ETV Bharat / lifestyle

ତୁରନ୍ତ ଅପଡେଟ କରନ୍ତୁ ହ୍ବାଟ୍ସଆପ୍, ନଚେତ ହ୍ୟାକ୍‌ ହେବ ଡାଟା

ୟୁଜର୍ସଙ୍କ ପସନ୍ଦର ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ । ହେଲେ ଏହି ଆପ୍‌ରେ ଏବେ ଦେଖାଦେଇଛି ଏକ ନୂଆ ଡିଫେକ୍ଟ । ଯାହାଦ୍ବାରା ଆପ୍‌ରେ ବ୍ୟବହାର ହେଉଥିବା ବ୍ୟକ୍ତିଗତ ତଥ୍ୟକୁ ହ୍ୟାକର ଚୋରି କରିବା ସହ ଏହାକୁ ଅପବ୍ୟବହାର କରିଥାଏ ।

ପ୍ରତୀକାତ୍ମକ ଫଟୋ
author img

By

Published : May 14, 2019, 11:23 PM IST

ନୂଆଦିଲ୍ଲୀ: ୟୁଜର୍ସଙ୍କ ପସନ୍ଦର ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ । ସବୁଠାରୁ ଟ୍ରେଣ୍ଡିଂ ମେସେଜିଂ ଆପ୍‌ ଭିତରେ ଆସେ ଏହି ଆପ୍‌ର ନାମ । ଏହା ୟୁଜର୍ସ ଫ୍ରେଣ୍ଡଲି ହେବା ସହ କମ ସମୟ ମଧ୍ୟରେ ଯୋଗାଯୋଗ କରିବା ପାଇଁ ବେଶ ଜଣାଶୁଣା । ହେଲେ ଏହି ଆପ୍‌ରେ ଏବେ ଦେଖାଦେଇଛି ଏକ ନୂଆ ଡିଫେକ୍ଟ (ବଗ-BUG) । ଯାହାଦ୍ବାରା ଆପ୍‌ରେ ବ୍ୟବହାର ହେଉଥିବା ବ୍ୟକ୍ତିଗତ ତଥ୍ୟକୁ ହ୍ୟାକର ଚୋରି କରିବା ସହ ଏହାକୁ ଅପବ୍ୟବହାର କରିଥାଏ ।

ତେବେ କ’ଣ ରହିଛି ଏହି ବଗ୍‌ ଓ ଏଥିପାଇଁ ଆପଣଙ୍କୁ କ’ଣ କରିବା ଆବଶ୍ୟକ ତାହା ଜାଣିବା ପାଇଁ ପଢନ୍ତୁ :

ସୂଚନା ଅନୁଯାୟୀ ବର୍ତ୍ତମାନ ଆପ୍‌ରେ ଏକ ଇସ୍ରାଏଲ କମ୍ପାନୀ ଦ୍ବାରା ପ୍ରସ୍ତୁତ ଯୋଗାଯୋଗ ଅବରୋଧକ ବାଧା ସୃଷ୍ଟି କରିଛି । ଏହା ଆପଣଙ୍କ ଅଜ୍ଞାତ ଅବସ୍ଥାରେ ହ୍ବାଟ୍ସଆପ୍‌ ସହ ସଂଯୋଗ ହୋଇ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିଥାଏ । ଏନେଇ ହ୍ବାଟ୍ସଆପ୍‌ କମ୍ପାନୀ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିଲେ ମଧ୍ୟ ଏଥରୁ ନିଜ ୟୁଜର୍ସମାନଙ୍କୁ ରକ୍ଷା କରିବା ପାଇଁ ଜାରି କରିଛି କିଛି ଗାଇଡ ଲାଇନ ।

