ETV Bharat / jagte-raho

ଜେଲ ଗଲେ ରିଟାୟାର୍ଡ ଆର୍ମି ଅଫିସର, ପଡୋଶୀଙ୍କୁ କରିଥିଲେ ଗୁଳି - ଭୁବନେଶ୍ବର ରିଟାର୍ଡ ଆର୍ମୀ ଅଫିସର ଗୁଳିକାଣ୍ଡ

ପଡୋଶୀଙ୍କୁ ଗୁଳି କରିବା ଘଟଣା । ଜେଲଗଲେ ରିଟାୟାର୍ଡ ଆର୍ମି ଅଫିସର । ଖଣ୍ଡଗିରି ଥାନା ଭରତପୁର ସନ୍ତୋଷୀନଗର ଲେନ 5ରେ ଘଟିଥିଲା ଗୁଳିକାଣ୍ଡ । ଅଧିକ ପଢନ୍ତୁ...

ଜେଲଗଲେ ରିଟାର୍ଡ ଆର୍ମୀ ଅଫିସର, ପଡୋଶୀଙ୍କୁ କରିଥିଲେ ଗୁଳି

author img

By

Published : Sep 9, 2020, 9:00 AM IST

Updated : Sep 9, 2020, 9:21 AM IST

ଭୁବନେଶ୍ବର: ରାଜଧାନୀ ଗୁଳିମାଡ ଘଟଣାରେ ଜେଲ ଗଲେ ଆର୍ମିର ଅବସରପ୍ରାପ୍ତ କର୍ମଚାରୀ। ଖଣ୍ଡଗିରି ଥାନା ଭରତପୁର ସନ୍ତୋଷୀନଗର ଲେନ 5ରେ ଘଟିଥିବା ଗୁଳିକାଣ୍ଡରେ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଅବସରପ୍ରାପ୍ତ ଆର୍ମୀ ଅଧିକାରୀ ଅଶ୍ବିନ କୁମାର ରାଉତରାୟ ।

ଜେଲ ଗଲେ ରିଟାୟାର୍ଡ ଆର୍ମି ଅଫିସର, ପଡୋଶୀଙ୍କୁ କରିଥିଲେ ଗୁଳି

ସୂଚନା ଅନୁସାରେ, ଅବସରପ୍ରାପ୍ତ ଆର୍ମି ଅଫିସରଙ୍କ ସହିତ ତାଙ୍କ ପଡୋଶୀ କୁଞ୍ଜ ବିହାରୀ ବେହେରାଙ୍କର କୌଣସି କାରଣରୁ କଥାକଟାକଟି ହୋଇଥିଲା । ଏଥିରେ ରାଗି ଯାଇ ସେ ତାଙ୍କ ପଡୋଶୀଙ୍କ ଉପରକୁ ଗୁଳି ଚଳାଇଥିଲେ । ପଡୋଶୀ ଯୁବକର ହାତରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲେ । ତେବେ ବିନା କାରଣରେ ଗୁଳି କରିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି ।

ଜେଲଗଲେ ରିଟାର୍ଡ ଆର୍ମୀ ଅଫିସର, ପଡୋଶୀଙ୍କୁ କରିଥିଲେ ଗୁଳି
ଜେଲଗଲେ ରିଟାର୍ଡ ଆର୍ମୀ ଅଫିସର, ପଡୋଶୀଙ୍କୁ କରିଥିଲେ ଗୁଳି

ଏହାସହ ଅଶ୍ରାବ୍ୟ ଭାଷାରେ ଗାଳିଦେବା, ଧମକ ଦେବା ଓ ଗୁଳି କରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଆଇପିସି ଧାରା 294, 307, 506 ସହ ଆର୍ମସ ଆକ୍ଟ 27ରେ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପୋଲିସ ତାଙ୍କୁ ଗିରଫ କରିବା ସହ 12 ବୋର ରାଇଫଲକୁ ମଧ୍ୟ ଜବତ କରିଛି । ସୂଚନା ଥାଉକି, ସମ୍ପୃକ୍ତ ଅଧିକାରୀ ଜଣଙ୍କ 5 ବର୍ଷ ପୂର୍ବେ ଅବସର ନେଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 9, 2020, 9:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.