ETV Bharat / jagte-raho

ଏମିତି ‘ମୋ ସରକାର’, ମହିଳାଙ୍କ ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି ଅଫିସର

author img

By

Published : Nov 17, 2019, 8:18 PM IST

ପ୍ରହସନ ପାଲଟିଛି ‘ମୋ ସରକାର’ ଯୋଜନା । ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି ଅଫିସର । ବେଫିକର ଥାନା ବାବୁ, ନଶୁଣି ଚୁପ ବଡବାବୁ । କମିସନରେଟ ପୋଲିସର ଏପରି ଚେହେରା ଏବେ ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରହସନ ପାଲଟିଛି ‘ମୋ ସରକାର’ ଯୋଜନା । ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି ଅଫିସର । ବେଫିକର ଥାନା ବାବୁ, ନଶୁଣି ଚୁପ ବଡବାବୁ । କମିସନରେଟ ପୋଲିସର ଏପରି ଚେହେରା ଏବେ ସାମ୍ନାକୁ ଆସିଛି ।

ଏମିତି ‘ମୋ ସରକାର’, ମହିଳାଙ୍କ ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି ଅଫିସର

ଥାନାରେ ଗୁରୁତର ଅଭିଯୋଗ ପରେ ବି ଗୁରୁତ୍ବ ଦେଉନାହାନ୍ତି ଥାନାବାବୁ । ଅଭିଯୋଗର 24 ଘଣ୍ଟା ପରେ ବି ଚୁପ୍‌ ଉପରିସ୍ଥ ବଡବାବୁ । ଗୋଟିଏ ପଟେ ମହିଳାଙ୍କ ସୁରକ୍ଷା ନେଇ ବିଧାନସଭାରେ ତୁମ୍ବି ତୋଫାନ ଚାଲିଥିବା ବେଳେ ଅନ୍ୟପଟେ ଏହାର ନଗ୍ନଚିତ୍ର ଆସିଛି ସାମ୍ନାକୁ । ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିବାବେଳେ ସୁରକ୍ଷା ଦେବାରେ ବିଫଳ କମିସନରେଟ ପୋଲିସ ।

ମହିଳାଙ୍କ ସୁରକ୍ଷା ନେଇ ମନ୍ତ୍ରୀ ଦେଉଥିବା ବୟାନକୁ ତୁଚ୍ଛ କରିଦେଇଛନ୍ତି ପୋଲିସ ବାବୁ । ଏପରିକି ମହିଳାଙ୍କ ସୁରକ୍ଷା ନେଇ ଗୁରୁତର ଅଭିଯୋଗକୁ ରେଡ ଫ୍ଲାଗ କାଟେଗୋରିରେ ତଦନ୍ତ ହେଉଥିବା ଗୃହରେ ବୟାନ ଦେଉଛନ୍ତି ମନ୍ତ୍ରୀ । ହେଲେ ଏପଟେ ପୋଲିସ ବାବୁ ତାକୁ ଯେପରି ହେୟଗାନ କରୁଛନ୍ତି ।

ଏମିତି ଘଟଣା ଖୋଦ ରାଜଧାନୀରେ ସାମ୍ନାକୁ ଆସିଛି । ମଞ୍ଚେଶ୍ବର ଥାନା ଅଞ୍ଚଳର ପଳାଶୁଣୀ ସତ୍ୟବିହାରରେ ଡିସେମ୍ବର 16 ତାରିଖ ଦିନ 3ଟା ସମୟରେ ମହିଳା ଯମୁନା ଦାସ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ହାଲୁକା ଭାବେ ନେଇଛି କମିସନରେଟ ପୋଲିସ । ଘଟଣାକୁ ନେଇ ଦୁର୍ବୃତ୍ତଙ୍କ ଆକ୍ରମଣର ସିସିଟିଭି ଭିଜୁଆଲ ସହ ପ୍ରମାଣ ନେଇ ଥାନାରେ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ମଞ୍ଚେଶ୍ବର ଥାନାବାବୁ ।

ରିପୋର୍ଟ ଦେବାର 24 ଘଣ୍ଟା ପରେ ବି ଅଫିସର ଶୁଣୁନାହାନ୍ତି, ଯାହା ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ଓ ମହିଳା ସୁରକ୍ଷା ନୀତିକୁ ଶକ୍ତ ଚାପୁଡା ବୋଲି କୁହାଯାଉଛି । ଖୋଦ୍‌ ରାଜଧାନୀରେ ଯଦି ଏପରି ହେଉଛି ତେବେ ଗ୍ରାମାଞ୍ଚଳରେ ‘ମୋ ସରକାର’ ଯୋଜନା, ଯେ ଧର୍ମକୁ ଆଖିଠାର ଏଥିରେ ଦ୍ବିମତ ନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏମିତି ମୋ ସରକାର,ମହିଳାଙ୍କ
ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି ଅଫିସରBody:ଏପଟେ ମୋ ସରକାର,
ସେପଟେ ବ୍ଯବସ୍ଥା ଛାରଖାର

