ETV Bharat / international

ୟୁକ୍ରେନରେ ଋଷ ଆକ୍ରମଣକୁ ନରସଂହାର କହିଲେ ବାଇଡେନ - Russian President Vladimir Putin

ୟୁକ୍ରେନରେ ଋଷର ଆକ୍ରମଣକୁ ନରସଂହାର କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ

ୟୁକ୍ରେନରେ ଋଷିଆ ଆକ୍ରମଣକୁ ନରସଂହାର କହିଲେ ବାଇଡେନ

author img

By

Published : Apr 13, 2022, 12:26 PM IST

କିଭ୍‌: ଋଷ ଆକ୍ରମଣରେ ଜଳୁଛି ୟୁକ୍ରେନ । ସବୁଠି ଧ୍ବଂସର ବିଭୀଷିକା । ୪୯ ଦିନ ଯୁଦ୍ଧ ଭିତରେ ହଜାର ହଜାର ମୁଣ୍ଡ ଗଡିଲାଣି, ଲକ୍ଷ ଲକ୍ଷ ପରିବାର ଉଜୁଡି ଗଲାଣି । ସ୍ଥିତି ଏପରି ଯେ, ଗଦା ଗଦା ମୃତଦେହରେ ପୋତି ହେଉଛି ଅନେକ ସହର । ମୃତ୍ୟୁର ତାଣ୍ଡବ ଭିତରେ ବଞ୍ଚିବାର ରାହା ଖୋଜୁଛନ୍ତି ୟୁକ୍ରେନବାସୀ । ୟୁକ୍ରେନ ସଙ୍କଟକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ ଥିବାବେଳେ ଋଷକୁ ନିନ୍ଦା କରିଆସୁଥିବା ଆମେରିକା ରାଷ୍ଟ୍ରପତି ବାଇଡେନ ଏହି ଯୁଦ୍ଧକୁ ଏକ ନରସଂହାର ବୋଲି କହିଛନ୍ତି ।

ମଙ୍ଗଳବାର ଇୱା(Iowa) ରେ ବାଇଡେନ ଗଣମାଧ୍ୟମରେ କହିଛନ୍ତି, ୟୁକ୍ରେନରେ ଋଷର ଆକ୍ରମଣ ଏକ ନରସଂହାର ଅଟେ । ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ବସିଛନ୍ତି । ଋଷର ଆଭିମୁଖ୍ୟକୁ ନରସଂହାର ବୋଲି ହିଁ କହିବି । ସେ ୟୁକ୍ରେନୀୟ ହେବାର ଧାରଣାକୁ ସମ୍ପୂର୍ଣ୍ଣ ଲିଭାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସ୍ପଷ୍ଟ ହେଉଛି । ତେବେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କୁ ପ୍ରଶଂସା କରିଛନ୍ତି । ପୂର୍ବରୁ ଆମେରିକା ପୁଟିନଙ୍କୁ ଯୁଦ୍ଧ ଅପରାଧି ବୋଲି ସମ୍ବୋଧିତ କରିଥିଲା ।

ଯୁକ୍ରେନ ଓ ଋଷ ଯୁଦ୍ଧକୁ ଇତିମଧ୍ୟରେ ୪୯ ଦିନରେ ପହଞ୍ଚିଛି । ଦିନ ବିତୁଥିଲେ ସୁଦ୍ଧା ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଋଷ ବୈଦେଶିକ ମନ୍ତ୍ରୀ ଯୁଦ୍ଧର କାରଣ ବିଶ୍ବରୁ ଆମେରିକାର ପ୍ରଭାବ ହଟାଇବା ବୋଲି କହିଛନ୍ତି । ଅନ୍ୟପଟେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଋଷ ଉପରେ ଚାପ ପକାଇବାକୁ ମାଳ ମାଳ ଆର୍ଥିକ କଟକଣା ଲଗାଉଛନ୍ତି । ଏପରିକି ଆମେରିକା ଜାତିସଂଘରେ ଋଷ ବିରୋଧି ପ୍ରସ୍ତାବ ଆଣିବା ପରେ ଜାତିସଙ୍ଘ ମାନବାଧିକାର ସୁରକ୍ଷା ପରିଷଦରୁ ଋଷ ନିଲମ୍ବିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.