ହାଇଦ୍ରାବାଦ: ତାଇୱାନର ସ୍ମାର୍ଟଫୋନ୍ ନିର୍ମାତା HTC, U Ear ନାମକ ନୂତନ ଇୟରବଡ୍ ଲଞ୍ଚ କରିବାକୁ ଯୋଜନା କରୁଥିବା ଜଣାଯାଇଛି ଯାହା ଆପେଲର ଏୟାରପଡ୍ ପରି ଦେଖାଯିବ ।
ଫୋନ ଆର୍ନା ରିପୋର୍ଟ ଅନୁଯାୟୀ, ନିକଟରେ ତାଇୱାନ ସାର୍ଟିଫିକେଟ୍ ଅଥରିଟି ଏନସିସିର ୱେବସାଇଟରେ HTC U Ear ଇୟରବଡ ଦେଖିବାକୁ ମିଳିଥିଲା । ସାର୍ଟିଫିକେଟ୍ ତାଲିକାରେ HTC ର ପ୍ରଥମ TWS ଇୟରବଡର ଚିତ୍ର ଅନ୍ତର୍ଭୂକ୍ତ ହୋଇଛି ଯାହା ପ୍ରଥମ-ଜେନ ଆପେଲ୍ ଏୟାରପଡ୍ ପରି ଡିଜାଇନ୍ କରାଯାଇଛି ।
ଚାର୍ଜିଂ କେସ୍ ଇୟାରପଡ୍ ଅଲଗା ଚାର୍ଜିଂ କେସ୍ ଭଳି ମଧ୍ୟ ସମାନ ଦେଖାଯାଉଛି । ଯଦିଓ ସମାନ ନୁହେଁ ଓ ଏହା ଇୟାରପଡ୍ କେସ୍ ପରି ଉପରେ ନୁହେଁ ବର୍ଂ ପାୱାରବିଟ୍ସ ପ୍ରୋ କେସ୍ ପରି ଖୋଲିଥାଏ ।
USB ଟାଇପ୍-ସି ମାଧ୍ୟମରେ ଚାର୍ଜ ହେବାର ସମ୍ଭାବନା ଅଛି । ତଥାପି ୱେୟାରଲେସ୍ ଚାର୍ଜିଂ ନେଇ କୌଣସି ଉଲ୍ଲେଖ କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା, HTC ଏହି ଇୟରବଡ୍ କେବେ ଲଞ୍ଚ୍ କରିବ କିମ୍ବା କେତେ ଖର୍ଚ୍ଚ ହେବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ।
2016 ରେ ଆପେଲ୍ ଇୟରପଡ୍ ଲଞ୍ଚ କରିବା ପରଠାରୁ ଆମାଜନ, ଜାବ୍ରା, ଓ ମାଇକ୍ରୋସଫ୍ଟ ପରି ପ୍ରାୟ ସମସ୍ତ ପ୍ରମୁଖ ବୈଷୟିକ କମ୍ପାନୀ ୱେୟାରଲେସ୍ ଇୟରବଡ୍ ବଜାରକୁ ଛାଡିଛନ୍ତି ।