ETV Bharat / jagte-raho

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ, ଡ୍ରାଇଭର ଅଟକ - Rayagada ganja news

ରାୟଗଡାରେ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଜବତ । ଡ୍ରାଇଭର ଅଟକ । ଅଧିକ ପଢନ୍ତୁ...

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ, ଡ୍ରାଇଭର ଅଟକ
ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ, ଡ୍ରାଇଭର ଅଟକ
author img

By

Published : Sep 15, 2020, 7:25 AM IST

ରାୟଗଡା: ଜିଲ୍ଲା ଦେଇ ଥମୁନି ଗଞ୍ଜେଇ ଚୋରାଚାଲାଣ। । କୋରୋନା ଲାଗି ରେଳ ଚଳାଚଳ ବନ୍ଦ ପରେ ଏବେ ନୂଆ ତରିକା ଅପଣାଇଛନ୍ତି ମାଫିଆ । ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ରାୟଗଡାରେ ଧରିଛି ପରିବହନ ବିଭାଗ ।

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ, ଡ୍ରାଇଭର ଅଟକ

ପୋଲିସକୁ ଟ୍ୟାଙ୍କର ହସ୍ତାନ୍ତର ପରେ ଆରମ୍ଭ ହୋଇଛି ତଦନ୍ତ । ଘଟଣାରେ ପୋଲିସ ଟ୍ୟାଙ୍କର ଡ୍ରାଇଭର ରାମ କୁମାରଙ୍କୁ ଅଟକ ରଖିଛି । ଶନିବାର ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଯାଉଥିଲା ତେଲ ଟ୍ୟାଙ୍କର ।

ରାୟଗଡା ଅଭିମୁଖେ ଆସୁଥିବାବେଳେ ଜଗନ୍ନାଥପୁର ନିକଟରେ ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା । ଆରଟିଓ କର୍ତ୍ତୃପକ୍ଷ ଟ୍ୟାଙ୍କରକୁ ଅଟକାଇ ଗାଡି କାଗଜପତ୍ର ମାଗିଥିଲେ । କିନ୍ତୁ ଡ୍ରାଇଭର ରାଜ କୁମାର କାଗଜପତ୍ର ନ ଦେଖାଇବା ପରେ ଟ୍ୟାଙ୍କରକୁ ନଂ-ଏନଏଲ୦୩ଏ-୫୬୯୫ ଆରଟିଓ କର୍ମଚାରୀ ଅଟକ ରଖିଥିଲେ ।

ଟ୍ୟାଙ୍କର ଭିତରୁ ଗଞ୍ଜେଇ ବାସ୍ନା ହେବା ପରେ ଆରଟିଓ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆରଟିଓ ଅଫିସରେ ଛାନଭିନ କରିବା ପରେ ଗତକାଲି ସନ୍ଧ୍ୟାରେ ଟ୍ୟାଙ୍କର ସହ ଡ୍ରାଇଭରକୁ ଥାନାକୁ ନେଇଛି । ତେବେ ଟ୍ୟାଙ୍କର ଭିତରେ କେତେ ଗଞ୍ଜେଇ ଅଛି ତାହା ଜଣାପଡିନି ।

ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଟ୍ୟାଙ୍କରରୁ ବାହାର କରାଯିବ ବୋଲି ଜଣାପଡିଛି । ସେପଟେ ଟ୍ୟାଙ୍କରକୁ ବିଜୟୱାଡାରେ କିଛି ବ୍ୟକ୍ତି ଅଟକାଇ ପାର୍ସଲ ଗୁଡିକ ବିହାରର ପାଟନା ନେବା ପାଇଁ କହିଥିଲେ । ଏଥିପାଇଁ ଉକ୍ତ ବ୍ୟକ୍ତିମାନେ ଡ୍ରାଇଭରକୁ 10 ହଜାର ଟଙ୍କା ଦେଇଥିଲେ । ତେବେ ପାର୍ସଲ ଭିତରେ କଣ ଅଛି ସେନେଇ ଡ୍ରାଇଭର ଜାଣି ନଥିବା ପୋଲିସକୁ କହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.