ETV Bharat / lifestyle

ଖାଦ୍ୟରେ ରହୁଛି ଭିଟାମିନର ଅଭାବ, ଖାଆନ୍ତୁ ଏହି ଖାଦ୍ୟ - ଭିଟାମିନ

ଆଧୁନିକ ଯୁଗରେ ଚାଲିଛି ଆଧୁନିକ ଖାଦ୍ୟର ଫ୍ୟାସନ । ଧିରେ ଧିରେ ବର୍ତ୍ତମାନର ପିଢି ପାଇଁ ବଦଳିବାରେ ଲାଗିଛି ଖାଦ୍ୟର ପରିଭାଷା । ତେବେ କେଉଁ ପୋଷକତତ୍ତ୍ବର ଅଭାବକୁ କିପରି ପୂରା କରିବେ ପଢନ୍ତୁ :

ପ୍ରତୀକାତ୍ମକ ଫଟୋ
author img

By

Published : Jun 2, 2019, 8:41 PM IST

ନୂଆଦିଲ୍ଲୀ: ଆଧୁନିକ ଯୁଗରେ ଚାଲିଛି ଆଧୁନିକ ଖାଦ୍ୟର ଫ୍ୟାସନ । ଧିରେ ଧିରେ ବର୍ତ୍ତମାନର ପିଢି ପାଇଁ ବଦଳିବାରେ ଲାଗିଛି ଖାଦ୍ୟର ପରିଭାଷା । ସକାଳର ଜଳଖିଆଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ସବୁଠାରେ ଦେଖାଯାଉଛି ଆଧୁନିକତାର ସ୍ପର୍ଶ । ହେଲେ ଏହି ଆଧୁନିକତା ଭିତରେ ଯେ କେତେ ଜରୁରୀ ପୋଷକର ଅଭାବ ଶରୀରରେ ସୃଷ୍ଟି ହେଉଛି ତାହାର କିଛି ଠିକଣା ନାହିଁ । ଫଳରେ ଦିନକୁ ଦିନ ଦେଖାଯାଉଛି ଭିନ୍ନ ଭିନ୍ନ ରୋଗ ।

ତେବେ କେଉଁ ପୋଷକତତ୍ତ୍ବର ଅଭାବକୁ କିପରି ପୂରା କରିବେ ପଢନ୍ତୁ :

ଆଇରନ ଅଭାବ :

ଏକ ସର୍ଭେରୁ ସ୍ପଷ୍ଟ କି ସମୁଦାୟ ଜନସଂଖ୍ୟାର 25 ପ୍ରତିଶତ ଲୋକଙ୍କ ଶରୀରରେ ଆଇରନର ଅଭାବ ଦେଖାଦେଇଥାଏ । ଯାହାକି ରକ୍ତ କୋଷିକାର ଏକ ଜରୁରୀ ଅଂଶ । ଏହା ହିମୋଗ୍ଲୋବିନ ସହ ମିଶି ରକ୍ତ କୋଷିକାକୁ ଅମ୍ଳଜାନ ପହଞ୍ଚାଇଥାଏ । ତେବେ ଏହି ଆଇରନ ଅଭାବ ସାଧାରଣତଃ ଛୋଟ ପିଲା ଓ ମାସିକ ଋତୁସ୍ରାବରେ ଥିବା ମହିଳାଙ୍କ ଦେହରେ ଦେଖାଦେଇଥାଏ ।

ତେବେ ଏହି ଅଭାବକୁ ଦୂର କରିବା ପାଇଁ ମାଂସ, ମାଛ, ବିନ୍ସ, ମଞ୍ଜି ଜାତୀୟ ଖାଦ୍ୟ ଓ ଶାଗ ଆଦି ଖାଆନ୍ତୁ ।

ଆୟୋଡିନ ଅଭାବ :

ଥାଇରଏଡ୍‌ ଗ୍ଲାଣ୍ଡ ଆଦିର କାର୍ଯ୍ୟକାରିତାକୁ ସାମାନ୍ୟ ରଖିବାରେ ଆୟୋଡିନ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଦୁଃଖର କଥା କି ବିଶ୍ବର ସମୁଦାୟ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକେ ଆୟୋଡିନ ଅଭାବରେ ପୀଡିତ । ସାଧାରଣତଃ ଆୟୋଡିନ ଶରୀର ବୃଦ୍ଧି, ହାଡ ଓ ମସ୍ତିଷ୍କର ବିକାଶରେ ସହାୟକ ହୋଇଥାଏ ।

ଗଏଟର ଆୟୋଡିନ ଅଭାବର ଏକ ମୁଖ୍ୟ ଲକ୍ଷଣ ହୋଇଥିବାବେଳେ ଏହାକୁ ଦୂର କରିବା ପାଇଁ ସି-ଫୁଡ, ମାଛ, ଦୁଗ୍ଧ ଜାତୀୟ ଖାଦ୍ୟ ଓ ଅଣ୍ଡା ଆଦି ପ୍ରଚୁର ପରିମାଣରେ ଖାଆନ୍ତୁ ।

