ତାଲିମ ଦିଆଯାଏ ।
ହେଲେ ଦକ୍ଷିଣ କୋରିଆର ଏହି ପଦ୍ଧତି ଟିକେ ଭିନ୍ନ । ଏହା 'ଚାଇନା ମଡେଲ'କୁ କାର୍ଯ୍ୟକାରୀ କରେ। କ୍ରୀଡା ପ୍ରତି ଆଗ୍ରହୀ ଥିବା ପିଲାଙ୍କୁ ବୈଜ୍ଞାନିକ ତାଲିମ ଦିଆଯାଏ । ଏହାପରେ ସେମାନେ ଦକ୍ଷ ଖେଳାଳି ଭାବେ ଉଭା ହୋଇଥାନ୍ତି । ଅନ୍ୟପଟେ ଏଠାରେ ପୁରୁଷମାନଙ୍କୁ 28 ବର୍ଷ ହେବା ପରେ ସେମାନେ ୧୮ ମାସ ପର୍ଯ୍ୟନ୍ତ ସେନାରେ ଯୋଗ ଦେବା ବାଧ୍ୟତାମୂଳକ ରହିଛି । ତେବେ ଯେଉଁମାନେ ଏସୀୟ କିମ୍ବା ଅଲିମ୍ପିକ୍ ଖେଳିଛନ୍ତି, ସେମାନଙ୍କୁ ଏଥିରୁ ଦୂରେଇ ରଖାଯାଏ । ଏହା ସମଗ୍ର ବିଶ୍ବରେ କ୍ରୀଡା କ୍ଷେତ୍ରରେ ସର୍ବୋତ୍ତମ ସୁବିଧା । ଯାହାକି କେବଳ କୋରିଆରେ ଦିଆଯାଏ ।
ଭାରତରେ ସୁଦୃଢ କ୍ରୀଡା ଭିତ୍ତିଭୂମି ଜରୁରୀ:- କ୍ରୀଡା କ୍ଷେତ୍ରରେ ଅନ୍ୟ ଦେଶର ସଫଳତାର କାହାଣୀରୁ ଜଣାଯାଏ ଯେ ଏହି ସମସ୍ତ ଦେଶ ଏକ ଶକ୍ତିଶାଳୀ କ୍ରୀଡା ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବାରୋପ କରନ୍ତି । ସେମାନେ ବୁଝନ୍ତି ଯେ କ୍ରୀଡ଼ାରେ ଆତ୍ମବିଶ୍ବାସ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ ଏବଂ ସେମାନେ ଏହାକୁ ଦେଶର ବିକାଶରେ ମଧ୍ୟ ପ୍ରତିଫଳିତ କରନ୍ତି । ଯାହା ଏହି ଦେଶର କ୍ରୀଡାବିତ ବିଶ୍ବସ୍ତରରେ ଉତ୍ତମ ପ୍ରଦର୍ଶନ କରିଥାନ୍ତି । ଯଦି ଭାରତଠାରୁ ଏଭଳି ସଫଳତା ଆଶା କରାଯାଏ, ତେବେ ଆମକୁ ମଧ୍ୟ ଭିତ୍ତିଭୂମିର ବିକାଶ କରିବା ଆବଶ୍ୟକ । ପ୍ରତ୍ୟେକ ରାଜ୍ୟରେ ଆଥଲେଟିକ୍ ସୁବିଧା ଏବଂ ପ୍ରୋତ୍ସାହନ ଆରମ୍ଭରେ ଦେବା ଉଚିତ୍ ।
ପରିଶେଷରେ, ଆମକୁ ପ୍ରାରମ୍ଭରୁ ପ୍ରତିଭାକୁ ଚିହ୍ନଟ କରିବାକୁ ପଡ଼ିବ ଏବଂ ଏହାକୁ ସୁଦୃଢ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିବ । ଭାରତ ଭଳି ଦେଶରେ ପ୍ରତିଭାର ଅଭାବ ନାହିଁ । ଏହାକୁ ଚିହ୍ନିବା ଏବଂ ଅନୁଷ୍ଠାନିକ ସହାୟତା ଯୋଗାଇବା ଆବଶ୍ୟକ । ଏଭଳି ଆଭିମୁଖ୍ୟ କେବଳ ପଦକ ସଂଖ୍ୟାକୁ ବୃଦ୍ଧି କରିବ ନାହିଁ, ବରଂ ସାମଗ୍ରିକ କ୍ରୀଡା ସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହିତ କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।