ETV Bharat / jagte-raho

ନଦୀରେ ଭାସୁଥିବା ଦୁଇ ମୃତଦେହର ମିଳିଲା ପରିଚୟ - kendrapara body recover update

କେନ୍ଦ୍ରାପଡାର ଲୁଣାନଦୀରୁ ଉଦ୍ଧାର ହୋଇଥିବା ଦୁଇ ମୃତଦେହର ମିଳିଲା ପରିଚୟ । ଉଭୟ କଟକ ମାଲଗୋଦାମ ଥାନା ଶିଖରପୁର ଉପରସାହିର ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ନଦୀରେ ଭାସୁଥିବା ଦୁଇ ମୃତଦେହର ମିଳିଲା ପରିଚୟ
ନଦୀରେ ଭାସୁଥିବା ଦୁଇ ମୃତଦେହର ମିଳିଲା ପରିଚୟ
author img

By

Published : Sep 11, 2020, 8:56 AM IST

Updated : Sep 11, 2020, 9:45 AM IST

କେନ୍ଦ୍ରାପଡା: ଲୁଣାନଦୀରୁ ଉଦ୍ଧାର ହୋଇଥିବା ଦୁଇଟି ମୃତଦେହର ମିଳିଲା ପରିଚୟ । ଦୁହେଁ ପ୍ରେମୀଯୁଗଳ ହୋଇଥିବା ସୂଚନା । ଉଭୟଙ୍କ ଘର କଟକ ମାଲଗୋଦାମ ଥାନା ଶିଖରପୁର ଉପରସାହିରେ ବୋଲି ଜଣାପଡିଛି ।

ନଦୀରେ ଭାସୁଥିବା ଦୁଇ ମୃତଦେହର ମିଳିଲା ପରିଚୟ

ଯୁବକ ଜଣଙ୍କ 22 ବର୍ଷୀୟ ଏମବିଏ ଛାତ୍ର ତୁଷାରକାନ୍ତ ଜେନା ହୋଇଥିବାବେଳେ ଯୁବତୀ ଜଣଙ୍କ 14 ବର୍ଷୀୟ ଜଣେ ନବମ ଶ୍ରେଣୀର ଛାତ୍ରୀ ହୋଇଥିବା ଜଣାପଡିଛି । ଗତ 7 ତାରିଖ ଦିନ ତୁଷାର ନାବାଳିକାକୁ ଅପହରଣ କରି ନେଇଯାଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ମାଲଗୋଦାମ ଥାନାରେ ଏତଲା ହୋଇଥିଲା । ତେବେ ଉଭୟ ପ୍ରେମୀଯୁଗଳ ହୋଇଥିବା ସୂଚନା ମିଳୁଛି । ଦୁହେଁ ନଦୀ ଉପରୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ହେଲେ ଯୁବକଙ୍କ ଡାହାଣ ହାତ ସହିତ ଯୁବତୀଙ୍କ ବାମ ହାତ ବନ୍ଧା ହୋଇଥିବାରୁ କେହି ହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ ଜାତ ହେଉଛି ।

ସୂଚନାଥାଉକି, ମାର୍ଶାଘାଇ ଥାନା ପଳାସପୁର ଗାଁ ମଧ୍ୟଦେଇ ପ୍ରବାହିତ ହେଉଥିବା ଲୁଣା ନଦୀରୁ ଦୁହିଁଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ପ୍ରଥମେ ଏମାନଙ୍କ ପରିଚୟ ମିଳିପାରିନଥିବାବେଳେ ଯୁବକଙ୍କ ପକେଟରେ ଥିବା ଫୋନରୁ ସିମ୍‌ କାଢି ଅନ୍ୟଏକ ଫୋନରେ ପକାଇବା ପରେ ଉଭୟଙ୍କ ପରିଚୟ ମିଳିଛି । ଯୁବକଙ୍କ ପରିବାର ପକ୍ଷରୁ କଲ ଆସିବାରୁ ଦୁହିଁଙ୍କ ପରିଚୟ ମିଳିଛି ।

ତେବେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ମୃତଦେହକୁ ଦୁଇ ପରିବାର ଜଗି ରହିଥିବାବେଳେ ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟ ବାହାରକୁ ଆସିବ ବୋଲି କୁହାଯାଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Sep 11, 2020, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.