ବେଜିଙ୍ଗ: ଚୀନର ଅଧିକାଂଶ ସହରରେ ତେଜିଲା ବିବାଦ । ସରକାରଙ୍କ ଉପରେ ତାତିଲେ ଅନେକ ଯୁବଗୋଷ୍ଠୀ । କୋଭିଡ଼ ମହାମାରୀରେ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ଯୋଗୁଁ ଚୀନ ଲୋକେ ଅନେକ ସମସ୍ୟା ଭୋଗୁଥିବାରୁ ସେମାନେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯୁବଗୋଷ୍ଠୀ ଚୀନ ବାମପନ୍ଥୀ ଦଳ (CCP) ଓ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ।
କୋଭିଡ ଭାଇରସ ସୃଷ୍ଟିକୁ ୩ ବର୍ଷ ପୁରିଥିବାବେଳେ, ଏବେ ବି ଚୀନରେ କଟକଣା ଜାରି ରହିଛି । ଏବେ ବି ଚୀନରେ ମହାମାରୀ ବ୍ୟାପିବାରେ ଲାଗିଛି । ଫଳରେ ଗତ ୩ ବର୍ଷ ଧରି ସରକାର ସେଠାରେ କଟକଣା ଲାଗୁ କରିଛନ୍ତି । ଫଳରେ ଲୋକେ କଟକଣା ଯୋଗୁଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କଟକଣାକୁ ବିରୋଧ କରି ହଜାର ହଜାର ଯୁବଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇ କମ୍ୟୁନିଷ୍ଟ ପାର୍ଟି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ।
ଚୀନରେ ପ୍ରାୟ ୨୦ରୁ ଅଧିକ ସହରରେ ଯୁବଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚୀନର ଜନସଂଖ୍ୟା ୧.୪ ବିଲିୟନ । ଅନେକ ସହରରେ ହଜାର ହଜାର ସଂଖ୍ୟାରେ ଯୁବଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ସହରରୁ ଲକଡାଉନ ହଟାଇବା ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ସହରବାସୀ ଲକଡାଉନ ନୁହେଁ ବରଂ ସ୍ବାଧୀନତା ଚାହୁଁଥିବା ଦାବି କରିଛନ୍ତି । ଗତ ୩ ବର୍ଷ ଧରି କଟକଣା ଯୋଗୁଁ ସେମାନେ ଅଣନିଶ୍ବାସୀ ହୋଇପଡ଼ିଥିବା କହି ସ୍ବାଧୀନତା ଦାବି କରିଛନ୍ତି ।
ଚୀନର ରାଜଧାନୀ ବେଜିଙ୍ଗ ସମେତ ସାଙ୍ଘାଇ, ନାଜିଙ୍ଗ, ଚେଙ୍ଗଡୁ ଓ ଉହାନ ସହରରେ କଟକଣା ଲାଗୁ ହୋଇଥିବା ବେଳେ ଏଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲୋକେ ସ୍ବାଧୀନତା (Freedom) ସ୍ଲୋଗାନ ଦେଉଥିବା ବେଳେ ଜିନପିଙ୍ଗ ଷ୍ଟେପ ଡାଉନ ବା ଇସ୍ତଫା ଦିଅନ୍ତୁ ବୋଲି ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି ।