ETV Bharat / lifestyle

ଶିଶୁଙ୍କ ଆଖି ପରୀକ୍ଷା - ଡକ୍ଟର ମଞ୍ଜୁ ଭଟ୍ଟେ

କୋରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ନ ହେବାକୁ ଅନଲାଇନ କ୍ଲାସ କରାଯାଉଛି । ଏହି ସମୟରେ ପିଲାଙ୍କ ଆଖିର ଯତ୍ନ ନେବା ଜରୁରୀ ହୋଇପଡିଛି । କେମିତି ଶିଶୁଙ୍କ ଆଖିର ଯତ୍ନ ନେବେ ସେନେଇ ଅଧିକ ପଢନ୍ତୁ...

ଶିଶୁଙ୍କ ଆଖି ପରୀକ୍ଷା
ଶିଶୁଙ୍କ ଆଖି ପରୀକ୍ଷା
author img

By

Published : Sep 2, 2020, 1:56 PM IST

ଆଜିକାଲି ଅନଲାଇନ ମୋଡ୍‌ରେ ଶିକ୍ଷାଦାନ ହେଉଥିବାରୁ ପିଲାଙ୍କ ଆଖି ଯତ୍ନ ଜରୁରୀ ହୋଇପଡିଛି । ତ୍ୱରିତ ଓ ସଠିକ ସମୟରେ ଆଖି ସମସ୍ୟାର ସମାଧାନ କରାଗଲେ, ଆଗକୁ ଦୃଷ୍ଟିଶକ୍ତି ଜନିତ ସମସ୍ୟା ସୃଷ୍ଟି ହେବ ନାହିଁ । ଏ ବାବଦରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ପକ୍ଷରୁ ବିଶେଷଜ୍ଞ ଡକ୍ଟର ମଞ୍ଜୁ ଭଟ୍ଟେଙ୍କୁ ଯୋଗାଯୋଗ କରାଯାଇଥିଲା ।

ପ୍ରଶ୍ନ -୧ ଶିଶୁମାନଙ୍କ ମଧ୍ୟରେ ସାଧାରଣ ଆଖି ସମସ୍ୟା ସବୁ କଣ ରହିଥାଏ ?

ଉ- ରିଫ୍ରାକଟିଭ ତ୍ରୁଟି ଓ ମାୟୋପିୟା ଭଳି ରୋଗ ଶିଶୁମାନଙ୍କ ମଧ୍ୟରେ ସାଧାରଣ । ଏହାଛଡା ଆଲର୍ଜିକ କଂଜକ୍ଟିଭିଟିସ ଭଳି ଋତୁକାଳୀନ ରୋଗ ମଧ୍ୟ ଶିଶୁଙ୍କୁ ହୋଇଥାଏ । କେତେବେଳେ ଶିଶୁଙ୍କୁ ସେମାନଙ୍କ ଆଖି ପରୀକ୍ଷା କରାଇବାକୁ ପଡେ ?

ଉ- ପ୍ରିସ୍କୁଲ ବା କିଣ୍ଡର ଗାର୍ଟେନରେ ଥିଲା ବେଳେ ହିଁ ଶିଶୁମାନଙ୍କ ଆଖି ପରୀକ୍ଷା କରାଗଲେ ଭଲ । ଏପରି ହେଲେ ଶିଶୁଙ୍କଠାରେ ଆଖି ସମସ୍ୟା ଶୀଘ୍ର ଜଣାପଡିବା ସହ ଚିକିତ୍ସା ବି କରାଯାଇପାରିବ, ଯାହା ଫଳରେ ଆଗକୁ ଆଉ ସମସ୍ୟା ରହିବ ନାହିଁ । ଶିଶୁମାନଙ୍କଠାରେ କୌଣସି ଆଖି ସମସ୍ୟା ଦେଖାଗଲେ,ଆରମ୍ଭରୁ ହିଁ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇବା ପ୍ରତିକାର ବ୍ୟବସ୍ଥା କରିବା ଦରକାର ।

ପ୍ରଶ୍ନ -ଆମେ କିପରି ଆଖିର ଯତ୍ନ ନେଇପାରିବା ?

ଉ- ଭଲ ଆଲୋକିତ ରୁମରେ ହିଁ ଲେଖାପଢା କରିବା ଦରକାର । ଏହାଛଡା ଯେତେ କମ୍ ସମୟ ଟିଭି, ମୋବାଇଲ ଦେଖିବା ସେତେ ଭଲ । ଅର୍ଥାତ୍ ସ୍କ୍ରିନ ଟାଇମ୍ କମ କରିବା ଦରକାର ।

ପ୍ରଶ୍ନ – ଶିଶୁମାନଙ୍କ ମଧ୍ୟରେ ଆଖି ସମସ୍ୟା ସଂପର୍କରେ କେମିତି ଜାଣିବା ?