- ଇସ୍ରାଏଲ କମ୍ପାନୀ ଦ୍ବାରା ହ୍ବାଟ୍ସଆପ୍‌ରେ ଇନଷ୍ଟଲ କରାଯାଇଥିବା ଏହି ମାଲୱାର (malware) ଦ୍ବାରା ହ୍ୟାକର ନା ଯେ କେବଳ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବ ବରଂ ଏହା ହ୍ବାଟ୍ସଆପ୍‌ ଦ୍ବାରା କରାଯାଉଥିବା ଆପଣଙ୍କ ଫୋନ କଲ ଆଦିକୁ ମଧ୍ୟ ଟ୍ୟାପ କରିପାରିବ
- ସର୍ଭେ ଅନୁଯାୟୀ ଏହି ମାଲୱାର ପଛରେ ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପର ହାତ ରହିଥିବା ସନ୍ଦେହ କରାଯାଉଛି । ହେଲେ ଏହା ପଛରେ ପ୍ରକୃତ ହାତ କାହାର ଅଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।
- ଏହି ମାଲୱାର ଇନଷ୍ଟଲ ହେବାର ପ୍ରକ୍ରିୟା ମଧ୍ୟ ଅତି ସହଜ । ସାମାନ୍ୟ ଏକ ହ୍ବାଟ୍ସଆପ୍‌ କଲରେ ଏହା ଟ୍ରାନ୍ସଫର ହୋଇପାରେ । ଯଦି ଆପଣ କଲ ରିସିଭ ବି ନକରନ୍ତି ସେବେ ବି ଏବି ମାଲୱାରା ଆପଣଙ୍କ ଫୋନରେ ଇନଷ୍ଟଲ ହୋଇଯାଏ ।
- ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଏହି କଲ୍‌ର ସମସ୍ତ ଡିଟେଲ୍ସ କଲ୍‌ ପରେ ଆପେ ଆପେ କଲ୍‌ ଲଗ୍‌ରୁ ଡିଲିଟ ହୋଇଯାଇଥାଏ । ଫଳରେ ୟୁଜର୍ସ ଚାହିଁଲେ ବି ଏହି କଲ୍‌ର ଡିଟେଲ୍ସ ପାଇ ପାରନ୍ତି ନାହିଁ ।
- ଏହା ଉଭୟ ଏଣ୍ଡ୍ରଏଡ୍‌ ଓ ଆଇଫୋନର ବିଭିନ୍ନ ଭର୍ସନ ଉପରେ ପ୍ରଭାବ ପକାଇଥାଏ ।
- ବର୍ତ୍ତମାନ ସୁଦ୍ଧା ଏହି ମାଲୱାର ଦ୍ବାରା ପ୍ରଭାବିତ ୟୁଜର୍ସଙ୍କର କୌଣସି ରେକର୍ଡ କମ୍ପାନୀ ପାଇ ପାରିନାହିଁ । କାରଣ ସାରା ବିଶ୍ବରେ ହ୍ବାଟ୍ସଆପ୍‌ର ପ୍ରାୟ 1.5 ବିଲିୟନରୁ ଅଧିକ ୟୁଜର୍ସ ରହିଛନ୍ତି ।
- ତେବେ ଏହି ଡିଫେକ୍ଟକୁ ନେଇ ପ୍ରଥମେ ମେ 13, ସୋମବାର ଦିନ କମ୍ପାନୀ ଏକ ପ୍ୟାଚ ଇସୁ କରିଛି ।
- ତେବେ ଏହି ସମସ୍ୟାର ସମାଧାନ ସ୍ବରୂପ କମ୍ପାନୀ ନିଜ ୟୁଜର୍ସଙ୍କୁ ଯଥାଶୀଘ୍ର ନିଜ ହ୍ବାଟ୍ସଆପ୍‌ ଅପଡେଟ କରିବା ପାଇଁ କହିଛି । ଏଥିସହ ନିଜ ମୋବାଇଲ ଅପରେଟିଂ ସିଷ୍ଟମକୁ ବି ଅପଡେଟ କରିବା ପାଇଁ କମ୍ପାନୀ ନିଜ ଗାଇଡ ଲାଇନରେ କହିଛି ।
- ହ୍ବାଟ୍ସଆପ୍‌ରେ ବ୍ୟବହାର ହେଉଥିବା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ପର୍ଯ୍ୟନ୍ତ ପହଞ୍ଚିବାରେ ଏହି ହ୍ୟାକର ସଫଳ ହୋଇଛି । ଫଳରେ ହ୍ବାଟ୍ସଆପ୍‌ରେ ଆପଣଙ୍କ ତଥ୍ୟ ସହଜରେ ହ୍ୟାକ ହୋଇପାରୁଛି ।

ତେଣୁ ଏସମସ୍ତ ଡିଫେକ୍ଟରୁ ନିଜକୁ ବଞ୍ଚାଇବାକୁ ଚାହୁଁଥିଲେ ତୁରନ୍ତ ନିଜ ହ୍ବାଟ୍ସଆପ୍‌ ଅପରେଟିଂ ସିଷ୍ଟମକୁ ଅପଡେଟ କରାନ୍ତୁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.