ETV Bharat / lifestyle

ଲକଡାଉନ ମଧ୍ୟରେ ଭାରତରେ ବୃଦ୍ଧି ପାଇଛି ଡିଜିଟାଲ ପେମେଣ୍ଟ - ଡିଜିଟାଲ ପେମେଣ୍ଟ

ଗତ 30 ଦିନ ମଧ୍ୟରେ ଭାରତରେ ଡିଜିଟାଲ ପେମେଣ୍ଟ କାରବାର 23 ପ୍ରତିଶତ ବୃଦ୍ଧି ପାଇଛି ବୋଲି ଫୁଲ୍-ଷ୍ଟାକ ଫାଇନାନ୍ସିଆଲ ସଲ୍ୟୁସନ କମ୍ପାନୀ ରାଜରପେ ଏକ ରିପୋର୍ଟରେ କହିଛି।

_lockdown
ଲକଡାଉନ ମଧ୍ୟରେ ଭାରତରେ ବୃଦ୍ଧି ପାଇଛି ଡିଜିଟାଲ ପେମେଣ୍ଟ
author img

By

Published : Jul 8, 2020, 4:53 PM IST

ନୂଆଦିଲ୍ଲୀ: ଗତ 30 ଦିନ ମଧ୍ୟରେ ଭାରତରେ ଡିଜିଟାଲ ପେମେଣ୍ଟ କାରବାର 23 ପ୍ରତିଶତ ବୃଦ୍ଧି ପାଇଛି ବୋଲି ଫୁଲ୍-ଷ୍ଟାକ ଫାଇନାନ୍ସିଆଲ ସଲ୍ୟୁସନ କମ୍ପାନୀ ରାଜରପେ ଏକ ରିପୋର୍ଟରେ କହିଛି।

ପ୍ରଥମ 30 ଦିନର ଲକଡାଉନରେ 30 ପ୍ରତିଶତ ହ୍ରାସ ତୁଳନାରେ ଗତ 101 ଦିନ ମଧ୍ୟରେ ସାମଗ୍ରିକ ଡିଜିଟାଲ କାରବାର 12 ପ୍ରତିଶତ ହ୍ରାସ ପାଇଛି ବୋଲି ‘101 ଦିନର କୋରୋନା ଯୁଗ: ଇମ୍ପାକ୍ଟ ଅନ୍ ଡିଜିଟାଲ୍ ପେମେଣ୍ଟ’ ରିପୋର୍ଟରେ କୁହାଯାଇଛି।

ତେବେ କୋରୋନା ମହାମାରୀ ମଧ୍ୟରେ ଡିଜିଟାଲ ପେମେଣ୍ଟ ଇଣ୍ଡଷ୍ଟ୍ରି ମଧ୍ୟ ରକ୍ଷା ପାଇପାରି ନାହିଁ । ଲକଡାଉନ ଆରମ୍ଭ ହେବା ପରଠାରୁ ଆମେ ଅନଲାଇନ ପେମେଣ୍ଟରେ 30 ପ୍ରତିଶତ ହ୍ରାସ ପାଇଥିବା ଦେଖିବାକୁ ପାଇଥିଲୁ । ମାତ୍ର ଗତ 30 ଦିନ ଏଥିରେ 23 ପ୍ରତିଶତ ବୃଦ୍ଧି ଘଠିଛି । ଯାହା ଡିଜିଟାଲ ଅର୍ଥନିତୀରେ ଧୀରେ ଧୀରେ ଉନ୍ନତି ଘଟିବାର ସଙ୍କେତ ଅଟେ ବୋଲି ରାଜରପେ ସିଇଓ ତଥା ସହ-ପ୍ରତିଷ୍ଠାତା ହର୍ଷିଲ ମାଥୁର ଏକ ବିବୃତ୍ତିରେ କହିଛନ୍ତି।

-ମାର୍ଚ୍ଚ 24ରୁ ଜୁଲାଇ 2ର ମଧ୍ୟରେ ଥିବା ଏହି 101 ଦିନର ଲକଡାଉନ ଅନଲାଇନ୍ ଶିକ୍ଷା କ୍ଷେତ୍ରରେ 23 ପ୍ରତିଶତ ବୃଦ୍ଧି ପାଇଥିଲା । କାରଣ ଏହି ସମୟରେ ଅନଲାଇନ୍ ପାଠ୍ୟକ୍ରମର ଚାହିଦା ବଢିଥିଲା ।

- ସେହିପରି ଅନଲାଇନ କନସଲଣ୍ଟାଣ୍ଟ ଏବଂ 20 ପ୍ରତିଶତ କ୍ରୟ ବୃଦ୍ଧି ହେତୁ ଡାକ୍ତରୀ ସେବାରେ ମଧ୍ୟ ବୃଦ୍ଧି ଘଟିଥିବା ରିପୋର୍ଟରେ କୁହାଯାଇଛି ।

- କୋରୋନାରେ ସ୍ୱାସ୍ଥ୍ୟ ଏବଂ ସୁରକ୍ଷିତ ସୁନିଶ୍ଚିତ କରିବା ପାଇଁ ଭାରତୀୟମାନଙ୍କୁ ଘର ଭିତରେ ରହିବାକୁ ପସନ୍ଦ କରିଥିଲେ । ଏଥିସହ ଅନଲାଇ ବିଲ୍ ପୈଠ କରିଥିଲେ । ଯାହା ୟୁଟିଲିଟି କ୍ଷେତ୍ରର 163 ପ୍ରତିଶତ ଅଭିବୃଦ୍ଧିରେ ସହାୟକ ହୋଇଛି।

- ରିସର୍ଚ୍ଚରୁ ଜଣାପଡିଛି ଯେ, ଘରେ ଗୃହବନ୍ଦୀ ହୋଇ ଲୋକମାନେ ଡେଟିଂ ଆପ୍ସକୁ ଚୟନ କରି ସେଥିରେ ସୋସିଆଲ ଆଇସୋଲେସନ ଦ୍ବାରା ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଯୋଡି ହେବା ଦ୍ବାରା ଅନଲାଇନ୍ କାଉନସେଲିଂ ପ୍ଲାଟଫର୍ମରେ ବୃଦ୍ଧି ପାଇଛି।

-ମାର୍ଚ୍ଚ 24ରୁ ଜୁଲାଇ 2 ମଧ୍ୟରେ ରୋଜରପେ ପ୍ଲାଟଫର୍ମରେ ହୋଇଥିବା କାରବାକୁ ଆଧାର କରି ଏକ ରିପୋର୍ଟରେ କୁହାଯାଇଛି ଯେ, ସାମାଜିକ ଯୋଗଦାନ କ୍ଷେତ୍ର - ପର୍ସନାଲ କାଉନସେଲିଙ୍ଗ, ଡେଟିଂ ଏବଂ ମ୍ୟାଟ୍ରିମୋନି ୱେବସାଇଟ୍ କ୍ଷେତ୍ରରେ 32 ପ୍ରତିଶତ ଅଭିବୃଦ୍ଧି ଘଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.