ETV Bharat / jagte-raho

ପୋଲିସ କବଜାରେ ଆନ୍ତଃରାଜ୍ୟ ଲୁଟିଆ ଗ୍ୟାଙ୍ଗ - 8 ଜଣିଆ ଆନ୍ତଃରାଜ୍ୟ ଗାଡି ଲୁଟେରାଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ

ଆନ୍ତଃରାଜ୍ୟ ଗାଡି ଲୁଟେରାଙ୍କ 8 ଜଣିଆ ଦଳକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଏନେଇ ଅଧିକ ତଦନ୍ତ କରୁଥିବା କହିଛି କମିସନରେଟ ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ ...

Interstate robbery gang busted  by Bhubneswar police
ପୋଲିସ ହାବୁଡରେ ଆନ୍ତଃରାଜ୍ୟ ଲୁଟିଆ ଗ୍ୟାଙ୍ଗ
author img

By

Published : Mar 12, 2020, 7:30 PM IST

ଭୁବନେଶ୍ବର: କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । 8 ଜଣିଆ ଆନ୍ତଃରାଜ୍ୟ ଗାଡି ଲୁଟେରାଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ଠାରୁ ଆନୁମାନିକ ଅଢେଇ କୋଟି ମୁଲ୍ୟର 3 ଜେସିବି ଓ 2 ହାଇୱା ଗାଡି ଜବତ ହୋଇଥିବା ଜଣାପଡିଛି ।

ପୋଲିସ ହାବୁଡରେ ଆନ୍ତଃରାଜ୍ୟ ଲୁଟିଆ ଗ୍ୟାଙ୍ଗ

ସୂଚନା ଅନୁଯାୟୀ ପୂର୍ବରୁ ରାଜଧାନୀର ବହୁ ଅଞ୍ଚଳରୁ ବାରମ୍ବାର ଜେସିବି ଚୋରି ଅଭିଯୋଗ ଆସୁଥିଲା । ଏହାକୁ ନେଇ ପୋଲିସ 4 ମାସ ହେଲା ତଦନ୍ତ ଜାରି ରଖିଥିଲା । ଏକ ଗୁପ୍ତ ତଥ୍ୟ ଆଧାରରେ ପୋଲିସର ସ୍ପେସିଆଲ ସ୍ବ୍କାର୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢଉ କରି ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି ।

ଅଭିଯୁକ୍ତମାନେ ଏକ କାର ମାଧ୍ୟମରେ ଆସି ଜେସିବି ଚୋରି କରି ନେଇ ଏକ ଜଙ୍ଗଲ ଭିତରେ ଲୁଚେଇ ରଖୁଥିଲେ । ପରବର୍ତ୍ତୀ ସମୟରେ ତାକୁ ଅନ୍ୟତ୍ର ବିକ୍ରି କରିଦେଉଥିଲେ ବୋଲି କହିଛି କମିସନରେଟ ପୋଲିସ। ଏଭଳି ଏକ ଚୋରା ଜେସିବିର ବିକ୍ରି ଯୋଜନା ଚାଲୁଥିବା ବେଳେ ଗୁପ୍ତ ଖବର ଆଧାରରେ ପୋଲିସ ଅତର୍କିତ ଚଢଉ କରି 8 ଜଣ ଲୁଟିଆଙ୍କୁ ଗିରଫ କରିଥିଲା ।

ଭୁବନେଶ୍ବରରୁ ବିକାସ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.