ଉ- ଶିଶୁଙ୍କ ଠାରେ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଏ । ସଂକ୍ରମଣ ଓ ଆଖିଧରା ସହଜରେ ଧରାପଡିଯାଏ । ଦୃଷ୍ଟିଶକ୍ତିରେ ସମସ୍ୟା ହେବା କଥା ଶିଶୁ ବା ଶିକ୍ଷକ ନ କହିଲେ ଜାଣିହେବ ନାହିଁ । ଅନେକ ସମୟରେ ଛୁଆମାନେ ବହି ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଖୁବ୍ ନିକଟରୁ ଦେଖନ୍ତି, ଆଖି ମଳନ୍ତି । ଟିଭି ଦେଖିବା ବେଳେ ସାଧାରଣତଃ ସେମାନେ ଆଖିର କୋଣରୁ ଦେଖନ୍ତି ।

ପ୍ରଶ୍ନ -ଆଖି ସମସ୍ୟା ଠାବ କରିବାରେ ବାପାମାଆଙ୍କ ଭୂମିକା କଣ ରହିବ ?

ଉ- ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ପିତାମାତା ଓ ଶିକ୍ଷକମାନେ ପିଲାମାନଙ୍କ ଆଖି ସମସ୍ୟା ଉପରେ ସତର୍କ ନଜର ରଖିବା ଉଚିତ । ଆଖି ରୋଗର ସାମାନ୍ୟ ଲକ୍ଷଣ ଦେଖାଦେଲେ ବି ପରୀକ୍ଷା କରିବା ଜରୁରୀ ।

ପ୍ରଶ୍ନ-ଖାଦ୍ୟପେୟରେ ପରିବର୍ତ୍ତନ କରି ଆଖି ସମସ୍ୟା ଦୂର କରାଯାଇପାରିବ କି ?

ଉ- ଶିଶୁ ପୋଷଣହୀନତାରେ ପୀଡିତ ଥିଲେ ହିଁ ତାହାର ଦୈନନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ କରାଯାଇପାରିବ । ଏକ ସନ୍ତୁଳିତ ଓ ସ୍ୱାସ୍ଥ୍ୟକର ଆହାର ଶିଶୁକୁ ଦିଆଯିବା ଦରକାର । ଆଖି ପାଇଁ ବିଶେଷ ଖାଦ୍ୟ କିଛି ନାହିଁ । ଯଦି ଶିଶୁ ପୋଷଣରୁ ବଞ୍ଚିତ ହେଉନାହିଁ , ତାହା ହେଲେ ଅତିରିକ୍ତ ଖାଦ୍ୟ ଆବଶ୍ୟକ ନାହିଁ ।

ପ୍ରଶ୍ନ – କୋଭିଡ-୧୯ କଟକଣା ବେଳେ ଆଖି ସମସ୍ୟା ବଢେ କି ?

ଉ- ଲକଡାଉନର ପରୋକ୍ଷ ପ୍ରଭାବ ଭାବେ ସ୍କୁଲ ଯାଉଥିବା ପିଲାମାନଙ୍କର ଆଖି ଉପରେ ପଡିଛି । ଘରେ ବସି ପିଲାମାନଙ୍କ ସ୍କ୍ରିନ ଟାଇନ ବଢିଯାଇଥିବାରୁ ସେମାନଙ୍କ ଆଖି ଯନ୍ତ୍ରଣା ଦେଖାଦେଇଥିବା ରିପୋର୍ଟ ମିଳିଛି ।

ପ୍ରଶ୍ନ - ଶିଶୁଙ୍କ ମଧ୍ୟରେ ଆଖି ସଂକ୍ରମଣ ରୋକିବାକୁ ଗାଇଡଲାଇନ୍ସ କଣ ?

ଉ- ଏହା ସଂକ୍ରମଣର ସ୍ୱଭାବ ଉପରେ ନିର୍ଭର କରେ । ଭାଇରାଲ କଂଜକ୍ଟିଭିଟ୍ସ ପରି ସଂକ୍ରମଣ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆଦୌ ନ ଆସିବା ହେଉଛି ସବୁଠାରୁ ଭଲ ଉପାୟ ।

ଇନପୁଟ୍ : ଡକ୍ଟର ମଞ୍ଜୁ ଭଟ୍ଟେ, ଏମବିବିଏସ ( ଅପଥାମୋଲୋଜି )

ପରାମର୍ଶଦାତା, ଏଲ.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌, ହାଇଦ୍ରାବାଦ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.