ETV Bharat / jagte-raho

ଖାକିରେ ଦାଗ, ପିସିଆର ଗାଡିରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ - ବରଗଡ ପିସିଆର ଭ୍ୟାନ

ଖାକିରେ ଦାଗ । ବରଗଡରେ ପିସିଆର ଗାଡିରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ । ଏସପିଙ୍କ ଦ୍ବାରସ୍ଥ ହେଲେ ଯୁବତୀ । ଅଧିକ ପଢନ୍ତୁ...

ଖାକିରେ ଦାଗ, ପିସିଆର ଗାଡିରେ ଯୁବତୀଙ୍କୁ ଅଶ୍ଳୀତ ଇଙ୍ଗିତ ଅଭିଯୋଗ

author img

By

Published : Sep 10, 2020, 7:52 AM IST

Updated : Sep 10, 2020, 8:46 AM IST

ବରଗଡ: ପୁଣି ଖାକିରେ ଦାଗ । ବରଗଡ ପୋଲିସର ପିଛା ଛାଡୁନି ବିବାଦ । ପିସିଆର ଭ୍ୟାନରେ ବସାଇ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ପଇସା ମାଗିବା ଅଭିଯୋଗ । ବରଗଡ ସହରରେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ଏକୁଟିଆ ଯାଉଥିବାବେଳେ ଘରେ ଛାଡିଦେବାକୁ କହି ପିସିଆର ଭ୍ୟାନରେ ଅଧିକ ରାତି ଯାଏ ବୁଲାଇବା ସହ ଅଶ୍ଳୀଳ ଇଙ୍ଗିତ କରିବାର ଅଭିଯୋଗ ହୋଇଛି । ଯାହା ପୋଲିସ ପାଇଁ ଲଜ୍ୟାକର ବିଷୟ ପାଲଟିଛି ।

ଖାକିରେ ଦାଗ, ପିସିଆର ଗାଡିରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ଗତ ରବିବାର 6 ତାରିଖ ଦିନ ସନ୍ଧ୍ୟାରେ ନିଜର ଏକ ସାଙ୍ଗ ନିକଟକୁ କଲେଜର ନାମ ଲେଖାଇବା ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ସନ୍ଧ୍ୟା ହୋଇଯାଇଥିଲା । ଏହି ସମୟରେ ପିସିଆର ଭ୍ୟାନ ଥିବାବେଳେ ପୋଲିସ ତାଙ୍କୁ ଏଥିରେ ବସିବାକୁ କହିବା ସହ ଘରେ ନେଇ ଛାଡିବାକୁ କହିଥିଲେ । ତେବେ ଝିଅଟି ସେଥିରେ ବସିଥିଲେ ମଧ୍ୟ ତାକୁ ଘରେ ନଛାଡି ଘୁଲିପାଲି ଛକ, ବାନ୍ଧୁଟିକ୍ରା ଛକ, ଭଟଲି ଛକ ଏହିସବୁ ଜାଗାକୁ ନେବା ସହ ରାତି ସାଢେ ଆଠଟା ପର୍ଯ୍ୟନ୍ତ ବୁଲାଇଥିଲେ ।

ଗାଡିରେ ଜଣେ ମହିଳା କର୍ମଚାରୀଙ୍କୁ ମିଶାଇ ମୋଟ 7 ଜଣ ପୋଲିସ ଥିଲେ । ହେଲେ ଏମାନେ ଯୁବତୀ ଜଣଙ୍କୁ ପଇସା ଦେବାକୁ କହିବା ସହ ଧମକ ଦେଇଥିଲେ । ଏହାସହ ଜଣେ ପୁରୁଷ ପୋଲିସ ଯୁବତୀଙ୍କ ଶରୀର ବିଭିନ୍ନ ସ୍ଥାନକୁ ଛୁଇଁଥିବାର ଅଭିଯୋଗରେ ଦର୍ଶାଯାଇଛି ।

ତେବେ ପୋଲିସ କର୍ମଚାରୀ ନିଜେ ରକ୍ଷକ ହୋଇ ଭକ୍ଷକ ସାଜିବା ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଉକ୍ତ ଯୁବତୀ । ହେଲେ ଏସପି ଛୁଟିରେ ଥିବାରୁ ଏଚଆରପିସି ଇନ୍ସପେକ୍ଟରଙ୍କ ନିକଟରେ ଏହି ଅଭିଯୋଗ ହୋଇଛି । ସେ ଏ ସମ୍ପର୍କରେ ଦାୟିତ୍ବରେ ଥିବା ବଲାଙ୍ଗୀର ଏସପି ଓ ଟାଉନଥାନା ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Last Updated : Sep 10, 2020, 8:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.