ETV Bharat / international

Tawang Faceoff: ଉଭୟ ପକ୍ଷ ଶାନ୍ତି ବଜାୟ ରଖିଥିବାରୁ ଆମେ ଖୁସି, କହିଲା ଆମେରିକା - ତୱାଙ୍ଗ ସଂଘର୍ଷ ନେଇ ବାଇଡେନଙ୍କ ପ୍ରତିକ୍ରିୟା

ଡିସେମ୍ବର 9 ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟର ସ୍ଥିତ ୟାଙ୍ଗସେ ଅଞ୍ଚଳରେ ହୋଇଥିବା ଭାରତ ଓ ଚୀନ ସୀମା ସଂଘର୍ଷକୁ ନେଇ କଣ କହିଲା ଆମେରିକା ପଢନ୍ତୁ ସମ୍ପୂର୍ଣ୍ଣ ଖବର (America on India china faceoff ) ।

Tawang Faceoff
ତାୱାଙ୍ଗ ସଘଂର୍ଷ ନେଇ ବାଇଡେନଙ୍କ ପ୍ରତିକ୍ରିୟା
author img

By

Published : Dec 14, 2022, 9:23 AM IST

ୱାଶିଂଟନ: ଡିସେମ୍ବର 9 ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟର ସ୍ଥିତ ୟାଙ୍ଗସେ ଅଞ୍ଚଳରେ ହୋଇଥିବା ଭାରତ ଓ ଚୀନ ସୀମା ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା (America on India china faceoff ) । ହ୍ବାଇଟ ହାଉସ କହିଛି ବାଇଡେନ ପ୍ରଶାସନ ଖୁସି ଯେ, ଉଭୟ ଭାରତ ଓ ଚୀନ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଶାନ୍ତି କାୟମ ରଖିଛନ୍ତି । ସ୍ଥିତି ନିୟନ୍ତ୍ରଣରେ ରହିଛି । ଆମେ ସ୍ଥିତି ଉପରେ ନଜର ରଖିଛୁ । ସୀମାକୁ ନେଇ ଯେଉଁ ବି ବିବାଦ ରହିଛି କଥାବାର୍ତ୍ତା ଜରିଆରେ ସମାଧାନ କରାଯାଉ ବୋଲି କହିଛି ହ୍ବାଇଟ ହାଉସ ।

ହ୍ବାଇଟ ହାଉସର ପ୍ରେସ ସଚିବ କାରାଇନ ଜିନ ପ୍ରିୟର କହିଛନ୍ତି, ''ଆମେରିକା ସ୍ଥିତି ଉପରେ ନଜର ରଖିଛି । ଦୁଇପକ୍ଷର ସୀମା ବିବାଦ ଉପରେ ଆଲୋଚନା କରିବା ଦରକାର । ଆମେ ଖୁସି କି ଉଭୟ ପକ୍ଷ ଶାନ୍ତି ବଜାୟ ରଖିଛନ୍ତି ।'' ଜାରି ହୋଇଥିବା ବିବୃତ୍ତିରେ ଏହା କୁହାଯାଇଛି କି, ସମୟ ପୂର୍ବରୁ ସେନା ପଛକୁ ଫେରି ଗଲେ କୌଣସି ଯୁଦ୍ଧ ପରିସ୍ଥିତି ଉପୁଜିନାହିଁ । ଆମେ ସ୍ଥିତି ଉପରେ ନଜର ରଖିଛୁ । ଆମେ ଦୁଇ ଦେଶ ଭାରତ ଓ ଚୀନକୁ କଥାବାର୍ତ୍ତା କରିବାକୁ କହୁଛୁ । ସୀମାକୁ ନେଇ ଯେଉଁ ବି ବିବାଦ ରହିଛି କଥାବାର୍ତ୍ତା ଜରିଆରେ ସମାଧାନ କରାଯାଉ ।

ଏହା ବି ପଢନ୍ତୁ...Lok Sabha Question List: କଣ ଥିଲା 5 ନମ୍ବର ପ୍ରଶ୍ନ? ଯାହାକୁ ନେଇ କଂଗ୍ରେସକୁ ଧୋଇଲେ ଶାହ

ପ୍ରକାଶ ଥାଉ କି, ଭାରତ-ଚୀନ ସୀମା ସଘଂର୍ଷକୁ ନେଇ ଗତକାଲି (ମଙ୍ଗଳବାର) ଗୃହରେ ହଟ୍ଟଗୋଳ ହୋଇଥିଲା । ବିରୋଧୀଙ୍କ ହୋ ହଲ୍ଲାରେ ଗୃହ କମ୍ପିଥିଲା । କେନ୍ଦ୍ର ସରକାରଙ୍କୁ ବିରୋଧୀ ଟାର୍ଗେଟ ମଧ୍ୟ କରିଥିଲେ । ଏହାରି ଭିତରେ ଘଟଣାକୁ ନେଇ ଲୋକସଭାରେ ବିବୃତ୍ତି ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗତ ୯ ତାରିଖରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ପ୍ରକୃତ ନିୟନ୍ତ୍ରଣ ରେଖାରେ ଏକପାଖିଆ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । ଆମର କୌଣସି ଜଣେ ବି ଯବାନ ଗୁରୁତର ହୋଇନାହାନ୍ତି । ଚୀନର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲେ ଆମ ସେନା । ଆମ ସେନା ଦେଶର ସାର୍ବଭୌମତ୍ବକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ ବୋଲି ବିବୃତ୍ତିରେ କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.