ETV Bharat / jagte-raho

ସାଇବର ଠକେଇର ମାୟାଜାଲରେ ଓଡିଶା, ମୁକାବିଲା କରିବାକୁ ନାହିଁ ବ୍ୟବସ୍ଥା - odisha cyber crime news

ସାଇବର ଠକେଇର ମାୟାଜାଲରେ ଓଡିଶା । ମୁକାବିଲା କରିବାକୁ ନାହିଁ ବ୍ୟବସ୍ଥା । ହଇରାଣ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ...

ସାଇବର ଠକେଇର ମାୟାଜାଲରେ ଓଡିଶା
ସାଇବର ଠକେଇର ମାୟାଜାଲରେ ଓଡିଶା
author img

By

Published : Sep 12, 2020, 1:31 PM IST

ଭୁବନେଶ୍ବର: କୋରୋନା କାଳରେ ବଢିଛି ସାଇବର ଠକେଇ । କେତେବେଳେ ଲୋଭନୀୟ ଅଫର, ତ ଆଉ କେତେବେଳେ ଜିନିଷ କିଣିବାକୁ ନେଇ ଠକେଇର ଶିକାର ହୋଇଛନ୍ତି ଲୋକେ । ମାଲାମାଲ ହୋଇଛନ୍ତି ସାଇବର ଠକ ।

ଏପରି ମାୟାଜାଲରେ ଫସିଯାଇଥିଲେ ଜଟଣୀ ତିରୁମଲର ମନୋରଞ୍ଜନ ସୁବୁଦ୍ଧି । ମନୋରଞ୍ଜନ ସେଲସମ୍ୟାନ ଭାବେ ଭୁବନେଶ୍ବରରେ କାମ କରୁଥିବାବେଳେ ଫେସବୁକରେ ଗୋଟିଏ ଦାମୀ ଗାଡିକୁ କମ୍‌ ଦାମରେ ବିକ୍ରିର ଆଡ୍‌ ଦେଖିଥିଲେ । ଆଡରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ ପରେ ତାଙ୍କୁ ଭାରତୀୟ ସେନାର ଭରସା ଦେଖାଇ ରେଜିଷ୍ଟ୍ରେସନ, ଡେଲିଭରି ଓ ଟ୍ୟାକ୍ସ ପେମେଣ୍ଟ ନାଁରେ 32 ହଜାର ନେଇଥିଲେ । ଏପରିକି ଭାରତୀୟ ସେନା ଲେଖାଥିବା ରସିଦ ଦେଇ ଗାଡି ଡେଲିଭରି ହୋଇଯିବ କହିଥିଲେ । ହେଲେ ଆଉ ନା ଗାଡି ଦେଇଥିଲେ ନା ପଇସା । ଠକାମୀର ଶିକାର ହୋଇଥିଲେ ମନୋରଞ୍ଜନ ।

ସାଇବର ଠକେଇର ମାୟାଜାଲରେ ଓଡିଶା, ମୁକାବିଲା କରିବାକୁ ନାହିଁ ବ୍ୟବସ୍ଥା

କେବଳ ମନୋରଞ୍ଜନ ନୁହଁନ୍ତି । ତାଙ୍କ ପରି ଅନେକ ଲୋକ ନାନା ପ୍ରଲୋଭନର ବଶବର୍ତ୍ତୀ ହୋଇ ଠକାମୀର ଶିକାର ହୋଇଛନ୍ତି । ତଥ୍ୟ ଅନୁସାରେ, ଜାନୁଆରୀରୁ ଜୁଲାଇ 31 ତାରିଖ ମଧ୍ୟରେ 942ଟି ସାଇବର ଠକେଇ ମାମଲା ରୁଜୁ ହୋଇଛି । ଯେଉଁଥିରେ କେବଳ ଲକଡାଉନ ସମୟରେ ହିଁ 650ଟି ସାଇବର ମାମଲା ରୁଜୁ ହୋଇଛି ।

କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ କୋଭିଡ୍‌କୁ ନେଇ ବିଭ୍ରାନ୍ତିକର ଭିଡିଓ ଓ ଅଡିଓ ଭାଇରାଲ ନେଇ ମଧ୍ୟ 73ଟି ମାମଲା ରୁଜୁ କରିଛି ପୋଲିସ । ତେବେ ଗତବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ 804ଟି ମାମଲା ରୁଜୁ ହୋଇଥିବାବେଳେ ଚଳିତ ବର୍ଷ ଏହା 17 ପ୍ରତିଶତ ବୃଦ୍ଧି ପାଇଛି । ଯାହା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ଏପଟେ ଥାନାରେ ଠକେଇ ମାମଲାରେ ଅଗ୍ରଗତି ହେଉନଥିବାରୁ କ୍ରାଇମବ୍ରାଞ୍ଚ ନିକଟରେ ବଢୁଛି ଅଭିଯୋଗ ।

ସେପଟେ ଏନେଇ କୌଣସି ପୋଲିସ ଅଧିକାରୀ ମୁହଁ ଖୋଲୁନଥିଲେ ମଧ୍ୟ ସାଇବର ଠକଙ୍କ ଠକିବାର ନୂଆ ନୂଆ ଚାଲ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.