ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ରୋଗ ପାଲଟିଗଲାଣି। ଏହି ରୋଗ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଆକ୍ରାନ୍ତ କରୁଛି । ତେବେ ମଧୁମେହର ମୁଖ୍ୟ କାରଣ ହେଲା ପରିବର୍ତ୍ତିତ ଖାଦ୍ୟପେୟ ଓ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା। ଏକ ଗବେଷଣାରୁ ଜଣାପଡିଛି ଭାରତରେ ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି।
ସେଥିମଧ୍ୟରୁ ଭାରତର 5 ପ୍ରତିଶତ ଲୋକ ଜାକି ପରି ସାଙ୍ଘାତିକ ରୋଗରେ ପୀଡିତ। ତେବେ ଅନେକ ଲୋକଙ୍କ ପାଖରେ ମଧୁମେହ ସମ୍ବନ୍ଧରେ କମ ଜ୍ଞାନ, ସ୍ବଳ୍ପ ସମୟ ଥିବାରୁ ସେମାନେ ଶରୀରର ଠିକ ଭାବେ ଯତ୍ନ ନେଇ ପାରୁ ନାହାଁନ୍ତି । ଯାହାଫଳରେ ଏହି ରୋଗର ଶିକାର ହେବାକୁ ପଡୁଛି । ତେବେ ଡାଇବେଟିସ ହେବା ପୂର୍ବରୁ କେଉଁ ସବୁ ଲକ୍ଷଣ ଦେଖାଯାଇଥାଏ ଆସନ୍ତୁ ଜାଣିବା...
1. ଯଦି ଆପଣଙ୍କୁ ଅଳ୍ପ ସମୟ ବ୍ୟବଧାନରେ ବହୁତ ବହୁତ ପାଣି ପିଇବାକୁ ଇଚ୍ଛା ହୁଏ ବାଶୋଷ ଲାଗେ ତେବେ ଏହା ଏକ ଚିନ୍ତାର କାରଣ ହୋଇପାରେ।
2. କିଛି ସମୟ ମଧ୍ୟରେ ଆପଣଙ୍କୁ ବହୁତ ଥର ପରିଶ୍ରା ଲାଗିଲେ ଏହା ଡାଇବେଟିସର ଆଉ ଏକ କାରଣ । କାରଣ ଅତ୍ୟଧିକ ଥର ପରିଶ୍ରା ଯିବା ଫଳରେ ଶରୀରରୁ ଶର୍କରା ଚାଲିଯାଇଥାଏ, ଯାହା ଡାଇବେଟିସର ଲକ୍ଷଣ।
3. ଦିନ ସାରା ଶୋଇବା ପରେ ବି ଯଦି ଆପଣ ଥକ୍କା ଅନୁଭବ କରନ୍ତି ତେବେ ଏହା ଚିନ୍ତାର କାରଣ । ଏହା ଦ୍ବାରା ଶରୀରରେ କାର୍ବୋହାଇଡ୍ରେଟ ଠିକ ଭାବେ ବିଭାଜନ ହୋଇନଥାଏ । ଯାହାଫଳରେ ଆମକୁ ଯେଉଁ ଉତ୍ସରୁ ଶକ୍ତି ମିଳିବା କଥା ସେଥିରୁ ବଞ୍ଚିତ ହେବା ସହ ଥକ୍କାପଣ ଅନୁଭବ ହୋଇଥାଏ।
4. ବହୁତ ଥର ଭୋକ ଲାଗିବା ମଧ୍ୟ ଡାଇବେଟିସର ମୁଖ୍ୟ କାରଣ।
5. କିଛି କାରଣ ନଥାଇ ଶରୀରର ଓଜନ ହ୍ରାସ ପାଇଲେ ଏହା ଡାଇବେଟିସର ଲକ୍ଷଣ ହୋଇଥାଇପାରେ । ତେଣୁ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।