ଫାର୍ସ ପାଲଟିଛି ଯୋଜନା ମୋ ସରକାର।ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି ଅଫିସର।ବେଫିକର ଥାନା ବାବୁ ନଶୁଣି ଚୁପ ବଡବାବୁ।କମିସନରେଟ ପୋଲିସର ଏପରି ଘଟଣା ଏବେ ସାମ୍ନାକୁ ଆସିଛି।ଥାନାରେ ଗୁରୁତର ଅଭିଯୋଗ ପରେ ବି ଗୁରୁତ୍ବ ଦେଉନାହାନ୍ତି ଥାନାବାବୁ।ଅଭିଯୋଗର ୨୪ ଘଣ୍ଟା ପରେ ବି ଚୁପ ଉପରିସ୍ଥ ବଡବାବୁ।ଗୋଟିଏ ପଟେ ମହିଳାଙ୍କ ସୁରକ୍ଷା ନେଇ ବିଧାନସଭାରେ ତୁମ୍ବି ତୋଫାନ ଚାଲିଥିବା ବେଳେ ଅନ୍ଯପଟେ ଏହାର ନଗ୍ନଚିତ୍ର ଆସିଛି ସାମ୍ନାକୁ।ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିବା ବେଳେ ସୁରକ୍ଷା ଦେବାରେ ବିଫଳ କମିସନରେଟ ପୋଲିସ ବାବୁ।ମହିଳାଙ୍କ ସୁରକ୍ଷା ନେଇ ମନ୍ତ୍ରୀ ଦେଉଥିବା ବୟାନକୁ ତୁଛ କରିଦେଇଛନ୍ତି ପୋଲିସ ବାବୁ।ଏପରିକି ମହିଳାଙ୍କ ସୁରକ୍ଷା ନେଇ ଗୁରୁତର ଅଭିଯୋଗକୁ ରେଡ ଫ୍ଲାଗ କାଟେଗୋରିରେ ତଦନ୍ତ ହେଉଥିବା ଗୃହରେ ବୟାନ ଦେଉଛନ୍ତି ମନ୍ତ୍ରୀ।ହେଲେ ଏପଟେ ପୋଲିସ ବାବୁ ତାକୁ ଯେପରି ହେୟଗାନ କରୁଛନ୍ତି। ଏମିତି ଘଟଣା ଖୋଦ ରାଜଧାନୀରେ ସାମ୍ନାକୁ ଆସିଛି।ମଂଚେଶ୍ବର ଥାନା ଅଂଚଳରେ ପଳାଶୁଣି ସତ୍ଯବିହାରରେ ୧୬ ଡିସେମ୍ବର ଦିନ ୩ଟା ସମୟରେ ଏକାକି ଘରେ ଥିବା ମହିଳା ଯମୁନା ଦାସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା କୁ ହାଲୁକା ଭାବେ ନେଇଛି କମିସନରେଟ ପୋଲିସ।ଘଟଣାକୁ ନେଇ ଦୁର୍ବୁତଙ୍କ ଆକ୍ରମଣର ସିସିଟିଭି ଭିଜୁଆଲ ସହ ପ୍ରମାଣ ନେଇ ଥାନାରେ ଅଭିଯୋଗ ପରେ କୌଣସି କାର୍ସାନୁଷ୍ଠାନ ନେଉନାହାନ୍ତି କମିସନରେଟ ପୋଲିସର ମଂଚେଶ୍ବର ଥାନାବାବୁ।ରିପୋର୍ଟ ଦେବାର ୨୪ ଘଣ୍ଚା ପରେ ବି ନା ଶୁଣୁଛନ୍ତି ଅଫିସର ନା କର୍ଣପାତ କରୁଛନ୍ତି ଅଭିଯୋଗକୁ।ଯାହା ରାଜ୍ଯ ସରକାରଙ୍କ ମୋ ସରକାର ଯୋଜନା ଓ ମହିଳା ସୁରକ୍ଷା ନିତିକୁ ଆଖିଠାର ପରି ଅନୁମେୟ ହେଉଛି। ଏପରି ସ୍ଥିତିରେ ବରିଷ୍ଠ ପୋଲିସ ଅଧିକାରି ଏନେଇ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଘଟଣାକୁ ନେଇ କମିସନରେଟ ପୋଲିସର ମହିଳା ସୁରକ୍ଷା ଓ କାର୍ଯଦକ୍ଷତା ନେଇ ଅନେକ ପ୍ରଶ୍ନ ଛିଡା କରିଛି।ପଦକ୍ଷେପ ନେବେକି ପୋଲିସ କମିସନର।ଅଭିଯୁକ୍ତଙ୍କୁ ଗିରଫ ପାଇଁ ନିର୍ଦେଶ ଦେବେକି ଭୁବନେଶ୍ବର ଡିସିପି।ହାତକଡି ପକାଇ ଥାନାବାବୁ ଗିରଫ କରିବେ କି ଅଭିଯୁକ୍ତଙ୍କୁ।ନା ଏପରି ଘରେ ପଶି ମହିଳାଙ୍କ ଆକ୍ରମଣ ଓ ଅସଦାଚରଣ କରୁଥିବା ଅଭିଯୁକ୍କଙ୍କୁ ଖୁଲମଖୁଲା ଆଉ ଏକ ଘଟଣା ଘଟାଇବାକୁ ପ୍ରଶୟଦେବେ।ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।

Conclusion:ବାଇଟ-ଯମୁନା ଦାସ ସାହୁ,ଅଭିଯୋଗକାରୀ
ବାଇଟ-ବିଶ୍ବପ୍ରିୟ କାନୁନଗୋ,ମାନବାଧିକାର କର୍ମି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.