ETV Bharat / jagte-raho

ଲକଡାଉନରେ ବଢିଛି ସାଇବର ଅପରାଧ, ମହିଳାଙ୍କୁ ଦିଆଯାଉଛି ଧମକ

author img

By

Published : May 3, 2020, 12:57 PM IST

ଲକଡାଉନରେ ବଢିଛି ସାଇବର ଅପରାଧ । ବିଶେଷ କରି ମହିଳାଙ୍କୁ କରାଯାଉଛି ବ୍ଲାକମେଲ । ଏନସିଡବ୍ଲ୍ୟୁ ପକ୍ଷରୁ ଦିଆଯାଇଥିବା ଏକ ତଥ୍ୟରୁ ଏହା ଜଣାପଡିଛି ।

ଲକଡାଉନରେ ବଢିଛି ସାଇବର ଅପରାଧ, ମହିଳାଙ୍କୁ ଦିଆଯାଉଛି ଧମକ
ଲକଡାଉନରେ ବଢିଛି ସାଇବର ଅପରାଧ, ମହିଳାଙ୍କୁ ଦିଆଯାଉଛି ଧମକ

ନୂଆଦିଲ୍ଲୀ: ଲକଡାଉନରେ ବିଶେଷ ଭାବରେ ମହିଳାମାନଙ୍କ କ୍ଷେତ୍ରରେ ସାଇବର ଅପରାଧ ବୃଦ୍ଧି ପାଇଛି । ନ୍ୟାସନାଲ କମିଶନ ଫର ୱମେନ (ଏନସିଡବ୍ଲ୍ୟୁ) ତଥ୍ୟ ଅନୁଯାୟୀ ଅନଲାଇନରେ କେବଳ ଏପ୍ରିଲ ମାସରେ 54ଟି ସାଇବର ଅପରାଧ ଅଭିଯୋଗ ଗ୍ରହଣ କରାଯାଇଛି । ଯେତେବେଳେ କି ମାର୍ଚ୍ଚ ମାସରେ 37ଟି ଏବଂ ଫେବୃଆରୀରେ 21ଟି ଅଭିଯୋଗ ଆସିଥିଲା । ଲକଡାଉନ ଯୋଗୁଁ ଏହି ପ୍ୟାନେଲ ଅନଲାଇନରେ ଅଭିଯୋଗ ଗୁଡିକ ନେଉଥିବା ଜଣାପଡିଛି ।

ମାର୍ଚ୍ଚ 25 ରୁ ଏପ୍ରିଲ 25 ପର୍ଯ୍ୟନ୍ତ ସାଇବର ଅପବ୍ୟବହାରର ମୋଟ 412 ଟି ଅଭିଯୋଗ ଆମେ ପାଇଛୁ । ଏଥିମଧ୍ୟରୁ 396 ଟି ଅଭିଯୋଗ ମହିଳାମାନଙ୍କର ଅଟେ । ସେଥି ମଧ୍ୟରେ ରହିଛି ଅପବ୍ୟବହାର, ଅଶ୍ଳୀଳ ଏକ୍ସପୋଜର, ଅବାଞ୍ଛିତ ଅଶ୍ଳୀଳ ଚିତ୍ର, ଆକାଉଣ୍ଟ ହ୍ୟାକ୍ କରିବାକୁ ଧମକ, ବ୍ଲାକମେଲ୍ ଆଦି ଦାବି କରୁଥିବା ଦୁର୍ଦ୍ଦାନ୍ତ ଇମେଲ ଗୁଡିକ ବୋଲି ଆକାଞ୍ଚା ଫାଉଣ୍ଡେସନର ପ୍ରତିଷ୍ଠାତା ଅଙ୍କଳା ଶ୍ରୀବାସ୍ତବ କହିଛନ୍ତି ।

ଏହି ସଂସ୍ଥା ସାଇବର ନିରାପତ୍ତା ଉପରେ ଜ୍ଞାନ ପ୍ରଦାନ କରି ଲୋକଙ୍କ ଶିକ୍ଷା ଏବଂ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥାଏ । ଶ୍ରୀବାସ୍ତବ କହିଛନ୍ତି ଯେ ହାରାହାରି ସେ ପ୍ରତିଦିନ 20-25 ଟି ଅଭିଯୋଗ ପାଉଛନ୍ତି । ଲକଡାଉନ୍ ପୂର୍ବରୁ ଏହି ସଂଖ୍ୟା ଦିନକୁ 10 ରୁ କମ୍ ରହୁଥିଲା । ପୁରୁଷମାନଙ୍କ ଚିତ୍ରକୁ ମହିଳା ମାନଙ୍କ ରୂପ ଦେଇ ମହିଳାମାନଙ୍କୁ ଧମକ ଦିଆଯାଉଛି । ଏହାପଛରେ ଏକ ରାକେଟ କାମ କରୁଛି । ଲ୍ୟାପଟପ ଫୋନ ଆଦି ହ୍ୟାକ କରି ମହିଳାମାନଙ୍କୁ ଧମକ ଦିଆଯାଉଛି ଯଦି ଟଙ୍କା ନ ଦିଅନ୍ତି ତେବେ ଫଟୋକୁ ସୋସସିଆଲ ମିଡିଆରେ ଛାଡିବା ନେଇ ବ୍ଲାକମେଲ କରାଯାଉଛି ବୋଲି କହିଛନ୍ତି ଶ୍ରୀବାସ୍ତବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.