ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ରାଣ୍ଡ ରିୟଲମି ଏକ ନୂଆ 4G ଫ୍ଲାଗସିପ୍ ସିରିଜ୍, ରିୟଲମି x3 ଏବଂx3 ସୁପରଜୁମ୍ ସହିତ ରିଅଲମିବୁଡ୍ସ କ୍ୟୁ ଏବଂ ରିୟଲମି ଆଡଭେଞ୍ଚର ବ୍ୟାକପ୍ୟାକ ଲଞ୍ଚ କରିଛି ।
x3 ସୁପରଜୁମ୍ ହାଉସେସ୍ 8MP ସୁପର ୱାଇଡ୍-ଆଙ୍ଗେଲ କ୍ୟାମେରା ସହ 32MP ସୋନି ୱାଇଡ୍ ଆଙ୍ଗେଲ ମୁଖ୍ୟ କ୍ୟାମେରା ଦେଇଥିବାବେଳେ ରିୟଲମି 8MP ସୁପର ୱାଇଡ୍ ଆଙ୍ଗେଲ କ୍ୟାମେରା ସହ 16MP ସୁପର ୱାଇଡ୍ ଆଙ୍ଗେଲ କ୍ୟାମେରା ଦେଇଛି ।
ଆଗକୁ ରିୟଲମି x3 ଏବଂ x3 ସୁପରଜୁମ୍ ଦୁଇଟି ରଙ୍ଗରେ ଉପଲବ୍ଧ ହେବ । ଯାହା ଗ୍ଲାସିଅର ବ୍ଲୁ ଏବଂ ଆର୍କଟିକ୍ ହ୍ବାଇଟ ରଙ୍ଗର ବଜାରରେ ଉପଲବ୍ଧ ହେବ । ତେବେ ଜୁନ୍ 30ରୁ ରିୟଲମି ଡଟ୍ କମ୍ ଫ୍ଲିପକାର୍ଟରେ ଆରମ୍ଭ ହେବ ବୋଲି କମ୍ପାନୀ ଘୋଷଣା କରିଛି।
ଗ୍ରାହକଙ୍କ ସହ ଆମର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆମେ ରିୟଲମି ବୁଡ୍ସ କ୍ୟୁ ଏବଂ ରିୟଲମି ଆଡଭେଞ୍ଚର ବ୍ୟାକପ୍ୟାକ୍ ସହିତ ଆମର ସର୍ବୋତ୍ତମ 4G ଫ୍ଲାଗସିପ୍ ସିରିଜ୍, ରିୟଲମି X3 ଏବଂ X3 ସୁପରଜୁମ୍ ଲଞ୍ଚ କରିଛୁ ବୋଲି ଭାରତରେ ଥିବା ରିୟଲମିର ମୁଖ୍ୟ ଏକ୍ସିକ୍ୟୁଟିଭ ଅଫିସର ମାଧବ ସେଠ କହିଛନ୍ତି ।
ରିୟଲମି ବୁଡ୍ସ କ୍ୟୁର ମୂଲ୍ୟ 1,999 ଟଙ୍କା ଥିବାବେଳେ ଏହା ଜୁଲାଇ 1ରୁ ବଜାରରେ ଉପଲବ୍ଧ ହେବ । ସେହିପରି ଆଡଭେଞ୍ଚର ବ୍ୟାକପ୍ୟାକ ମୂଲ୍ୟ 1499 ଟଙ୍କା ଥିବାବେଳେ ଏହା ମଧ୍ୟ ଜୁଲାଇ 1ରୁ ବଜାରରେ ଉପଲବ୍ଧ ହେବ ବୋଲି ମାଧବ ସେଠ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।