ନୂଆଦିଲ୍ଲୀ: ହ୍ବାଟ୍ସଆପ ନିଜ ୟୁଜରଙ୍କ ପାଇଁ ନୂଆ ଫିଚର ଆଣିବାକୁ ଯାଉଛି । ବର୍ତ୍ତମାନ ୟୁଜର ଆଗକୁ ଆନିମେଟେଡ୍ ଷ୍ଟ୍ରାଇକର୍ସ, କଣ୍ଟାକ୍ଟ ସ୍କାନିଂ ପାଇଁ କ୍ୟୁଆର ଭଳି ସୁବିଧା ପାଇପାରିବେ ।
ହ୍ବାଟ୍ସଆପରେ ଜିଓ ଫୋନ ପାଇଁ ଷ୍ଟାଟସ୍ ସପୋର୍ଟ ଏବଂ ୱେବ୍ ପାଇଁ ଡାର୍କ ମୋଡ ଫିଚର ସାମିଲ କରାଯିବ । କମ୍ପାନୀ ନିଜ ବ୍ଲଗ୍ ପୋଷ୍ଟରେ କହିଛି, ଲୋକମାନଙ୍କ ବନ୍ଧୁ, ପରିବାର ସହିତ ଚାଟ୍ କରିବା ପାଇଁ ଏକ ସରଳ, ନିର୍ଭରଯୋଗ୍ୟ ଏବଂ ବ୍ୟକ୍ତିଗତ ଉପାୟ ପ୍ରଦାନ କରିବା ଆମର ଧ୍ୟାନ ରହିଛି । ଆମେ ଆମର ଉତ୍ପାଦକୁ ନବୀକରଣ ଏବଂ ବିକାଶ କରିବା କାର୍ଯ୍ୟ ଜାରି ରଖିଛୁ । ଯେଉଁଥିରେ ହ୍ବାଟ୍ସଆପ ଯେକୌଣସି ସ୍ଥାନରେ ସଂଯୋଗ ହୋଇପାରିବ ।
ଆନିମେଟେଡ୍ ଷ୍ଟ୍ରାଇକର୍ସ: ୟୁଜରମାନେ ଖୁବଶୀଘ୍ର ଆନିମେଟେଡ୍ ଷ୍ଟ୍ରାଇକର୍ ସହ କଥା ହେଉଥିବା ନଜର ଆସିବେ । ନୂଆ ଆନିମେଟେଡ୍ ଷ୍ଟ୍ରାଇକର୍ସ ପ୍ୟାକ୍ ଅଧିକ ମଜାଦାର ଏବଂ ଆକର୍ଷଣୀୟ ଅଟେ । ୟୁଜରମାନେ ଆନିମେଟେଡ୍ ଷ୍ଟାଇକର୍ ପ୍ୟାକ୍ସ ମଧ୍ୟରୁ ଚୟନ କରି ଦେଖିବା, ସେଭ ଏବଂ ଷ୍ଟୋର କରିପାରିବେ । ଥରେ ଡାଉନଲୋଡ୍ ହୋଇଯିବା ପରେ ଆନିମେଟେଡ୍ ଷ୍ଟ୍ରାଇକରଗୁଡିକ ଫରୱାଡ କରାଯାଇ ପାରିବ ।
କ୍ୟୁଆର କୋଡ୍: କ୍ୟୁଆର କୋଡ୍ ଫିଚର ଆସିବା ପରେ ଆପଣ କେବଳ ସ୍କାନ କରି ନମ୍ବର ସେଭ କରିପାରିବେ । ଆପଣ ନମ୍ବର ଟାଇପ୍ ନକରି ଜଣଙ୍କର କ୍ୟୁଆର କୋଡ୍ ସ୍କାନ୍ କରି ତାଙ୍କ ନମ୍ବରକୁ ନିଜ କଣ୍ଟାକ୍ଟରେ ଆଡ କରିପାରିବେ ।
ୱେବ୍ ପାଇଁ ଡାର୍କ ମୋଡ୍: ଡାର୍କ ମୋଡ୍ ପଇଚର ବଡ ସ୍କ୍ରିନକୁ ଦେଖି ମନୋରଞ୍ଜନ କରିବା ସହଜ ହେବ । ଯଦିଓ ବହୁ ପୂର୍ବରୁ ହ୍ବାଟ୍ସଆପ୍ ଆଣ୍ଡ୍ରଏଡ୍ ଏବଂ ଆଇଫୋନ ପାଇଁ ଡାର୍କ ମୋଡ୍ ଫିଚର ଲଞ୍ଚ କରିଥିଲା । କିନ୍ତୁ ବର୍ତ୍ତମାନ ୱେବ୍ ଭର୍ଜନ ପାଇଁ ଡାର୍କ ମୋଡ୍ ଫିଚର ଉପଲବ୍ଧ ହେବାକୁ ଯାଉଛି ।
ଗ୍ରୁପ ଭିଡିଓ କଲରେ ଉନ୍ନତି: ବର୍ତ୍ତମାନ ହ୍ବାଟ୍ସଆପରେ 8 ଜଣ ଭିଡିଓ କଲ କରିବାର ସୁବିଧା ୟୁଜର ପାଇପାରିବେ । 8ଜଣଙ୍କ ଭିଡିଓ କଲ କିମ୍ବା ତାଠାରୁ କମ ସଂଖ୍ୟକ ଗ୍ରୁପ ଚାଟରେ ଭିଡିଓ ଆଇକନ ସାମିଲ କରାଯାଇଛି । ଯେଉଁଥିରେ ଆପଣ 1 ଟ୍ୟାପ କରି ଆପଣ ଭିଡିଓ କଲରେ ସାମିଲ ହୋଇପାରିବେ ।