ନୂଆଦିଲ୍ଲୀ: ଚୀନର ସ୍ମାର୍ଟଫୋନ ନିର୍ମାତା xiaomi ଗୁରୁବାର ଦିନ ଭାରତରେ ଏକ ଲାଟେଷ୍ଟ ବଜେଟ ସ୍ମାର୍ଟଫୋନ Redmi 9 ଲଞ୍ଚ କରିଛି। ଭାରତରେ ଏହି ନୂତନ ସ୍ମାର୍ଟଫୋନର 4GB-64GB ଭାରିଏଣ୍ଟ ର ମୂଲ୍ୟ 8,999 ଟଙ୍କା ରଖାଯାଇଛି।
ଏହା ବ୍ୟତୀତ କମ୍ପାନୀ 4 GB RAM ଏବଂ 128 GB ଇଣ୍ଟରନାଲ ଷ୍ଟୋରେଜ ଭାରିଆଣ୍ଟ ସହିତ ଅନ୍ୟ ଏକ ମଡେଲ ଲଞ୍ଚ କରିଛି, ଯାହାର ମୂଲ୍ୟ 9,999 ଟଙ୍କା ରହିଛି।
କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଏହି ସ୍ମାର୍ଟଫୋନ ଗୁଡିକ 3ଟି ରଙ୍ଗରେ ଉପଲବ୍ଧ ହେବ । କାର୍ବନ ବ୍ଲାକ, ସ୍ପୋର୍ଟି ଅରେଞ୍ଜ ଏବଂ ସ୍କାଏ ବ୍ଲୁ । ସେମାନଙ୍କର ବିକ୍ରୟ ଅଗଷ୍ଟ 31 ରୁ ଆରମ୍ଭ ହେବ ।
ଫିଚର:
13-ମେଗାପିକ୍ସେଲ ପ୍ରାଇମେରୀ ସେନସର ଏବଂ 2-ମେଗାପିକ୍ସେଲ ସେକେଣ୍ଡାରୀ ଡେପଥ ସେନସର କ୍ୟାମେରା ।
ସେଲଫି ଏବଂ ଭିଡିଓ କଲିଂ ପାଇଁ 5 ମେଗାପିକ୍ସେଲ କ୍ୟାମେରା
64 GB ଏବଂ 128 GB ଷ୍ଟୋରେଜ ଭାରିଏଣ୍ଟ
ରିୟର ଫିଙ୍ଗର ପ୍ରିଣ୍ଟ ସେନସର
AI ଫେସ ଅନଲକ ଟେକ୍ନୋଲୋଜି
6.35 ଇଞ୍ଚ ipl HD Plus ଡିସପ୍ଲେ ସ୍କ୍ରିନ
ଆସପେକ୍ଟ ରେସିଓ 20: 9
ମିଡିଆଟେକ ହେଲିଓ G35 ପ୍ରୋସେସର
ଅକ୍ଟାକୋର ଗେମିଂ ଚିପସେଟ
5000 mAh ବ୍ୟାଟେରୀ
ଆଣ୍ଡ୍ରଏଡ 10
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