ETV Bharat / international

Shut Down Silicon Valley Bank: ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା, ଚିନ୍ତାରେ ଭାରତୀୟ ନିବେଶକ - ବନ୍ଦ ହେଲା ସିଲିକନ ଭ୍ୟାଲି ବ୍ୟାଙ୍କ

ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା । ଷ୍ଟକ ମାର୍କେଟ ହ୍ରାସ ପାଇବା ପରେ ଜମାକାରୀଙ୍କ ଟଙ୍କାରୁ ସୁରକ୍ଷିତ ରଖିବା ପାଇଁ ଏସଭିବିକୁ ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ

Shut Down Silicon Valley Bank
Shut Down Silicon Valley Bank
author img

By

Published : Mar 11, 2023, 10:48 AM IST

ଓ୍ବାଶିଂଟନ: ଆମେରିକାରେ ଦେଖାଦେଇଛି ବ୍ୟାଙ୍କିଂ ସଙ୍କଟ । ଆମେରିକାରେ ଶ୍ରେଷ୍ଠ ୧୬ତମ ସ୍ଥାନରେ ରହିଥିବା ସିଲିକମ ଭ୍ୟାଲି ବ୍ୟାଙ୍କରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଲିଫର୍ଣ୍ଣିଆର ଡିପାର୍ଟମେଣ୍ଟ ଅଫ୍‌ ଫାଇନାନ୍ସିଆଲ ପ୍ରୋଟେକ୍ସନ ଆଣ୍ଡ ଇନୋଭେସନ ପକ୍ଷରୁ ଏସଭିବିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଫେଡେରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନକୁ ବ୍ୟାଙ୍କର ରିସିଭର କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଭାରତୀୟ ନିବେଶକଙ୍କ ଚିନ୍ତା ବଢିବାରେ ଲାଗିଛି ।

ବ୍ୟାଙ୍କର ୨୦୯ ବିଲିୟନ ଡଲାରର ରହିଛି ସମ୍ପତ୍ତି: ସିଲିକମ ଭ୍ୟାଲି ଆମେରିକା ବ୍ୟାଙ୍କ ତାଲିକାରେ ୧୬ତମ ସ୍ଥାନରେ ରହିଛି । ୨୦୦୮ ଆର୍ଥିକ ସଙ୍କଟ ପରେ ଏହା ଦ୍ବିତୀୟ ବଡ ବ୍ୟାଙ୍କ ଭାବେ ବିଫଳ ହୋଇଛି । ଓ୍ବାଶିଂଟନ ମିଚ୍ୟୁଆଲ ବ୍ୟାଙ୍କ ପରେ ଏହା ଦ୍ବିତୀୟ । ବ୍ୟାଙ୍କ ନିକଟରେ ୨୦୯ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଏହାସହ ୧୭୫.୪ ବିଲିୟନ ଡଲାରର ଜମା ରାଶି ରହିଛି । ଏହି ବ୍ୟାଙ୍କ ବୈଷୟିକ କମ୍ପାନୀ ଏବଂ ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀକୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲା ।

ଫେଡେରାଲ ବ୍ୟାଙ୍କର ସୁଧହାର ବୃଦ୍ଧିର ପ୍ରଭାବ: ଆମେରିକାର ଫେଡେରାଲ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ଫଳରେ ସିଲିକମ ଭ୍ୟାଲି ବ୍ୟାଙ୍କକୁ ଝଟକା ଲାଗିଛି । କମ ସୁଧହାର ହୋଇଯିବା ଯୋଗୁଁ ନିବେଶକମାନେ ନିବେଶ ପାଇଁ ଅନାଗ୍ରହ ପ୍ରକାଶ କରିଛନ୍ତି । ଫଳରେ ହଠାତ ଏହି ବ୍ୟାଙ୍କର ସେୟାର ହ୍ରାସ ପାଇଛି । ସେୟାର ପାଖାପାଖି ୭୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ନିବେଶଙ୍କ ମଧ୍ୟରେ ଛନକା ପଶିଛି ।

ଜମାକାରୀ ଫେରିପାଇବେ ଟଙ୍କା: ଏନେଇ ଆମେରିକା ନିୟାମକ କହିଛନ୍ତି, ଜମାକାରୀଙ୍କ ଜମା ଟଙ୍କା ବ୍ୟାଙ୍କର ସୁରକ୍ଷିତ ରଖିବା ପାଇଁ ଏସଭିବି ବ୍ୟାଙ୍କକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ ବ୍ୟାଙ୍କର ୨୧୦ ବିଲିୟନ ଡଲାର ବିକ୍ରୟ କରିବା ପାଇଁ ଯୋଜନା କରାଯାଉଛି । ଆମେରିକାର ଫେଡେରାଲ୍ ଜମା ବୀମା ନିଗମକୁ ଏହି ଦାୟିତ୍ବ ଦିଆଯାଇଛି । ଏହାକୁ ବ୍ୟାଙ୍କର ରିସିଭର ଭାବେ ନିଯୁକ୍ତ କରାଯାଇଛି । ଏଫଡିଆସି ପକ୍ଷରୁ କୁହାଯାଇଛି ଯେ, ସିଲିକନ ଭ୍ୟାଲିର ସମସ୍ତ ଶାଖାକୁ ଆସନ୍ତା ୧୩ ତାରିଖ ଦିନ ଖୋଲାଯିବ । ବିମାଭୁକ୍ତ ନିବେଶକମାନେ ଆକାଉଣ୍ଟର ପରିଚାଳନା କରିପାରିବେ । ପ୍ରକାଶଥାଉକି, ଶୁକ୍ରବାର ଦିନ ଆମେରିକାର ଷ୍ଟକ ମାର୍କେଟରେ ସେୟାର ୬୬ ପ୍ରତିଶତ ହ୍ରାସ ପାଇଥିଲା । ଏହାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ଭାରତ ଉପରେ ମଧ୍ୟ ପଡିବ ପ୍ରଭାବ: ୨୦୦୮ ପରେ ଏହା ହେଉଛି ଦ୍ବିତୀୟ ଘଟଣା । ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବା ପରେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । ଭାରତର ପେଟିଏମ, ନାପଟୋଲ, ବ୍ଲୁଷ୍ଟୋନ ଭଳି ଅଗ୍ରଣୀ କମ୍ପାନୀ ଗୁଡିକରେ ଏହି କମ୍ପାନୀ ପୁଞ୍ଜି ବିନିଯୋଗ କରିଛି । ଟ୍ରାକ୍ସନର ତଥ୍ୟ ଅନୁସାରେ, ଭାରତରେ ଅତିକମରେ ୨୧ଟି କମ୍ପାନୀରେ ଏଫଭିବି ପୁଞ୍ଜି ବିନିଯୋଗ କରିଛି । ତେବେ ମୋଟ ରାଶିର ମୂଲ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.