ETV Bharat / lifestyle

ବିପଦଜନକ ଭିଡିଓ ଦେଖିବାରୁ ଶିଶୁଙ୍କୁ ବଞ୍ଚାଇବ ୟୁଟ୍ୟୁବର ଏହି ଟୁଲ...

author img

By

Published : Jul 22, 2020, 6:02 AM IST

ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ସର୍ଫିଂ ସମରେ ବିପଦଜନକ ଭିଡିଓ ଦେଖିବାରୁ ଶିଶୁମାନଙ୍କୁ ବଞ୍ଚାଇବା ପାଇଁ ଆସିଛି ନୂଆ ଉପାୟ । ଗ୍ଲୋବାଲ ସାଇବର ସିକ୍ୟୁରିଟି ଫର୍ମ କାସପରସ୍କାଏ ଏନେଇ ରୋଲ ଆଉଟ କରିଛି ନୂଆ ମନିଟରିଂ ଫିଚର ।

new feature of kaspersky, youtube latest news, latest technology news, monitoring children on youtube, କାସପରସ୍କାଏ ନୂଆ ଫିଚର, ୟୁଟ୍ୟୁବ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ୟୁଟ୍ୟୁବ୍‌ରେ ଶିଶୁଙ୍କୁ ମନିଟର
ବିପଦଜନକ ଭିଡିଓ ଦେଖିବାରୁ ଶିଶୁଙ୍କୁ ବଞ୍ଚାଇବ ୟୁଟ୍ୟୁବର ଏହି ଟୁଲ...

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ସର୍ଫିଂ ସମରେ ବିପଦଜନକ ଭିଡିଓ ଦେଖିବାରୁ ଶିଶୁମାନଙ୍କୁ ବଞ୍ଚାଇବା ପାଇଁ ଆସିଛି ନୂଆ ଉପାୟ । ଗ୍ଲୋବାଲ ସାଇବର ସିକ୍ୟୁରିଟି ଫର୍ମ କାସପରସ୍କାଏ ଏନେଇ ରୋଲ ଆଉଟ କରିଛି ନୂଆ ମନିଟରିଂ ଫିଚର । ଯାହା ଶିଶୁମାନଙ୍କ ଅନଲାଇନ ଭିଡଓ ସର୍ଫିଂ ଉପରେ ନଜର ରଖିବାରେ ସାହାଯ୍ୟ କରିବ । ଏହାକୁ ଆକ୍ଟିଭ କରିବା ଦ୍ବାରା ୟୁଟ୍ୟୁବରେ ‘ସେଫ୍ ସର୍ଚ୍ଚ ଇନ ୟୁଟ୍ୟୁବ’ ଫିଚର କାର୍ଯ୍ୟକାରୀ ହୋଇଥାଏ । ଯାହା ଶିଶୁମାନଙ୍କ ସର୍ଚ୍ଚ ଫିଡରେ ଡ୍ରଗ୍ସ, ଅପମାନଜନକ ବା ଆଡଲ୍ଟ ମ୍ୟାଟେରିଆଲ ଆଦି ଆଣିବାକୁ ବ୍ଲକ କରିଥାଏ ।

ଏନେଇ କାସପରସ୍କାଏର ସୂଚନା ମୁତାବକ ସର୍ବନିମ୍ନ 14 ପ୍ରତିଶତ ଅଭିଭାବକ ଅଭିଯୋଗ କରିଛନ୍ତି କି ୟୁଟ୍ୟୁବରେ କିଛି ଉତ୍ତେଜକ କିମ୍ବା ବୟସ୍କ କଣ୍ଟେଣ୍ଟ ଦେଖି ସେମାନଙ୍କ ଶିଶୁର ବ୍ୟବହାରରେ ପରିବର୍ତ୍ତନ ଆସିଛି । ତେଣୁ ନିଜ ଶିଶୁଙ୍କୁ ସଠିକ୍‌ କଣ୍ଟେଣ୍ଟ ଦେବା ସହ ସେମାନଙ୍କ ନେଟ ସର୍ଫିଂକୁ ସୁରକ୍ଷିତ ରଖିବା ପାଇଁ ଅଭିଭାବକମାନେ ଏକ ବିଶ୍ବସନୀୟ ଆସିଷ୍ଟାଣ୍ଟର ଆବଶ୍ୟକତା ଅନୁଭବ କରିଛନ୍ତି ।

ଅଭିଭାବକମାନେ ସାମ୍ନା କରୁଥିବା ଏହି ସାଧାରଣ ଅସୁବିଧାକୁ ନଜରରେ ରଖି କାସପରସ୍କାଏ ଏହି ନୂଆ ଫିଚର ପ୍ରସ୍ତୁତ କରିଥିବା ପ୍ରକାଶ କରିଛି । ଯାହା ମୁଖ୍ୟତଃ ୟୁଟ୍ୟୁବରେ ଶିଶୁମାନଙ୍କୁ ମନିଟର କରିବାରେ ଅଭିଭାବକଙ୍କୁ ସାହାଯ୍ୟ କରିବ । ଏନେଇ ସୂଚନା ଦେଇଛନ୍ତି କମ୍ପାନୀର ପ୍ରଡକ୍ଟ ମାର୍କେଟିଂ ମ୍ୟାନେଜର ଏଲେନା କାଜୋକନିକୋଭା । ଏହି ଫିଚର ଦ୍ବାରା ଅଭିଭାବକମାନେ ଶିଶୁଙ୍କ ପାଇଁ ରେଷ୍ଟ୍ରିକ୍ଟେଡ ମୋଡକୁ ସିଲେକ୍ଟ କରିପାରିବେ । ତେବେ ଏହି 100 ପ୍ରତିଶତ ସଫଳ ନହେଲେ ବି ପ୍ରାଥମିକ ପର୍ଯ୍ୟାୟ ପାଇଁ ଉପଯୋଗୀ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.