କ୍ୟାଲସିୟମ ଅଭାବ :

ଶରୀର ପ୍ରତିଟି କୋଷର ଗଠନରେ କ୍ୟାଲସିୟମର ଆବଶ୍ୟକତା ରହିଛି । ହାଡ ଓ ଦାନ୍ତକୁ ସୁସ୍ଥ ରଖିବାରେ ଏହା ସହାୟକ ହୋଇଥାଏ । ତେଣୁ ଶରୀର ସୁସ୍ଥ ରହିବା ପାଇଁ କ୍ୟାଲସିୟମର ପରିମାଣ ଶରୀରରେ ସନ୍ତୁଳିତ ରହିବା ନିହାତି ଆବଶ୍ୟକ । ହାଡ ବିନ୍ଧା ହେବା ସହ ଅଷ୍ଟିଓପୋରୋସିସ ଆଦି କ୍ୟାଲସିୟମ ଅଭାବର ଏକ ଲକ୍ଷଣ ।

ତେଣୁ ଶରୀରରେ ଏହି ଅଭାବକୁ ଦୂର କରିବା ପାଇଁ କଣ୍ଟାଯୁକ୍ତ ମାଛ, ଦୁଗ୍ଧ ଜାତୀୟ ଖାଦ୍ୟ ଓ ସବୁଜ ପନିପରିବା ଖାଆନ୍ତୁ ।

ମ୍ୟାଗ୍ନେସିମ ଅଭାବ :

ମ୍ୟାଗ୍ନେସିୟମ ମଧ୍ୟ ଅନ୍ୟ ପୋଷକତତ୍ତ୍ବ ପରି ଶରୀର ପାଇଁ ଅତି ଆବଶ୍ୟକୀୟ । ଏହାର ଅଭାବରେ ଶରୀରରେ ଟାଇପ-2 ଡାଇବେଟିସ, ମେଟାବୋଲିକ ସିଣ୍ଡ୍ରୋମ, ହୃଦୟ ରୋଗ ଓ ଅଷ୍ଟିଓପୋରୋସିସ ଆଦି ରୋଗ ଦେଖାଦେଇଥାଏ । ମାଂସପେଶୀ ଟାଣି ହେବା ମଧ୍ୟ ଏହାର ଏକ ଲକ୍ଷଣ ।

ତେଣୁ ଏହି ଅଭାବକୁ ପୂରା କରିବା ପାଇଁ ପୁଷ୍ଟିକର ଖାଦ୍ୟ ଯଥା ନଟ୍ସ, ଡାର୍କ ଚକୋଲେଟ ଓ ସବୁଜ ପନିପରିବା ଆଦି ଖାଇବା ଆବଶ୍ୟକ ।

ଭିଟାମିନ ବି-12 ଅଭାବ :

ଏହା ଏକ ଏପରି ଭିଟାମିନ, ଯାହା ପାଣିରେ ସହଜରେ ମିଳେଇ ଯାଏ । ଏହା ମସ୍ତିଷ୍କର ସଠିକ୍‌ ପରିଚାଳନା ପାଇଁ ସହାୟକ ହୋଇଥାଏ । ଏଥିସହ ରକ୍ତ କୋଷିକା ତିଆରିରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ମୁଖ୍ୟତଃ ଆମିଷ ଖାଦ୍ୟରୁ ମିଳୁଥିବାରୁ ନିରାମିଷାସୀଙ୍କ ଦେହରେ ଏହାର ଅଭାବ ଦେଖାଯାଇଥାଏ ।

ତେଣୁ ଏହି ଅଭାବକୁ ପୂରଣ କରିବା ପାଇଁ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଜାତୀୟ ଖାଦ୍ୟ ଆଦି ଖାଆନ୍ତୁ ।

ଭିଟାମିନ ଡି ଅଭାବ :

ସୂର୍ଯ୍ୟକିରଣ ହେଉଛି ଏହାର ମୁଖ୍ୟ ସ୍ରୋତ । ତେଣୁ ଏହି ଭିଟାମିନ ପାଇବା ପାଇଁ କିଛି ସମୟ ଖରାରେ ବିତାନ୍ତୁ । ଏହାର ଅଭାବରେ ଫ୍ରାକ୍ଟଚର ଓ ମାଂସପେଶୀ ଜନିତ ସମସ୍ୟା ଦେଖାଦେଇଥାଏ । ତେବେ କଡ୍‌ ଲିଭର ଅଏଲ, ସାଲ୍‌ମନ୍‌, ଅଣ୍ଡା କେଶର ଆଦି ଖାଇ ଭିଟାମିନ ଡିର ଅଭାବକୁ ଦୂର କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.