ETV Bharat / lifestyle

Contactless Payment: Apple ଆଣିଲା ଅତ୍ୟାଧୁନିକ ଫିଚର, ଏଣିକି ଗୋଟିଏ Tapରେ ପେମେଣ୍ଟ - ଗୋଟିଏ ଟାପରେ ହୋଇପାରିବ ପେମେଣ୍ଟ

ଆପଲ ପେମେଣ୍ଟ ପାଇଁ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯେଉଁଥିରେ କଣ୍ଟାକ୍ଟଲେସ ପେମେଣ୍ଟ ହୋଇପାରିବ । ଅଧିକ ପଢନ୍ତୁ

Contactless Payment: Apple ଆଣିଲା ଅତ୍ୟାଧୁନିକ ଫିଚର, ଏଣିକି ଗୋଟିଏ Tapରେ ହୋଇପାରିବ ପେମେଣ୍ଟ

author img

By

Published : Feb 10, 2022, 6:24 PM IST

ହାଇଦ୍ରାବାଦ: ଆଇଫୋନ(iPhone) ୟୁଜର୍ସଙ୍କ ପାଇଁ Apple ଖୁବଶୀଘ୍ର ଏକ ନୂତନ ବୈଶିଷ୍ଟ୍ୟ ଆଣିବାକୁ ଯାଉଛି । ଯାହା ଲକ୍ଷ ଲକ୍ଷ ବ୍ୟବସାୟୀଙ୍କୁ କୌଣସି ଅତିରିକ୍ତ ହାର୍ଡୱେର କିମ୍ବା ପେମେଣ୍ଟ ଟର୍ମିନାଲ ବିନା ଆପଲ୍ ପେ, କଣ୍ଟାକ୍ଟଲେସ୍ କ୍ରେଡିଟ, ଡେବିଟ୍ କାର୍ଡ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ୱାଲେଟ ମାଧ୍ୟମରେ ପେମେଣ୍ଟ କରିପାରିବେ । ମାତ୍ର ଗୋଟିଏ ଟାପ୍‌ ମାଧ୍ୟମରେ ୟୁଜର୍ସମାନେ କଣ୍ଟାକ୍ଟଲେସ ପେମେଣ୍ଟ କରିପାରିବେ ।

NFC ଟେକ୍ନୋଲୋଜି ମାଧ୍ୟମରେ ହୋଇପାରିବ କଣ୍ଟାକ୍ଟଲେସ ପେମେଣ୍ଟ

  • କିଏ କରିପାରିବେ ବ୍ୟବହାର ?

ପ୍ରଥମେ ଏହି ସୁବିଧା iPhone ୟୁଜର୍ସଙ୍କ ନିକଟରେ ଉପଲବ୍ଧ ହେବ । ବ୍ୟବସାୟୀମାନେ iPhone XS କିମ୍ବା ଏହା ପରେ iOS ଆପ୍‌ ମାଧ୍ୟମରେ କିଛି ଡିଭାଇସରେ ଏହି କଣ୍ଟାକ୍ଟଲେସ ପେମେଣ୍ଟ କରିପାରିବେ ।

  • କିପରି ହେବ ଏହି ପେମେଣ୍ଟ ?

ଦେୟ(ପେମେଣ୍ଟ) ସମୟରେ ବ୍ୟବସାୟୀମାନେ ଗ୍ରାହକଙ୍କୁ ସେମାନଙ୍କର ଆଇଫୋନ୍, ଆପଲ୍ ୱାଚ୍, ଆପଲ୍ ପେ କିମ୍ବା କଣ୍ଟାକ୍ଟଲେସ୍ ଡେବିଟ୍-କ୍ରେଡିଟ୍ କାର୍ଡ ଆଣିବାକୁ କହିବେ । ଯାହା ପରେ NFC ଟେକ୍ନୋଲୋଜି(ବ୍ଲୁଟୁଥ ମାଧ୍ୟମରେ ଯେପରି ୟୁଜର୍ସ ଫଟୋ ସେୟାର କରନ୍ତି, ସେହିପରି ଅର୍ଥ ନେଣଦେଣ ହୋଇପାରିବ) ସାହାଯ୍ୟରେ ଦେୟ ପ୍ରଦାନ କରାଯିବ । ଆପଲ ପେ ଓ ଆପଲ ୱଲେଟର ଉପସଭାପତି ଜେନିଫର ବେଲି କହିଛନ୍ତି କି iPhoneରେ Tap to Pay ବ୍ୟବସାୟକୁ କଣ୍ଟାକ୍ଟଲେସ ପେମେଣ୍ଟ ସ୍ବୀକାର କରିବା ସହିତ ଆଇଫୋନ ସିକ୍ୟୁରିଟିକୁ ବ୍ୟବହାର କରି ନୂଆ ଚେକଆଉଟ୍‌ ଅପସନକୁ ଅନଲକ୍‌ କରିବା ପାଇଁ ଉପାୟ ପ୍ରଦାନ କରାଯିବ ।

  • ଏହି କଣ୍ଟାକ୍ଟଲେସ ପେମେଣ୍ଟ ୟୁଜର୍ସଙ୍କ ପାଇଁ ସୁରକ୍ଷିତ କି ?

ଏଭଳି ପେମେଣ୍ଟ ଦ୍ବାରା ଗ୍ରାହକଙ୍କ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଆଇଫୋନରେ ଟ୍ୟାପ-ଟୁ-ପେ ଉପଯୋଗ କରିବା ପରେ ସମସ୍ତ ନେଣଦେଣକୁ ଏନକ୍ରିପ୍ଟ ଓ ପ୍ରୋସେସ୍ଡ କରାଯିବ । କିଏ କଣ କିଣିଲା ସେ ସମ୍ପର୍କରେ Appleକୁ କୌଣସି ତଥ୍ୟ ମିଳିବ ନାହିଁ । ଅନ୍ୟ ପେମେଣ୍ଟ ପ୍ଲାର୍ଟଫର୍ମ ଭଳି ଏହା କାମ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.