ETV Bharat / jagte-raho

ନବମ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣା; ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଛାନଭିନ - oscpcr investigation start

ଭୁବନେଶ୍ବରରେ ନାବାଳକ ହତ୍ୟା ଘଟଣା। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଛାନଭିନ ଆରମ୍ଭ । ଅଧିକ ପଢନ୍ତୁ...

ନବମ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣା
ନବମ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣା
author img

By

Published : Sep 11, 2020, 1:14 PM IST

ଭୁବନେଶ୍ବର: ରାଜଧାନୀରେ ନାବାଳକ ହତ୍ୟା ଘଟଣା। ନବଣ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣାରେ ଛାନଭିନ। ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ତଦନ୍ତ।

ନବମ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣା

ଖଣ୍ଡଗିରି ଥାନାରେ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଦୁଇଜଣିଆ ଟିମ ଛାନଭିନ କରିଥିବାବେଳେ ଥାନାଧିକାରୀଙ୍କୁ କେସର ଅଗ୍ରଗତି ନେଇ ପଚରାଉଚରା କରିଛନ୍ତି। ଅନ୍ୟପଟେ ମୃତ ନାବାଳକ ଅଶ୍ବିନ ପାଢୀଙ୍କ ଘରେ ପହଞ୍ଚି ମଧ୍ୟ ତନାଘନା କରିଛି ଟିମ୍‌।

କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେନେଇ ତଦନ୍ତ କରାଯାଉଛି। ସୂଚନାଥାଉକି, ଗତ 2 ତାରିଖରେ ଅଶ୍ବିନ ପାଢୀ ସଉଦା ପାଇଁ ଯିବା ସମୟରେ ତାଙ୍କ ମୁଣ୍ଡକୁ ନିର୍ମମ ଭାବେ ହାଣିଥିଲେ କିଛି ଦୁର୍ବୃତ୍ତ । ପରେ ଚିକିତ୍ସାଧିନ ଅବସ୍ଥାରେ 8 ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଛାନଭିନ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.