ETV Bharat / jagte-raho

ଫ୍ଲାଇଟରେ ବୁଲୁଥିଲେ ଏଟିଏମ ଲୁଟେରା, ରାଜଧାନୀରୁ ଲୁଟିଥିଲେ 27ଲକ୍ଷ ଟଙ୍କା

author img

By

Published : Nov 6, 2020, 1:56 PM IST

Updated : Nov 6, 2020, 2:05 PM IST

ଫ୍ଲାଇଟରେ ବୁଲୁଥିଲେ ଏଟିଏମ ଲୁଟେରା । ରାଜ୍ୟକୁ ରାଜ୍ୟ ବୁଲି ବୁଲାଉଥିଲେ କଳାକନା । ଏଟିଏଏମ ତାଡି ଖାଲି କରୁଥିଲେ ନଗଦ ଟଙ୍କା । ଅଧିକ ପଢନ୍ତୁ...

ଫ୍ଲାଇଟରେ ବୁଲୁଥିଲେ ଏଟିଏମ ଲୁଟେରା
ଫ୍ଲାଇଟରେ ବୁଲୁଥିଲେ ଏଟିଏମ ଲୁଟେରା

ଭୁବନେଶ୍ବର: ଦିଲ୍ଲୀ, ବେଙ୍ଗାଲୁରୁ, ଭୁବନେଶ୍ବର ପରେ ଧରାପଡିଲେ ଲୁଟେରା । ଭାଇଜାଗର ଏକ ଏଟିଏମରୁ 9ଲକ୍ଷ ଟଙ୍କା ଲୁଟ ପରେ ଧରିଲା ପୋଲିସ । ଭାଇଜାଗରୁ ଗିରଫ ପରେ ପୂରା ଗ୍ୟାଙ୍ଗର ହେଲା ପର୍ଦ୍ଦାଫାସ ।

ଫ୍ଲାଇଟରେ ବୁଲୁଥିଲେ ଏଟିଏମ ଲୁଟେରା,

ଗତ 10 ତାରିଖରେ ଭୁବନେଶ୍ବର ପଟିଆ ପିଏନବି ଏଟିଏମରୁ ଲୁଟ୍‌ କରିଥିଲେ 27 ଲକ୍ଷ ଟଙ୍କା । ପଞ୍ଜାବର ସମରଜୋତ ସିଂ ଓ କେରଳର ଜାଫର ସାଦିକ ଏଭି ଏଟିଏମରୁ ଲୁଟି ନେଇଥିଲେ ଟଙ୍କା ।

ସାଧାସିଧା ବେଶରେ ଗତ 5 ତାରିଖରେ କୋଲକାତାରୁ ଭୁବନେଶ୍ବରରେ ପହଞ୍ଚିଥିଲେ ଏହି 2 ଲୁଟେରା । ହାଇପ୍ରୋଫାଇଲ ଏରିଆ ଇନଫୋସିଟରେ ଏଣ୍ଟ୍ରି ମାରିଥିଲେ । ଦୁଇ ଜଣ ଦୁଇଟି ହୋଟେଲରେ ରହିଥିଲେ । ପଟିଆରେ ଏକ ବାଇକ ଭଡାରେ ନେଇ ବିଭିନ୍ନ ଏଟିଏମକୁ ଯାଇଥିଲେ ।

ପରେ ହୋଟେଲ ପାଖ ଦୋକାନରୁ ଗ୍ୟାସ କଟର ଆଣି 10 ତାରିଖ ରାତି 1ଟାରେ ଲୁଟ ଅପରେସନ ଆରମ୍ଭ କରିଥିଲେ । ସେହିଦିନ କ୍ୟାସ ଲୋଡ ହୋଇଥିବା ପିଏନବି ଏଟିଏମରୁ ଗ୍ୟାସ କଟରରେ ତାଡି 27 ଲକ୍ଷ 84 ହଜାର ଟଙ୍କା ଲୁଟ କରିଥିଲେ । ପରେ 11 ତାରିଖ ସକାଳ 7ଟାରୁ ଫ୍ଲାଇଟ ଯୋଗେ ଭୁବନେଶ୍ବରରୁ ଦିଲ୍ଲୀ ପଳାଇଥିଲେ ।

ଗଞ୍ଜେଇ ବେପାରୀରୁ ହାଇପ୍ରୋଫାଇଲ ଲୁଟେରା

ଟଙ୍କା ରୋଜଗାର କରିବାର ନିଶା ଏମାନଙ୍କୁ ଲୁଟେରା ସଜାଇଦେଇଛି । ପ୍ରଥମେ ଗଞ୍ଜେଇ ବେପାର ଓ ଏବେ ହାଇପ୍ରୋଫାଇଲ ଲୁଟ୍‌ କରୁଛନ୍ତି ଏମାନେ । ଏନଡିପିଏସ ଆକ୍ଟରେ ଗିରଫ ହୋଇ ଜେଲରେ ଥିବାବେଳେ ଲୁଟ୍‌ର କୌଶଳ ଶିଖି ଏହାକୁ ପେଶା କରିଦେଇଥିଲେ ଏହି ଲୁଟେରା ।

ବେଙ୍ଗାଲୁରୁରୁ 2ଟି ଏଟିଏଏମ, ଦିଲ୍ଲୀ, ହାଇଦ୍ରାବାଦ ଓ ଭୁବନେଶ୍ବର ପରେ ଭାଇଜାଗରୁ ଗୋଟିଏ ଲେଖାଏଁ ଏଟିଏମ ଲୁଟ କରିଛନ୍ତି ଏମାନେ ।

ଗତ 21 ତାରିଖରେ ଭାଇଜାଗରେ ହୋଇଥିବା ଲୁଟରେ ସେଠାକାର ପୋଲିସ ଏମାନଙ୍କୁ ଗିରଫ କରିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି । ତେବେ ଓଡିଶାର ଭଦ୍ରକ ଓ ବାଲେଶ୍ବରରେ ବି ଏମାନେ ବୁଲିଥିବା ଜଣାପଡିଛି । ଯାହାକୁ ନେଇ ତନାଘନା ଚଳାଇଛି ପୋଲିସ ।

ସେପଟେ ଏତେ ପରିମାଣର ଟଙ୍କା ନେଇ କେମିତି ଫ୍ଲାଇଟରେ ଗଲେ । ବ୍ୟାଗେଜ ସ୍କାନର ଓ ଡିଆରଆଇ ସ୍କାନରରୁ କେମିତି ଖସିଲେ ସେନେଇ ପୋଲିସ ତନାଘନା କରୁଛି ।

ଅନ୍ୟପଟେ ଏହାର ତଦନ୍ତ କରିବା ପାଇଁ ସ୍ପେଶାଲ ସ୍କ୍ବାଡ ଏସିପିଙ୍କ ନାମ ଗୃହମନ୍ତ୍ରାଳୟକୁ ସୁପାରିଶ ଯୋଜନା କରାଯାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 6, 2020, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.