ETV Bharat / lifestyle

ପେଟିଏମ ଆଣିଲା ମେଡ ଇନ ଇଣ୍ଡିଆ 'ମିନି ଆପ ଷ୍ଟୋର', ଜାଣନ୍ତୁ ଫାଇଦା

ଭାରତୀୟ ଡେଭଲପର୍ସଙ୍କ ପାଇଁ ପେଟିଏମ ଲଞ୍ଚ କରିଛି ମିନି ଆପ ଷ୍ଟୋର । ର୍ତମାନ ସୁଦ୍ଧା ବଜାରରେ ଗୁଗୁଲର ଦବଦବା ରହିଥିବାବେଳେ ବର୍ତମାନ କିନ୍ତୁ ପେଟିଏମର ଏହି ମିନି ଆପ ଷ୍ଟୋର ଆସିବା ଫଳରେ ଯୁଜର୍ସଙ୍କୁ ଗୁଗୁଲ ପ୍ଲେ ଷ୍ଟୋର ବ୍ୟତୀତ ମଧ୍ୟ ଆଉ ଏକ ବିକଳ୍ପ ମିଳିଯାଇଛି ।

author img

By

Published : Oct 5, 2020, 9:01 PM IST

google play store know benefits
'ମିନି ଆପ ଷ୍ଟୋର'

ନୂଆଦିଲ୍ଲୀ: ଏଥର ଗୁଗୁଲକୁ ଟକ୍କର ଦେବାକୁ ମାର୍କେଟକୁ ଆସିଛି ପେଟିଏମ । ସୋମବାର ଭାରତୀୟ ଡେଭଲପର୍ସଙ୍କ ପାଇଁ ପେଟିଏମ ଲଞ୍ଚ କରିଛି ମିନି ଆପ ଷ୍ଟୋର । ଏହାକୁ ଏଭଳି ସମୟରେ ଲଞ୍ଚ କରାଯାଇଛି, ଯେତେବେଳେ ଗୁଗୁଲ ପ୍ଲେ ଷ୍ଟୋରରୁ ପେଟିଏମକୁ କିଛି ସମୟ ପାଇଁ ହଟାଇ ଦିଆଯାଇଥିଲା । ଆଉ ଏମିତି ସମୟରେ ପେଟିଏମ ଖୋଦ ନିଜସ୍ବ ଆପ ଷ୍ଟୋରଲଞ୍ଚ କରିଛି । ବର୍ତମାନ ସୁଦ୍ଧା ବଜାରରେ ଗୁଗୁଲର ଦବଦବା ରହିଥିବାବେଳେ ବର୍ତମାନ କିନ୍ତୁ ପେଟିଏମର ଏହି ମିନି ଆପ ଷ୍ଟୋର ଆସିବା ଫଳରେ ଯୁଜର୍ସଙ୍କୁ ଗୁଗୁଲ ପ୍ଲେ ଷ୍ଟୋର ବ୍ୟତୀତ ମଧ୍ୟ ଆଉ ଏକ ବିକଳ୍ପ ମିଳିଯାଇଛି ।

ଗୁଗୁଲ ନିଜ ୱେବସାଇଟରେ କହିଛି ଯେ, ଏହି ମିନି ଆପ ଷ୍ଟୋର ଓପନ ସୋର୍ସ ଟେକ୍ନୋଲୋଜି ଯେପରିକି HTML, ଜାଭାସ୍କ୍ରିପ୍ଟକୁ ଏକାଠି କରିବ ଯାହାଫଳରେ ପେଟିଏମ ଆପ ଉପରେ150 ମିଲିୟନ ସକ୍ରିୟ ୟୁଜର୍ସ ଆକସେସ କରିବାର ସୁଯୋଗ ପାଇବେ । ଏହି ୱେବସାଇଟରେ କିଛି ଆପ ନଜର ଆସୁଛନ୍ତି । ଯେଉଁଥିରେ 1MG, NetMeds, Decathlon Domino’s Pizza, FreshMenu ଏବଂ NoBroker ସମେତ 300ରୁ ଉର୍ଦ୍ଧ୍ବ ଆପ ସାମିଲ କରାଯାଇଛି ।

ଏପଟେ ପେଟିଏମ କହିଛି ଯେ, ଡେଭଲପର୍ମାନେ 0% ପେମେଣ୍ଟ ଚାର୍ଜରେ ପେଟିଏମ ୱାଲେଟ୍ ଏବଂ UPI ମାଧ୍ୟମରେ ଏହି ପ୍ଲାଟଫର୍ମରେ ଆପ୍ ବଣ୍ଟନ କରିପାରିବେ । ଏହାସହ, କ୍ରେଡିଟ୍କାର୍ଡ ମାଧ୍ୟମରେ ଏଭଳି କରିବା ଦ୍ବାରା ଆପ୍ ଡେଭଲପର୍ମାନଙ୍କୁ 2% ଚାର୍ଜ ଦେବାକୁ ପଡିବ ।

ମିନି ଆପ ଷ୍ଟୋରରେ ମିନି ଆପ ଉପଲବ୍ଧ ହେବ, ଯାହାର ଇଣ୍ଟରଫେସ ମୋବାଇଲ ଆପ ସହ ସମାନ ରହିବ । ଏହି ମିନି ଆପ ହେଉଛି ଏକପ୍ରକାର କଷ୍ଟମ୍ ବିଲ୍ଡ୍ ମୋବାଇଲ୍ ୱେବ୍,ଯାହା ୟୁଜର୍ସଙ୍କୁ ବିନା ଡାଉନଲୋଡ୍ ନକରି ମଧ୍ୟ ଆପ ପରି ଅନୁଭୂତି ମିଳିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.