ETV Bharat / international

ତାଇୱାନ ସହ ଆମେରିକା ସବୁବେଳେ ଅଛି: ନାନ୍ସି ପେଲୋସି

author img

By

Published : Aug 3, 2022, 11:31 AM IST

ଡ୍ରାଗନର ତାଗିତ୍‌ ଓ ନାଲି ଆଖିକୁ ନ ଡରି ଗତକାଲି (ମଙ୍ଗଳବାର) ତାଇୱାନ ଗସ୍ତ କରିଛନ୍ତି ଆମେରିକା ବାଚସ୍ପତି ନାନ୍ସି ପେଲୋସି (Nancy Pelosi) । ଫଳରେ ଦୁଇ ମହାଶକ୍ତି ଦେଶ ମୁହାଁମୁହିଁ ହୋଇଛନ୍ତି । ଆଜି (ବୁଧବାର) ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କୁ ଭେଟିଛନ୍ତି ନାନ୍ସି ପେଲୋସି । ଅଧିକ ପଢନ୍ତୁ

ନାନ୍ସି ପେଲୋସି
ନାନ୍ସି ପେଲୋସି

ତାଇପେଇ: ଡ୍ରାଗନର ତାଗିତ ଓ ନାଲି ଆଖିକୁ ନ ଡରି ଗତକାଲି (ମଙ୍ଗଳବାର) ତାଇୱାନ ଗସ୍ତ କରିଛନ୍ତି ଆମେରିକା ବାଚସ୍ପତି ନାନ୍ସି ପେଲୋସି (Nancy Pelosi) । ଫଳରେ ଦୁଇ ମହାଶକ୍ତି ଦେଶ ମୁହାଁମୁହିଁ ହୋଇଛନ୍ତି । ଆଜି (ବୁଧବାର) ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କୁ ଭେଟିଛନ୍ତି ନାନ୍ସି ପେଲୋସି । ତାଇୱାନ ସହ ଆମେରିକା ସବୁବେଳେ ଛିଡା ହେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ନାନ୍ସି ପେଲୋସି ।

ସେ ଆହୁରି କହିଛନ୍ତି, ‘‘ତାଇୱାନ ଗଣତନ୍ତ୍ରର ବିକାଶ କରଛି । ଏହା ବିଶ୍ବକୁ ଆଶା, ସାହାସରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜର ପ୍ରମାଣ ଦେଇଛି । ତାଇୱାନ ସହ ଆମେରିକା ଠିଆ ହେବା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି । ତାଇୱାନ ସହ ଛିଡା ହେବାକୁ ଆମେରିକା ସବୁବେଳେ ପ୍ରତିଶ୍ରୁତିବଦ୍ଧ । ଆମେ ବନ୍ଧୁତାକୁ ମଜଭୁତ କରିବାକୁ ଏବଂ ଶାନ୍ତିର ବାର୍ତ୍ତା ଦେବାକୁ ଆସିଛୁ । ସବୁବେଳେ ଆମେ ତାଇୱାନ ସହ ଛିଡ଼ା ହେବୁ । ଏହି ମଜବୁତ ମୁଳଦୁଆ ଉପରେ ଆମର ଆର୍ଥିକ ସମୃଦ୍ଧି ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ । ଆମେ ପରସ୍ପରର ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ’’ ।

  • Taiwan | Today, the world faces a choice between democracy and autocracy. America's determination to preserve democracy here in Taiwan and in the world remains iron-clad: US Speaker Pelosi during a meeting with President of Taiwan Tsai Ing-wen pic.twitter.com/j7L1kyjb9T

    — ANI (@ANI) August 3, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ନାନସି ପେଲୋସି ପହଞ୍ଚିବା ପରେ ତାଇୱାନରେ ହାଇଆଲର୍ଟ, ଚୀନର ଆକ୍ରମଣ ଚେତାବନୀ

ନାନ୍ସି ଆହୁରି କହିଛନ୍ତି, ବିଶ୍ବରେ ଗଣତନ୍ତ୍ର ଓ ସ୍ବାଧୀନତା ମଧ୍ୟରେ ଏକ ସଂଘର୍ଷ ହେଉଛି । ଗଣତନ୍ତ୍ର ଓ ସ୍ବାଧୀନତାକୁ ନେଇ ପସନ୍ଦରେ ସମ୍ମୁଖୀନ ହେଉଛି । ତାଇୱାନରେ ଏବଂ ବିଶ୍ବରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଆମେରିକାର ସଂକଳ୍ପବଦ୍ଧ । ସମର୍ଥନ ହାସଲ ପାଇଁ ଚୀନ ତାର ଶକ୍ତି ବ୍ୟବହାର କରୁଛି ବୋଲି କହିଛନ୍ତି ନାନ୍ସି । ଏହି ଅବସରରେ ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ କହିଛନ୍ତି ଆମେରିକା ବାଚସ୍ପତି ନାନ୍ସି ପେଲୋସି ପ୍ରକୃତରେ ତାଇୱାନର ଜଣେ ନିଷ୍ଠାପର ବନ୍ଧୁ ଅଟନ୍ତି। ତାଇୱାନ ପାଇଁ ଆମେରିକାର କଂଗ୍ରେସର ଦୃଢ ସମର୍ଥନ ପ୍ରଦର୍ଶନ କରି ତାଇୱାନ ଗସ୍ତ କରିଥିବାରୁ ନାନ୍ସିଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ।

ସେପଟେ ତାଇୱାନ ଉପରେ କଟକଣା ଲଗାଇଛି ଚୀନ । ତାଇୱାନର ସାମଗ୍ରୀ ଉପରେ ଆର୍ଥିକ କଟକଣା ଲଗାଇଛି ଚୀନ୍ । ଫଳ ସହ କିଛି ସାମଗ୍ରୀ ଉପରେ କଟକଣା ଲଗାଯାଇଥିବା ସୂଚନା ମିଳିଛି । କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଜିନପିଙ୍ଗଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲା । ସେହି ସମୟରେ ତାଇୱାନ ପ୍ରସଙ୍ଗ ଉଠିଥିବା । ପେଲୋସି କିମ୍ବା ଅନ୍ୟ କେହି ଆମେରିକା ନେତାଙ୍କ ତାଇୱାନ ଗସ୍ତକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ଜିନପିଙ୍ଗ । ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ସମୟରେ ଚୀନ-ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ତାଇୱାନ ସୀମାରେ ଚୀନ ଯୁଦ୍ଧ ଜାହାଜ ଦେଖିବାକୁ ମିଳିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.