ETV Bharat / lifestyle

ପ୍ରାକୃତିକ ଏସି: ବସ୍‌ ଛାତରେ ଉଦ୍ୟାନ - environment

ବସ୍‌କୁ ଥଣ୍ଡା ରଖିବା ସହ ଯାତ୍ରୀଙ୍କୁ ଗରମ ଦାଉରୁ ରକ୍ଷା କରିବା ପାଇଁ ବସ୍‌ ଉପରେ ସବୁଜ ସୁନ୍ଦର ବଗିଚା କରାଯାଇ ଏକ ନୂଆ ପରିକଳ୍ପନା କରାଯାଇଛି । ସିଙ୍ଗାପୁରରେ ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରାଯାଇଛି ।

ଡିଜାଇନ ଫଟୋ
author img

By

Published : Jun 18, 2019, 3:18 PM IST

ସିଙ୍ଗାପୁର: ଦିନକୁ ଦିନ ପୃଥିବୀ ଉତ୍ତପ୍ତ ହେବାରେ ଲାଗୁଛି । ପ୍ରବଳ ତାତିରେ ଘାଣ୍ଟି ହେଉଛନ୍ତି ବିଶ୍ବବାସୀ । ଜଙ୍ଗଲ ଧ୍ବଂସ ଫଳରେ ସ୍ବଳ୍ପବୃଷ୍ଟି ପୃଥିବୀକୁ ଉତ୍ତପ୍ତ ଗ୍ରହ ଭାବରେ ନୂଆ ପରିଚୟ ଦେବା ଆଡକୁ ଅଗ୍ରଗତି ହେଉଛି । ଧୂଳି, ଧୂଆଁ ଓ ପ୍ରଖର ତାତିରେ ବିଶ୍ବର ଅନେକ ସହରରେ ଜନଜୀବନ ଅସ୍ତବ୍ୟସ୍ତ । ଏପରି ସ୍ଥଳରେ ବସ୍‌କୁ ଥଣ୍ଡା ରଖିବା ସହ ଯାତ୍ରୀଙ୍କୁ ଗରମ ଦାଉରୁ ରକ୍ଷା କରିବା ପାଇଁ ବସ୍‌ ଉପରେ ସବୁଜ ସୁନ୍ଦର ବଗିଚା କରାଯାଇ ଏକ ନୂଆ ପରିକଳ୍ପନା କରାଯାଇଛି ।

ସିଙ୍ଗାପୁର ଏକ ଚାକଚକ୍ୟପୂର୍ଣ୍ଣ ସହର ଭିନ୍ନ ଗ୍ରୀନ ସିଟି ଭାବରେ ପରିଚିତ । ସବୁଜ ,ସୁନ୍ଦର ତାତ୍ପର୍ଯ୍ୟକୁ ପ୍ରତିପାଦିତ କରିବା ପାଇଁ ବସ୍‌ରେ ବଗିଚା କରାଯାଇଛି । କମ୍‌ ମାଟି ଯୁକ୍ତ ଏକ ବଗିଚାକୁ ବସ୍‌ ଛାତରେ ସଂଯୁକ୍ତ କରାଯାଇଛି । ଏହି ବଗିଚା ଫଳରେ ବସ୍‌ ଭିତର ତାପମାତ୍ର କମିବା ସହ ବସ୍‌ର ଏସି ଖର୍ଚ୍ଚ କମାଯାଇପାରୁଛି । ସିଙ୍ଗାପୁରରେ ଆୟୋଜିତ 'ଗାର୍ଡନ ଅନ୍‌ ଦି ମୁଭ' କାର୍ଯ୍ୟକ୍ରମରେ ଏହି ବସ୍‌ ଉପରେ ବଗିଚା ଉପରେ ଆଲୋଚନା କରାଯାଇଥିଲା ।

ବସ୍‌ ଚାଲୁଥିବା ଅଞ୍ଚଳର ପାଣିପାଗକୁ ନଜରରେ ରଖି ବସ୍‌ ଛାତରେ ବଗିଚା ଖଞ୍ଜାଯାଏ । ବସ୍‌ ବ୍ୟତିରେକ ସିଙ୍ଗାପୁରର ବିଭିନ୍ନ ବସ୍‌ ରହଣୀ ସ୍ଥାନ ଓ ବିଦ୍ୟାଳୟ ଛାତରେ ମଧ୍ୟ ଏହିପରି ବଗିଚା ସୃଷ୍ଟି କରାଯାଉଛି ।

ବସ୍‌ରେ ବଗିଛା ପାଇଁ ଗୋଟିଏ ବସ୍‌ ପିଛା ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏବେ ପ୍ରଥମ ପର୍ଯ୍ୟାୟରେ ସିଙ୍ଗାପୁରରରେ ୪ଟି ବସ୍‌ରେ ଏଭଳି ବ୍ୟବସ୍ଥା କରାଯାଇଛି । ଯଦି ଏହା ସଫଳ ହେବ ତେବେ ଆହୁରି ପାଖାପାଖି 4ଶହ ବସ୍‌ରେ ଏଭଳି ବଗିଚା ସୃଷ୍ଟି କରାଯିବ ବୋଲି ସୂଚନା ମିଳିଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.